ଝାବୁଆ ରାଜ୍ୟ
ଝାବୁଆ ରାଜ୍ୟ ବ୍ରିଟିଶ ଶାସନକାଳ ରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ଝାବୁଆ ସହର ରେ ଥିଲା ।ଏହି ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଭିଲ ଜନଜାତି ର ଲୋକ ବସବାସ କରୁଥିଲେ । ଉମରକୋଟ ଏହି ରାଜ୍ୟ ର ଏକ ଉପରାଜ୍ୟ ଅଞ୍ଚଳ ଥିଲା । [୧]
ଇତିହାସ
ମର୍ବାର ର ରାଓ ଯୋଧାଙ୍କ ପଞ୍ଚମ ସନ୍ତାନ ରାଓ ଭିରଜି ଏହି ରାଜା ପରିବାର ପ୍ରଥମ ରାଜା ଥିଲେ ।ତାଙ୍କର ବଂଶଜ କଂବରକେଶୋ ଦାସ ବା କିଷାନ ଦାସ 1584 ମସିହା ରେ ଝବୁଆ ରାଜୟା ର ସ୍ଥାପନ କରିଥିଲେ । ଦିଲ୍ଲୀ ର ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କୁ ବେଙ୍ଗଲ ଯୁଦ୍ଧ ରେ ସାହାଯ୍ୟ କରିଥିବାରୁ ଓ ଭିଲ ଜନଜାତି ର ମୁଖ୍ୟ ଙ୍କୁ ଦଣ୍ଡ ଦେଇଥ୍ଯିବାରୁ ପୁରସ୍କାର ସ୍ୱରୂପ ତାଙ୍କୁ ଏହି ରାଜ୍ୟ ର ରାଜା ଉପାଧି ଦେଇଥିଲେ । ସେ ରାଠୋର ବଂଶୀୟ ରାଜପୁତ ଥିଲେ । [୨]
ବ୍ରିଟିଶ ରାଜୁତି କାଳ ରେ ଝାବୁଆ ଭୋପାୱାର ଏଜେନ୍ସି ଅଧୀନ ରେ ରହିଥିଲା । ପରେ 1927 ମସିହା ରେ ତାହା ମଳବା ଏଜେନ୍ସି ଅଧୀନ କୁ ଗଲା । ଝାବୁଆ 1947 ମସିହା ରେ ଭାରତୀୟ ରାଜ୍ୟ ସଂଘ ରେ ସମ୍ମିଳିତ ହେଇ ମଧ୍ୟ ଭାରତ ରେ ରହିବା ପରେ 1956 ମସିହା ରେ ମଧ୍ୟପ୍ରଦେଶ ରେ ମିଶିଥିଲା । [୩]
ଶାସକଗଣ
ଝାବୁଆ ର ଶାସକ ମାନଙ୍କୁ ରାଜା କୁହାଯାଇ ସେମାନେ ବ୍ରିଟିଶ ମାନଙ୍କଦ୍ବାରା 11 -ତୋପ ସମ୍ମାନ ର ଅଧିକାର ପ୍ରାପ୍ତ ହେଇଥିଲେ । [୪]
Rajas
- 1584 - 1607 କେଶୋ ଦାସ
- 1607 - 1610 କାରଣ ସିଂହ
- 1610 - 1677 ମାଁ ସିଂହ
- 1677 - 1723 କୁଶଲ ସିଂହ
- 1723 - 1727ଅନୁପ ସିଂହ
- 1727 - 1758 ଶେୟ ସିଂହ
- 1758 - 1770 ବାହାଦୁର ସିଂହ
- 1770 - 1821 ଭୀମ ସିଂହ
- 1821 - 1832 ପ୍ରତାପ ସିଂହ
- 1832 - 1840 ରତନ ସିଂହ
- Nov 1841 - 1895 ଗୋପାଳ ସିଂହ
- 26 Apr 1895 - 1942 ଉଦୟ ସିଂହ
- 1942 - 15 Aug 1947 ଧାଲିପ ସିଂହ
ପୁନଶ୍ଚ ଦେଖଣା
- Central India Agency
- Political integration of India
ଆଧାର ସମୂହ
- ↑ Great Britain India Office.
- ↑ Princely States of India
- ↑ Jhabua - Princely State
- ↑ Jhabua Princely State (11 gun salute)
This Indian location article is a stub. You can help Wikipedia by expanding it. |