Jump to content

ସରସ୍ୱତୀ ମହଲ ଲାଇବ୍ରେରୀ

ଉଇକିପିଡ଼ିଆ‌ରୁ
୨୦:୫୩, ୧୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Saraswathi Mahal Library") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Entrance of the Sarasvati Mahal Library, Tanjore, Tamil Nadu, India.

ସରସ୍ଵତୀ ମହଲ ଲାଇବ୍ରେରୀ ଭାରତୀୟ ରାଜ୍ୟ ତାମିଲନାଡୁ ର ଥଞ୍ଝାଭୁର ସହର ରେ ଅବସ୍ଥିତ । ଏହା ଏସିଆ ମହାଦେଶ ର ଏକ ଅପ୍ରଚୀନତମ ଲାଇବ୍ରେରୀ । ଏଠାରେ ବିରଳ ଓ ବହୁ ମୂଲ୍ଯବାନ ପାଣ୍ଡୁଲିପି ଅନେକ ସଂଖ୍ୟା ରେ ରହିଛି । ଏଠାରେ ତାଳପତ୍ର ଲେଖା ସମୂହ ମଧ୍ୟ ସଂରକ୍ଷିତ ଭାବରେ ରହିଛି । ସେ ସବୁ ବହୁ ପ୍ରାଚୀନ ତାମିଲ , ହିନ୍ଦୀ , ସଂସ୍କୃତ , ତେଲୁଗୁ ଓ ଇଂରାଜୀ ଭାଷା ରେ ରହିଛି । ଭାରତ ର ଅନନ୍ୟ କିଛି ଭାଷା ର ହସ୍ତଲିଖିତ ଦସ୍ତାବିଜ ସମୂହ ମଧ୍ୟ ଏଠାରେ ସଂରକ୍ଷିତ । ଏଠାରେ ସମୁଦାଯ 60,000 ସେହି ଧାରଣ ର ବିରଳ ପୁସ୍ତିକା ରହିଛି । ଏଠି ମଧ୍ୟ ରୁ ସର୍ବସାଧାରଣ ଙ୍କ ଦେଖିବା ପାଇଁ କିଛି ରଖାଯାଇଛି । ଏଥିରେ ଥିବା ସମସ୍ତ ପୁସ୍ତକ ତଥା ହସ୍ତଲିପି , ତାଳପତ୍ର ର ଲେଖନ ର ତାଲିକା ତାହାର ନିଜ ୱେବ ରେ ଉପଲକ୍ଧ । ପୂର୍ବରୁ ଅନୁମତି ନେଇ ଲାଇବ୍ରେରୀ ରେ ଥିବା ପୁରାତନ ଦଲିଲ ଓ ପୁସ୍ତକ ଜନସାଧାରଣ ଦେଖିପାରନ୍ତି । .[]

ଇତିହାସ 

ଥଞ୍ଜାଭୁର ଥିତ ସରସ୍ଵତୀ ଲାଇବ୍ରେରୀ 1535ରୁ 1675 ମସିହା ରେ ଶାସନ କରିଥିନା ନାୟକ ରାଜା ମାନେ ନିଜସ୍ଵ ବ୍ୟବହାର ପାଇଁ ଏହାକୁ ଆରମ୍ଭ କରିଥିଲେ । 1675 ମସିହା ରେ ମରଠା ଶାସକ ଏହି ରାଜ୍ୟ କୁ ନିଜ କଁଯା କୁ ନେଇଯାଇଥିଲେ । କିନ୍ତୁ ସେମାନେ ମଧ୍ୟ ଲାଇବ୍ରେରୀ ର ଉନ୍ନତି କରିଥିଲେ । 1709 ମସିହା ରୁ 1832 ମସିହା ଯାଏ ଶାସନ କରିଥିନା ମରାଠା ରାଜା ସେରଫୋ ଜୀ ନିଜେ ବହୁ ବିଷୟ ରେ ଜଣେ  ବିଦ୍ଵାନ ଥିଲେ । ସେ ଜର୍ମାନ , ଫ୍ରେଞ୍ଚ , ଇଟାଲିୟାନ , ଲାଟିନ ଓ ଇଂରେଜୀ ଭାଷା ଭଲ ଭାବରେ ଜାଣିଥିଲେ । ସେ ଲାଇବ୍ରେରୀ ର ବହୁଳ ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ଲାଇବ୍ରେରୀ ପାଇଁ ସେ ଅନେକ ପଣ୍ଡିତ ଙ୍କୁ ନିଯୁକ୍ତ କରି ବିରଳ ପୋଥି ସବୁ ସଂଗ୍ରହ ଓ ରକ୍ଷଣ ଦିଗରେ ଉଦ୍ୟମ କରିଥିଲେ । ଉତ୍ତର ଭାରତ ଓ ଭାରତ ର ଦୂର ପ୍ରାନ୍ତ ରୁ ମଧ୍ୟ ବହୁ ପୁସ୍ତକ , ହସ୍ତଲିଖିତ ପାଣ୍ଡୁଲିପି ସବୁ ତାଙ୍କ ସମୟ ରେ ସଂରୁହିତ ହେଇଥିଲା । 

