ଶ୍ରବଣ ( ରାମାୟଣ ର ଚରିତ୍ର )
ଶ୍ରବଣ ( ରାମାୟଣ ର ଚରିତ୍ର ) | |
---|---|
ଶ୍ରବଣ (Sanskrit: श्रवण)ଶ୍ରବନକୁମାର ନାମ ରେ ମଧ୍ୟ ପରିଚିତ (Sanskrit: श्रवणकुमार) or (Shrobon in Bengali) ଜଣେ ଏଇତିହାସିକ ଚରିତ୍ର । ପ୍ରାଚୀନ ଭାରତୀୟ ପୁରାଣ ରାମାୟଣ ରେ ତାଙ୍କ ବିଷୟ ରେ ଉଲ୍ଲେଖ ରହିଛି ।
ପିତାମାତା ଙ୍କ ପ୍ରତି ନିବିଡ ଅନୁରକ୍ତି
ଶ୍ରବଣ ଙ୍କ ପିତା ମାତା ଋଷି ଥିଲେ ଓ ଆଶ୍ରମ କରି ରହୁଥିଲେ । ତାଙ୍କର ନାମ ଶାନ୍ତନୁ ଓ ଜ୍ଞାନବତୀ ଥିଲା । ଥରେ ସେମାନେ ତାଙ୍କ ପୁତ୍ର କୁ କହିଲେ ଯେ ସେମାନେ ଅତ୍ୟନ୍ତ ବୃଦ୍ଧାବସ୍ଥା କୁ ଆସିଯାଇଥିବାରୁ ଥରେ ତୀର୍ଥ ଯାତ୍ରା ରେ ଯିବାକୁ ଇଚ୍ଛୁକ । ସେମାନେ ଭାରତବର୍ଷ ର 40 ଟି ତୀର୍ଥସ୍ଥଳୀ ଦେଖିବାକୁ ଇଚ୍ଛା କଲେ । ହିନୁ ଧର୍ମ ରେ ବିଶ୍ବାସ ଥାଏ ଯେ ବାର୍ଦ୍ଧକ୍ୟ ଅବସ୍ଥା ରେ ତୀର୍ଥ ସ୍ଥଳୀ ଗଲେ ଆତ୍ମା କୁ ଶାନ୍ତି ମିଳିଥାଏ । ସେ ସମୟ ରେ ଯାତାୟାତ ବ୍ୟବସ୍ଥା ବିରଳ ଓ ବହୁ ଖର୍ଚ ବିଶିଷ୍ଟ ଥିଲା । ତେଣୁ ପିତୃ ମାତୃ ଭକ୍ତ ଶ୍ରବଣ ଦୁଇଟି ଝୁଡି ରେ ସେମାନଙ୍କୁ ବସେଇ ବାଉଁଶ ଭାର ସାହାଯ୍ୟରେ ବୋହି ସେମାନଙ୍କୁ ସବୁ ତୀର୍ଥ ବୁଲେଇଥିଲେ ।
ମୃତ୍ୟୁ
ହ୍ରଦ ନିକଟସ୍ଥ ଅରଣ୍ୟ ରେ ଶିକାର କରୁଥିଆବା ସମୟ ରେ ରାଜା ଦଶରଥ ବୁଦା ଆଢୁଆଳ ରେ କିଛି ଶବ୍ଦ ଶୁଣି ତାହା ପଶୁ ହେଇଥିବାର ଅନୁମାନ କରି ଶର ନିକ୍ଷେପ କଲେ । କିନ୍ତୁ ପ୍ରକୃତ ରେ ସେଠାରେ ଶ୍ରବଣ ଯାଉଥିଲେ ଓ ସାରା ତାଙ୍କୁ ହିଁ ବିଦ୍ଧ କଳା । ଶ୍ରବଣ ରାଜା ଙ୍କୁ କହିଲେ ସେ ତାଙ୍କର ବୃଦ୍ଧ ପିତା ମାତା ଙ୍କ ପାଇଁ ଜଳ ଆଣିବାକୁ ହ୍ରଦ କୁ ଆସିଥିଲେ । ପିତା ମାତା ଦୁହେଁ ଅନ୍ଧ ଅବସ୍ଥା ରେ ରହିଛନ୍ତି । ଶ୍ରବଣ ତାଙ୍କ ପିତା ମାତା ଙ୍କୁ ଜଳ ନେଇ ଦେବାକୁ ଓ ଘଟନା ବିଷୟ ରେ କହିବାକୁ ଅନୁରୋଧ କରି ମୃତ୍ୟୁ ବରଣ କଲେ ।ଦଶରଥ ଜଳ ନେଇ ତାଙ୍କ ପିତା ମାତା ଙ୍କ ପାଖରେ ସବୁ କହିଲେ । ମର୍ମାହତ ହେଇ ଶ୍ରବଣ ଙ୍କ ପିତାମାତା ଦଶରଥ ଙ୍କୁ ଅଭିଶାପ ଦେଲେ ଯେ ସେ ମଧ୍ୟ ପୁତ୍ର ଶୋକ ରେ ହିଁ ରହିବେ । ଯାହା ରାମ ଙ୍କ ବନବାସ ଯୋଗୁଁ ହେଇଥିଲା । f a son).
ଶ୍ରବଣ ଗ୍ରାମ
ଉତ୍ତର ପ୍ରଦେଶ ର ଉନ୍ନୟ ଜିଲ୍ଲା ରେ ଯେଉଁଠାରେ ଶ୍ରବଣ ଙ୍କ ମୃତ୍ୟୁ ହେଇଥିଲା ଓ ଶ୍ରବଣ ଙ୍କ ପିତା ମାତା ମଧ୍ୟ ଦେହତ୍ୟାଗ କରିଥିଲେ ସେଠାରେ ହ୍ରଦ କ୍ଳ ରେ ଏକ ସ୍ମାରକୀ ନିର୍ମିତ ହେଇ ରହିଛି । ସେଠାରେ ଶ୍ରବଣ ଙ୍କ ଏକ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଛି । ଲୋକ ବାଦ ରହିଛି ଯେ ଯେହେତୁ ଶ୍ରବଣ ମୃତ୍ୟୁ ଘଟିବା ସମୟ ରେ ତୃଷାର୍ତ ଥିଲେ ତାଙ୍କ ମୂର୍ତି ରେ ଯେତେ ଜଳ ଢାଳିଲେ ଭି ଗରତା ଭର୍ତି ହୁଏ ନାହିଁ ।ସେହି ଅଞ୍ଚଳ ଶ୍ରବଣ ଗ୍ରାମ ଭାବରେ ନାମିତ ହେଇଛି । ଆଖ ପାଖ ଅଞ୍ଚଳ ରୁ ଶ୍ରବଣ ଙ୍କୁ ଉପାସନା ପାଇଁ ଆସନ୍ତି । .[୧]
ପୁନଶ୍ଚ ଦେଖଣା
ଆଧାର
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;indiatoday2008
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।