Jump to content

ଶ୍ରୀ ଶ୍ରୀନିବାସ ପେରୁମଳ ମନ୍ଦିର

ଉଇକିପିଡ଼ିଆ‌ରୁ
୨୨:୦୨, ୨୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sri Srinivasa Perumal Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Sri Srinivasa Perumal Temple
The gopuram of Sri Srinivasa Perumal Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନLittle India
CountrySingapore
Architecture
TypeDravidian architecture
P. Govindasamy Pillai
Website
SriSrinivasaPerumalTemple

ଶ୍ରୀ ଶ୍ରୀନିବାସ ପେରୁମଳ ମନ୍ଦିର ସିଙ୍ଗାପୁର ମହାନଗର ର ଏକ ସର୍ବପୁରାତନ ମନ୍ଦିର । ଏକା ସେଠାରେ ଥିବା ସେରଙ୍ଗୁନ ରୋଡ ଅଞ୍ଚଳ ରେ "ଲିଟିଲ ଇଣ୍ଡିଆ " ନାମକ ଏକ ସ୍ଥାନ ରେ ଅବସ୍ଥିତ । ସେଠାରେ ସୁଉଛ ଗୋପୁରମ ବା ସ୍ତମ୍ଭ ରେ ଭଗବାନ ବିଷ୍ଣୁ ଙ୍କ ବିଭିନ୍ନ ଅବତାର ର କ୍ଷୋଦିତ ଚିତ୍ର ସବୁ ରହିଛି । ମନ୍ଦିର ଟି 1855 ମସିହା ରେ ପ୍ରଥମେ ନିର୍ମିତ ହେଇଥିଲା । ତେବେ ସେଠାରେ 20 ମିଟର ଉତ୍ଚ ସ୍ତମ୍ଭ 1966 ମସିହା ରେ 300,000 ସିଙ୍ଗାପୁର ପାଉଣ୍ଡ  ଅର୍ଥ ବ୍ୟୟ ରେ ନିର୍ମିତ ହେଇଥିଲା । ମନ୍ଦିର ର ପାଞ୍ଚ-ସ୍ତରୀୟ ସ୍ଥାମା ବା ଗୋପୁରମ କୁ ସିଙ୍ଗାପୁର କୁ ଯାଇ ସ୍ଥାୟୀ ଭାବରେ ବସବାସ କରିଥିବା ସଫଳ ବ୍ୟବସାୟୀ ଗୋବିନ୍ଦସ୍ଵାମୀ ପିଲାଇ ଦାନ କରିଥିଲେ । ସେ ଜେନ ମହତ ଓ ପରୋପକାରୀ ବ୍ୟକ୍ତି ଭାବରେ ସେଠାରେ ପ୍ରସିଦ୍ଧ ଓ ତାଙ୍କର ବଂଶଧର ମାନେ ମଧ୍ୟ ସେହି ପରମ୍ପରା କୁ ଅକ୍ଷୁର୍ଣ ରଖିଛନ୍ତି । 

ପେରୁମଳ ମନ୍ଦିର ର ଚତୁପାର୍ଶ୍ଵ ଏକଦା ପୁଷ୍କରିଣୀ ଓ ଉଦ୍ୟାନ ଥିଲା । ମନ୍ଦିର ଭିତରକୁ ସେଠାରୁ ଏକ ଝରଣା ବହିଯଉଥିଲା । ଭକ୍ତ ମାନେ ସେଠାରେ ଉପାସନା ଆଗରୁ ପରିଷ୍କାର ହଉଥିଲେ ।ମନ୍ଦିର ଅଗଣା ରେ ଏକ କୂପ ଥିଲା ଯଉଠାରେ ଝରଣା ର ଜଳ ପଡୁଥିଲା । ସେଠାରେ ତୁଳାଷୀ ବୃକ୍ଷ ସବୁ ମଧ୍ୟ ରହିଛି । 

ମନ୍ଦିର ଭିତରେ ପେରୁମଳ ବା ଭଗବାନ ବିଷ୍ଣୁ ଙ୍କ ପ୍ରତିକୃତି ସହିତ ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ଅଣ୍ଡଳ , ଗରୁଡ ଙ୍କ ମଧ୍ୟ ପ୍ରତିକୃତି ରହିଛି । ଏଠାରେ ଭଗବାନ ତାଙ୍କର ନୀଳ ବର୍ଣ ରୂପ ଧାରଣ କରିଥାନ୍ତି । ମନ୍ଦିର ଛାତ ଉପରେ ମଧ୍ୟ ସୌର ମଣ୍ଡଳ ର ନବଗ୍ରହ  ଙ୍କ ବୃତ୍ତକାର  ଚିତ୍ର ଶୋଭାପାଇଥାଏ । 

ଏହି ମନ୍ଦିର ରେ "ଥାଇପୁସମ " ପର୍ବ ବହୁ ଆଡମ୍ବର ରେ ପାଳନ କରାଯାଇ ବହୁ ଭକ୍ତ ଙ୍କ ସମାଗମ ହେଇଥାଏ । ଏଠାରୁ ଭକ୍ତ ମାନେ ନୃତ୍ୟ କରିସାରି ତାଙ୍କ ରୋଡ ରେ ଥିବା ଅନନ୍ୟତମ ମନ୍ଦିର ଚେତ୍ତିଆର ମନ୍ଦିର କୁ ଯାଇଥାନ୍ତି । 

1978 ମସିହା ରେ ଏହି ମନ୍ଦିର କୁ ସିଙ୍ଗାପୁର ର ଜାତୀୟ ଏଈତିହ ଭାବରେ ଘୋଷଣା କରାଯାଇଛି ।