ଅପର୍ଣା ପୋପଟ୍
ଅପରଣା ପୋପଟ | |||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||
ଜନ୍ମ ନାମ | Aparna Lalji Popat | ||||||||||||||||||||||||||
ଜନ୍ମ | Mumbai, Maharashtra, India | ୧୮ ଜାନୁଆରୀ ୧୯୭୮||||||||||||||||||||||||||
ଉଚ୍ଚତା | 1.63 m (5 ft 4 in) | ||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||
ସକ୍ରିୟ କାଳ | 1989–2006 | ||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | Right | ||||||||||||||||||||||||||
Women's singles | |||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 16[୧] | ||||||||||||||||||||||||||
Medal record
| |||||||||||||||||||||||||||
BWF Profile |
ଅପର୍ଣା ପୋପଟ୍ , (ଗୁଜରାଟୀ: અપર્ણા પોપટ; ଜନ୍ମ ଜାନୁଆରୀ ୧୮, ୧୯୭୮ )ଜଣେ ପୂର୍ବତନ ଭାରତୀୟ ବେଡମିଣ୍ଟନ ଖେଳାଳି । ସେ ୯ ଥର ପାଇଁ ଭାରତୀୟ ଜାତୀୟ ମହିଳା ବେଡମିଣ୍ଟନ ଚମ୍ପିୟାନ ହେଇ ରେକର୍ଡ କରିଥିଲେ ।ସେ ୧୯୯୭ ମସିହା ରୁ ଲଗାତାର ୨୦୦୬ ମସିହା ଯାଏ ମହିଳା ସିଙ୍ଗଲ୍ସ ଚମ୍ପିୟାନ ରହିଥିଲେ । [୨]
ପ୍ରାରମ୍ଭିକ ଜୀବନୀ
ଅପରଣା ପୋପଟ ମହାରାଷ୍ଟ୍ର ରାଜ୍ୟ ର ରାଜଧାନୀ ମୁମ୍ବାଇ ଠାରେ ୧୮ ଜାନୁଆରୀ ୧୯୭୮ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏଠାରେ ଅବସ୍ଥାନ କରୁଥିବା ଗୁଜୁରାତି ମୂଳ ର ପରିବାର ରେ ପିତା ଲଲିତ ପଟେଲ ଓ ମାତା ହୀନା ପଟେଲ ଙ୍କ ଝିଅ ଥିଲେ । ଅପରଣା ମୁମ୍ବାଇ ରେ ସ୍କୁଲ ଶିକ୍ଷୟା ପରେ ବାଙ୍ଗାଲୋର ର ମାଉଣ୍ଟ କର୍ମେଲ କଲେଜ ରେ ପଢିବା ପରେ ପୁଣି ମୁମ୍ବାଇ ରେ ବାଣିଜ୍ୟ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ପ୍ରଶିକ୍ଷଣ ଓ ଖେଳ ଜୀବନ
ମାତ୍ର ୮ ବର୍ଷ ବୟଶ ରେ ଅପର୍ଣା ମୁମ୍ବାଇ ଠାରେ ବେଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ତାଙ୍କର କୋଚ ଭାବରେ ଅନିଲ ପ୍ରଧାନ ରହିଥିଲେ । ଅନିଲ ତାଙ୍କ ଠାରେ ବିରଳ ପ୍ରତିଭା ର ଝଲକ ଦେଖି ତାଙ୍କୁ ବିଶେଷ ଭାବରେ ପ୍ରଶିକ୍ଷୟଣ ଦେଇଥିଲେ ଓ ତାଙ୍କୁ ଭବିଷ୍ୟତ ର ଚମ୍ପିୟାନ ଭାବରେ ଗଢିଥିଲେ । [୩]
୧୯୯୪ ମସିହା ରେ ସେ ପ୍ରକାଶ ପାଦୁକୋଣ ଙ୍କ ଏକାଡେମି , ବାଙ୍ଗାଲୋର ରେ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେଇଥିଲେ ।ଅଲ ଇଂଲଣ୍ଡ ଚମ୍ପିୟାନ ହେଇଥିବା ପ୍ରକାଶ ତାଙ୍କୁ ଆନ୍ତରଜାତିକ ସ୍ତର ରେ ଖେଳିବା ପାଇଁ ଦରକାର ଫିଟନେସ ଓ ଟେକନିକ ର ତାଲିମ ପ୍ରଦାନ କରିଥିଲେ । ୨୦୦୨ ମସିହା ରେ ସେ ଭାରତ ସରକାରଙ୍କ ସ୍ପୋର୍ଟ୍ସ ବିଭାଗ ର ତାଲିମ କେନ୍ଦ୍ର ବାଙ୍ଗାଲୋର ର କଙ୍ଗେରୀ କୁ ମଧ୍ୟ ଯାଇ ଗାଙ୍ଗୁଳା ପ୍ରସାଦ ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ ।[୪]
ଖେଳ ଜୀବନୀ
