ସରଳା ଠକରାଲ
Sarla Thakral | |
---|---|
ଜନ୍ମ | 1914 New Delhi, India |
ମୃତ୍ୟୁ | ୧୫ ମାର୍ଚ୍ଚ ୨୦୦୮ |
ବୈବାହିକ-ସାଥୀ(s) | P. D. Sharma , R.P Thakral |
ସରଲା ଠକ୍କ୍ରାଲ୍ (୧୯୧୪-୧୫ ମାର୍ଚ ୨୦୦୮ ) ପ୍ରଥମ ମହିଳା ବିମାନ ଚାଲିକା । [୧][୨][୩] ୧୯୧୪ ମସିହା ରେ ଜନ୍ମଗ୍ରହଣ କରିଥିବା ସରଳା ୧୯୩୬ ମସିହା ରେ ୨୧ ବର୍ଷ ବୟଶ ରେ ବିମାଞ୍ଚାଳନା ପାଇଁ ଲାଇସେନ୍ସ ହାସଲ କରିଥିଲେ । ସେତେବେଳକୁ ତାଙ୍କର ଗୋଟିଏ ୪ ବର୍ଷ ର ଝିଅ ମଧ୍ୟ ଥିଲା । ସେ ପ୍ରଥମେ ଏକ ଗିପସୀ ମଥ ସୋଲୋ ବିମାନ ଚଳେଇ ୧୦୦୦ ଘଣ୍ଟା ବିମାନ ଚାଳନା ର ଅନୁଭବ ହାସଲ କଲାପରେ "ଏ" ଗ୍ରେଡ ଲାଇସେନ୍ସ ପାଇଥିଲେ ଓ ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏହା ହାସଲ କରିଥିଲେ । ତାଙ୍କ ସ୍ଵାମୀ ପି .ଡି . ଶର୍ମା ଙ୍କ ପରିବାର ଜେନ ବିମାନ ଚାଳକ ଙ୍କ ପରିବାର ଥିଲା । ପରିବାର ରେ ୯ ଜଣ ସଦସ୍ୟ ପାଇଲଟ ଥିଲେ ।ନିଜେ ଶର୍ମା ଭାରତ ର ପ୍ରଥମ ଏୟାର ମେଲ ପାଇଲଟ ଥିଲେ । ସେ କରାଚି ଓ ଲାହୋର ମଧ୍ୟରେ ଏୟାରମେଲ ଚାଳନା କରୁଥିଲେ । [୪][୫]
୧୯୩୯ ମସିହା ରେ ବିମାନ ଦୁର୍ଘଟଣା ରେ କାପ୍ଟେନ ଶର୍ମା ଙ୍କ ଦୁଖଦାୟକ ମୃତ୍ୟୁ ଘଟିବା ପରେ ସାରଳା ନିଜର ଓ ନିଜ ଝିଅ ର ଭରଣ ପୋଷଣ ପାଇଁ ବାଣିଜ୍ୟିକ ବିମାନ ଚାଳନା ପାଇଁ ଆବେଦନ କରିଥିଲେ । ତେବେ ସେହି ସମୟ ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଇଯାଇଥିବାରୁ ତାଙ୍କୁ ଅନୁମତି ମିଳିପାରି ନଥିଲା । ସେ ବାଧ୍ୟ ହେଇ ମାୟୋ ଆର୍ଟ ସ୍କୁଲ ରେ ଲଲିତା କଳା ଶିକ୍ଷ୍ୟା ଲାଭ କରିଥିଲେ ।
ସେ ଆର୍ଯ୍ୟ ସମାଜ ର ଜଣେ ଭକ୍ତ ଥିଲେ ଓ ବେଦ [୬]ର ସାର କୁ ଜୀବନ ର ଆଧାର କରିଥିଲେ । ଏହି ସମୟ ରେ ଭାରତ ସ୍ଵାଧୀନ ହେଇ ବିଭାଜନ ମଧ୍ୟ ହେଲା ଓ ସେ ନିଜର ଦୁଇ ଝିଅ ଙ୍କୁ ନେଇ ଦିଲ୍ଲୀ ରେ ଆସି ରହିଲେ । ସେଠାରେ ସେ ୧୯୪୮ ମସିହା ରେ ଆର . ପି . ଠକ୍କ୍ରାଳ ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ ହେଇ ପାରିଥିଲେ ଓ ତାଙ୍କର ଆର୍ଟ ଶିକ୍ଷ୍ୟା ର ଉପଯୋଗ କରି ବସ୍ତ୍ର ତଥା ଅଳଙ୍କାର[୭] ର ଡିଜାଇନର ଭାବରେ ମଧ୍ୟ କୃତି ହାସଲ କରିଥିଲେ । ୨୦୦୮ ମସିହା ରେ ତାଙ୍କର ପରଲୋକ ଘଟିଥିଲା ।[୮]
ଆଧାର ସମୂହ
- ↑ — Katie O, London, ENGLAND. "1936 – India – Sarla Thakral | Celebrate 100 Years of Licensed Women Pilots". Centennialofwomenpilots.com. Retrieved 9 October 2013.
{{cite web}}
: CS1 maint: multiple names: authors list (link) - ↑ "72. Sarla Thakral : Women's Day: Top 100 coolest women of all time". Ibnlive.in.com. Retrieved 9 October 2013.
- ↑ "Down memory lane: First woman pilot recounts life story Video". NDTV.com. 13 August 2006. Retrieved 9 October 2013.
- ↑ "The Tribune, Chandigarh, India – Education Tribune". The Tribune. Retrieved 24 January 2017.
- ↑ "The Tribune, Chandigarh, India – Education Tribune". The Tribune. Retrieved 9 October 2013.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Rahul Ittal[୧]