1918 ମସିହା ରୁ ଏହି ଲାଇନରେଡ଼ି ତାମିଲନାଡୁ ରାଜ୍ୟ ଅଧୀନ ରେ ରହିଥିଲା । ଏହାର ନାମ " ଥଞ୍ଜାଭୁର ମହାରାଜା ସରଫୋଜୀ ଲାଇବ୍ରେରୀ " ରଖାଯାଇଛି । 

ପରବର୍ତୀ ଉଦ୍ୟମ 

Painting outside the Sarasvati Mahal Library.

ଏହି ଲାଇବ୍ରେରୀ ସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ମୁକ୍ତ । ବର୍ତମାନ ମଧ୍ୟ ଆହୁରି ପୁରାତନ ପୁସ୍ତକ , ଦଲିଲ , ପାଣ୍ଡୁଲିପି ସଂଗ୍ରହ କାର୍ଯ୍ୟ କରାଯାଉଛି । 1998 ମସିହା ରେ ଏହି ଲାଇବ୍ରେରୀ କମ୍ପୁଟରୀକରଣ କରାଯାଇ ସବୁ ପୁସ୍ତକ ଓ ଅନ୍ୟ ମୂଲ୍ଯବାନ ଲେଖା ଗୁଡିକୁ ସାରଣୀ କରଣ କାର୍ଯ୍ୟ ହେବା ସହ ଅତି ପୁରାତନ ହସ୍ତ ଲେଖା ଦଲିଲ ସାନୁହ କୁ ମିକ୍ରୋଫିଲ୍ମ ରେ ରଖାଯାଇଛି । ସମସ୍ତ ଲେଖା କୁ ଡିଜିଟାଲ ମାଧ୍ୟମ ରେ ରଖିବା ପ୍ରକ୍ରିୟା ଚାଲିଛି । .[]

ଲାଇବ୍ରେରୀ ରେ ଥିବା କିଛି ବିରଳ ପୁସ୍ତକ ର ତାଲିକା 

  • Dr. Samuel Johnson's dictionary published in 1784
  • The pictorial Bible printed in Amsterdam in the year 1791
  • The Madras Alamnac printed in 1807
  • Lavoisier's Traité Élémentaire de Chimie ("Elements of Chemistry")
  • The notes of Bishop Heber on Raja Serfoji II
  • The correspondence letters of William Torin of London who purchased a lot of books for Raja Serfoji II and the Saraswathi Mahal Library
  • The Globe used by the raja.
  • Ancient maps of the world
  • Town planning documents of Thanjavur including the underground drainage system, the fresh water supply ducting system
  • Pictorial charts of the theory of evolution of man as evinced by Charles Le Brun[][]

ଲାଇବ୍ରେରୀ ମିଉଜିଆମ 

ଥଞ୍ଜାଭୁର ରାଜମହଳ ଭିତରେ ଥିବା ସରସ୍ଵତୀ ଲାଇବ୍ରେରୀ ରେ ଏକ ମିଉଜିଆମ ମଧ୍ୟ ରହିଛି । ଏଠାରେ ବିରଳ ପୁସ୍ତକ ସହ ପେଣ୍ଟିଙ୍ଗ , କାଷ୍ଠା ନିର୍ମିତ ପୁରାତନ ଦ୍ରବ୍ୟ ମରାଠା ରାଜା ମାନଙ୍କ ତୈଳ ଚିତ୍ର ସହ ବିନ୍ନ ଭିନ୍ନ ପ୍ରାଚୀନ ମାନଚିତ୍ର ସବୁ ରହିଛି । ପଠନ ପାଇଁ ସ୍ଵତନ୍ତ୍ର ସୁବିଧା ଥାଇ କକ୍ଷ୍ୟ ମାନ ରହିଛି । 

ଆଧାର ସମୂହ 

  1. See official website of the library, under External links, for details of holdings and access.
  2. http://www.sarasvatimahallibrary.tn.nic.in/library/Library_History/library_history.html
  3. Information provided by Mr. P.Perumal, Conservator- Saraswathi Mahal Library, Thanjavur, TN., India
  4. Mr.P.Perumal, Conservator & Senior Librarian, Saraswathi Mahal library, Thanjavur, Tamil Nadu, India.

ବାହ୍ୟ ସଂଯୋଗ ସବୁ