ପ୍ରଥମେ ସେ ହାଇଦ୍ରାବାଦ ଠାରେ ହେଇଥିବା ଜାତୀୟ ସିନିଯର ପ୍ରତିଯୋଗୀତା ରେ ୧୯୯୭ ମସିହା ରେ ଭାଗ ନେଇ ତାହା ଜିତିବା ସହ ୨୦୦୬ ମସିହା ଯାଏ କ୍ରମାଗତ ଭାବରେ ପ୍ରତିବର୍ଷ ସେହି ପ୍ରତିଯୋଗୀତା ଜିତି ପାରିଥିଲେ । ଏହା ଫଳ ରେ ସେ ପ୍ରକାଶ ପାଦୁକୋଣ ଜିତି ଥିବା କ୍ରମାଗତ ୯ ଥର ର ରେକର୍ଡ ସହ ସମତୁଲ ହେଇଥିଲେ । ଶେଷ ଥର ପାଇଁ ୨୦୦୬ ମସିହା ରେ ଭାରତ ର ନୂତନ ମହିଳା ବେଡମିଣ୍ଟନ ତରକା ୧୫ ବର୍ଷୀୟ ସାଇନା ନେହାୱାଲ ଙ୍କ ଠାରୁ ସେ ବିଜୟୀ ହେଇଥିଲେ ।[୫]
ଆନ୍ତର୍ଜାତିକ ପ୍ରଦର୍ଶନ
ଅପର୍ଣା ୨ ଥର ଅଲିମ୍ପିକ ଖେଳିବାକୁ ଯୋଗ୍ୟତା ହାସଲ କରି ମଧ୍ୟ ପଦକ ପାଇ ନ ଥିଲେ । ସେ ଏସୀୟ କ୍ରିଡା ରେ ମଧ୍ୟ ଭାଗଣେଇଥିଲେ ଓ ୧୯୯୬ ମସିହା ବିଶ୍ଵ ଜୁନିଅର ବେଡମିଣ୍ଟନ ପ୍ରତିଯୋଗୀତା ରେ ବ୍ରୋଞ୍ଜ ପଦକ ପାଇଥିଲେ । ସେ ୩ ଟି କମନୱେଲ୍ଥ ଖେଳ ରେ ଭାଗ ନେଇ ସମୁଦାଯ ୪ ଟି ପଦକ ପାଇଥିଲେ । ଟଙ୍କାରାବିଶ୍ଵ ରେଙ୍କିଙ୍ଗ ୧୬ ରହିଥିଲା ।
ଅବସର ଓ କୋଚିଙ୍ଗ
ଦୀର୍ଘ ୧୭ ବର୍ଷ ପେଶଗତ ବେଡମିଣ୍ଟନ ଖେଳିବା ପରେ ଅପର୍ଣା ଅବସର ନେଇ ମୁମ୍ବାଇ ଠାରେ ବର୍ତମାନ ଭାରତୀୟ ତୈଳ କମ୍ପାନୀ ରେ କାର୍ଯ୍ୟରତ । ସେ ମୁମ୍ବାଇ ମାଷ୍ଟର ଦଳ ର କୋଚିଙ୍ଗ ଦାୟିତ୍ଵ ମଧ୍ୟ ନେଇଥିଲେ । [୬]
ପୁରସ୍କାର ଓ ସମ୍ମାନ ସମୂହ
୨୦୦୫ ମସିହା ରେ ଥିବା ସର୍ବୋଚ କ୍ରିଡା ସମ୍ମାନ ଅର୍ଜୁନ ପୁରସ୍କାର ତାଙ୍କୁ ଦିଆ ଯାଇଥିଲା । ତାଙ୍କୁ ଆମେରିକା ଦ୍ଵାରା ସାରା ବିଶ୍ଵ ରୁ ବଛା ଯାଇଥିବା ୨୦ ଜଣ କ୍ରୀଡାବିଦ ମଧ୍ୟ ରେ ଚୟନ କରାଯାଇ ଗ୍ଲୋବାଲ ସ୍ପୋର୍ଟ ମେଣ୍ଟାରିଙ୍ଗ ପ୍ରକଳ୍ପ ରେ ନିଆ ଯାଇଥିଲା । ଏହା ତତ୍ କାଳୀନ ଆମେରିକା ର ସେକ୍ରେଟାରୀ( ମନ୍ତ୍ରୀ ) ଥିବା ହିଲାରୀ କ୍ଳିନତନ ଙ୍କ ଦ୍ଵାରା ପରିଚାଳିତ ହେଇଥିଲା ଓ ମହିଳା ମାନଙ୍କ ଭିତରେ କ୍ରିଡା କ୍ଷେତ୍ର ରେ ସଶକ୍ତିକରଣ ପାଇଁ କରାଯାଇଥିଲା ।
ଆଧାର ସମୂହ
- ↑ "Previous stars – Aparna Popat". Tata Padukone Academy. Retrieved 14 August 2013.
{{cite web}}
: Italic or bold markup not allowed in:|publisher=
(help) - ↑ "Mumbai Masters – Aparna Popat". Badminton India. Retrieved 14 August 2013.
{{cite web}}
: Italic or bold markup not allowed in:|publisher=
(help) - ↑ "Aparna Popat's Profile". Studyrays. Retrieved 14 August 2013.
{{cite web}}
: Italic or bold markup not allowed in:|publisher=
(help) - ↑ "Aparna Popat to train with Ganguly Prasad". The Times of India. 19 August 2001. Retrieved 14 August 2013.
{{cite news}}
: Italic or bold markup not allowed in:|publisher=
(help) - ↑ "No stopping Aparna". The Hindu. Retrieved 10 September 2015.
- ↑ "IBL will benefit Indian players: Aparna Popat". ibnlive. 28 July 2013. Retrieved 14 August 2013.
{{cite news}}
: Italic or bold markup not allowed in:|publisher=
(help)
ବାହ୍ୟ ସଂଯୋଗ
- ଅପର୍ଣା ପୋପଟ୍ at BWF.tournamentsoftware.com