ସିଲେରୁ ନଦୀ
ସିଲେରୁ ନଦୀ ଭାରତୀୟ ନଦୀ ସାବରିନଦୀ ର ଏକ ଶାଖା ନଦୀ ।ଏହା ଆନ୍ଧ୍ରପ୍ରଦେଶ ରୁ ବାହାରି ଓଡିଶା ରାଜ୍ୟ ଦେଇ ପ୍ରବାହିତ ହେଲା ପରେ ସବାରି ନଦୀ ରେ ମିଳିତ ହୁଏ ଓ ସବାରି ନଦୀ ପୁନଶ୍ଚ ଆନ୍ଧ୍ରା ପ୍ରଦେଶ କୁ ପ୍ରବେଶ କରି ଗୋଦାବରୀ ନଦୀ ସହ ମିଳିତ ହୁଏ । [୧] ସିଲେରୁ ନଦୀ ଉପର ଅଞ୍ଚଳ ରେ ମାଛକୁଣ୍ଡ ନାମ ରେ ପରିଚିତ ହେଇ ଓଡିଶା , ଆନ୍ଧ୍ର ପ୍ରଦେଶ ଓ ଓ ଛତିଶଗଦ ର ତ୍ରିଯୁକ୍ତ ସ୍ଥାନ ରେ ସବାରି ନଦୀ ସହ ମିଳିତ ହେଇଥାଏ ।
ଜଳବିଦ୍ୟୁତ ପ୍ରକଳ୍ପ ସମ୍ଭାବନା
ଏହି ନଦୀ ର ଜଳବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିସ୍ଥିତି ରହିଛି । ଏଥିରେ ମାଛକୁଣ୍ଡ , ବାଲିମେଲା , ଉପର ସିଲେରୁ ଦୋଙ୍କାରାଇ , ତଳ ସିଲେରୁ ଜଳ ବିଦ୍ୟୁତ ପ୍ରକଳ୍ପ ସବୁ ନିର୍ମିତ ହେଇ ବିଦ୍ୟୁତ ଉତ୍ପାଦନ ହଉଛି । .[୨] ଚିତ୍ରକୋଣ୍ଡା ଠାରେ 60 ମେଗାବାଟ୍ଟ ପ୍ରକଳ୍ପ ମଧ୍ୟ ଯୋଜନା କରାଯାଇଛି । .[୩]
ଜଳସେଚନ ସମ୍ଭାବନା
ବାଲିମେଲା ପ୍ରକଳ୍ପ ର ନିର୍ଗତ ଜଳ କୁ ଜଳସେଚନ ପାଇଁ ବ୍ୟବହାର କରାଯାଉଥିଲେ ମଧ୍ୟ ତାହାକୁ ଗୋଦାବରୀ ଡେଲ୍ଟା ଅଞ୍ଚଳ କୁ ନେବାପାଇଁ ପୂର୍ବ ଘାଟ ପର୍ବତ ମାଳ ରେ 35 କିଲୋମିଟର ଲମ୍ବ ଟନେଲ ର ନିର୍ମାଣ ହେଲେ ଏହି ଜଳ ର ସଦୁପଯୋଗ ହେବ । [୪] ସେହିପରି ସିଲେରୁ ନଦୀ ର ଜଳ କୁ 30 କିଲୋମିଟର ଟନେଲ ଦ୍ଵାରା ନେଲେ ବିଶାଖାପଟ୍ଟନାମ , ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲା ରେ ଜଳସେଚନ ହେଇପାରିବା । [୫] ପୋଲାଭରମ ପ୍ରକଳ୍ପ ପାଇଁ ମଧ୍ୟ ଏହାର ଜଳ ବ୍ୟବହାର ହେଇପାରିବା ।
ପୁନଶ୍ଚ ଦେଖଣା
- Kanithi Balancing Reservoir
- Jalaput Dam