ଭାବନଗର ଅମ୍ରେଲି ଜଙ୍ଗଲ
ଦେଖଣା
ଭାବନଗର ଅମ୍ରେଲି ଜଙ୍ଗଲ, ଏସିଆଟିକ ସିଂହ ପାଇଁ ଏକ ସଂରକ୍ଷିତ ଅରଣ୍ୟ ।ଭାରତୀୟ ରାଜ୍ୟ ଗୁଜୁରାଟ ର ଗିର ଜାତୀୟ ପାର୍କ ର ପୂର୍ବ ପଟେ ଅମ୍ରେଲି ଜିଲ୍ଲା ରେ ଏହା ଅବସ୍ଥିତ ।ଏହା ସହିତ ନୂତନ ଯଶାଳ ଅଭୟାରଣ୍ୟ ର ମିଶ୍ରଣ ପରେ ସମୁଦାଯ ଅଞ୍ଚଳ ର ଆୟତନ 1600 ବର୍ଗ କିଲୋମିଟର ହେଲା । ଏହା ଗିର ଅଭୟାରଣ୍ୟ ଠାରୁ ମଧ୍ୟ ଆୟତନ ରେ ବଡ । [୧] ଗୁଜୁରାଟ ସରକାର ସମସ୍ତ ସିଂହ ଙ୍କୁ ଏହି ଜଙ୍ଗଲ କୁ ଆଣିବାକୁ ଚାହୁଥିଲେ ମଧ୍ୟ କେନ୍ଦ୍ର ସରକାର କିଛି ସିଂହ କୁନୋ ଜାତୀୟ ପାର୍କ ରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । କାରଣ ଏକ ସ୍ଥାନ ରେ ରହିଲେ ହୁଏତ କିଛି ବ୍ୟାଧି ଯୋଗୁଁ ସମସ୍ତ ସିଂହ ନିପାତ ହେଇଯିବେ । ତାଞ୍ଜାନିଆ ଦେଶ ର ସେରେଙ୍ଘେତି ଜାତୀୟ ପାର୍କ ରେ ସେପରି ଘଟଣା ହେଇ ସେଠାରେ ବହୁ ସଂଖ୍ୟା ରେ ସିଂହ ମୃତ୍ୟୁ ବରଣ କରିଥିଲେ । . [୨]
ଏସିୟ ସିଂହ ଗଣନା 2910 ଅନୁସାରେ [୩]
District | Male | Female | Cubs | Total |
---|---|---|---|---|
ଅମ୍ରେଲି | 28 | 40 | 40 | 108 |
ଭାବନଗର | 11 | 11 | 11 | 33 |
ଜୁନାଗଡ | 58 | 111 | 101 | 270 |
Total | 97 | 162 | 152 | 411 |
ଏହି ସାରଣୀ ଅନୁସାରେ ଭାବନଗର ଓ ଅମ୍ରେଲି ଜଙ୍ଗଲ ରେ 141 ଟି ସିଂହ ରହୁଛନ୍ତି ।