ଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରି
ଦିଗମ୍ବର ଜୈନ ମନ୍ଦିର , ଭାରତୀୟ ରାଜ୍ୟ ଓଡିଶା ର ଖଣ୍ଡଗିରୀ ଠାରେ ଥିବା ଏକ ଜୈନ ମନ୍ଦିର । ଏହି ଖଣ୍ଡଗିରୀ ପାହାଡ ର ପ୍ରସ୍ତର ରୁ କ୍ଷୋଦିତ ଅନେକ ଜୈନ ଗୁମ୍ଫା ରହିଛି । ଏହା ପ୍ରଥମ ଶତାବ୍ଦୀ ରେ ରାଜା ଖାରବେଳ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ବର୍ତମାନ ଏହି ଗୁମ୍ଫା ଗୁଡିକ ଭାରତୀୟ ପ୍ରତ୍ନତତ୍ଵ ଅନୁସନ୍ଧାନ ବିଭାଗ ଦ୍ଵାରା ସଂରକ୍ଷିତ ରକ୍ଷା ଯାଇଛି । ଏଠାରେ ଜୈନ ତିରଥଙ୍କର ଙ୍କ ପ୍ରତିମୂର୍ତି ରହିଛି ।
ମାଲିକାନା
ଏହି ମନ୍ଦିର ବେଙ୍ଗଳ , ଓଡିଶା ଓ ବିହାର ର ଦିଗମ୍ବର ଜୈନ ତିରଥଙ୍କର କମିଟି ତରଫ ରୁ ବିମଳା ଦେବୀ ଙ୍କ ଦ୍ଵାରା ପରିଚାଳିତ ହୁଏ ।
ନିର୍ମାଣ କାଳ
ମନ୍ଦିର ର ନିର୍ମାଣ ଶୈଳୀ କୁ ଅନୁଧ୍ୟାନ କାଲେ ଜଣ ଯାଏ ଯେ ଏହା ପୂର୍ବ ନିର୍ମିତ କୌଣଶୀ ମନ୍ଦିର ର ନିର୍ମାଣ ଜିନିଷ ରୁ ନିର୍ମିତ । ନୂତନ ମନ୍ଦିର 19 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା ।
ତାପର୍ଜୀ
ଲୋକ କଥାନୁସାରେ ପ୍ରଥମ ଶତାବ୍ଦୀ ରେ ମହାମେଘବାହାନ ଖାରବେଳ ଏହି ମନ୍ଦିର ନିର୍ମାଣ କରିଥିବା କହୁଥିଲେ ମଧ୍ୟ ସ୍ଥାପତ୍ୟ ଶୈଳୀ ରୁ ଏହା ଜଣାପଡେ ନାହି ।
ବାସ୍ତବିକ ବର୍ଣନା
ମନ୍ଦିର ପୂର୍ବ ଦିଗ କୁ ମୁଖ କରିଥାଏ ଓ ଋଷଭନାଥ ମନ୍ଦିର ନିକଟ ରେ ଅବସ୍ଥିତ । ଏହାର ଚତୁପାର୍ଶ୍ଵ ରେ ପ୍ରାଚୀର ରହିଛି ।
16 ମିଟର ଲମ୍ବ ଓ 9.50 ମିଟର ପ୍ରସ୍ତ ବିଶିଷ୍ଟ ଚତ୍ତାନ ଯାହା ଭୂମି ଉପରୁ 1.62 ମିଟର ଉପରେ ରହିଛି , ତାହା ଉପରେ ମନ୍ଦିର ନିର୍ମିତ । ମନ୍ଦିର ରେ ଏକ ବିମାନ ଓ ଜଗମୋହନ ରହିଛି । ବିମାନ 8.25 ବର୍ଗମିଟର ର ହେଇଥିବା ବେଳେ ଜଗମୋହନ ର ଦୈର୍ଘ୍ୟ 6.4 ମିଟର ଓ ପ୍ରସ୍ଥ 9.4 ମିଟର । ମନ୍ଦିର ଟି ତ୍ରିରଥ ଡିଜାଇନ ରେ ହେଇଛି । ମନ୍ଦିର ର ଉଚ୍ଛତା ଚଟ୍ଟନ ଠାରୁ 5.8 ମିଟର । ଏହି ମନ୍ଦିର ରେ ପଞ୍ଚାଙ୍ଗ ବାଦ ରହିଛି । ଉପର
ନିର୍ମାଣ ବସ୍ତୁ : ବାଲି ପଥର ନିର୍ମାଣ ଶୈଳୀ କଳିଙ୍ଗ