ତୁଙ୍ଗଭଦ୍ରା ନଦୀ
ତୁଙ୍ଗଭଦ୍ରା ନଦୀ , କର୍ନାଟକ ରାଜ୍ୟ ରେ ମୁଖ୍ଯତଃ ପ୍ରବାହିତ ଏକ ଭାରତୀୟ ନଦୀ । ଏହାର କିଛି ଅଂଶ କର୍ନଟକ ଓ ଆନ୍ଧ୍ରା ପ୍ରଦେଶ ସୀମା ରେ ଯାଇ କ୍ରୀଷ୍ଣା ନଦୀ ସହିତ ମିଳିତ ହୁଏ । ମହାଭାରତ ରେ ଏହା ପାମ୍ପା ନାମରେ ଉଲ୍ଲିଖିତ ।
ଗତିପଥ
କର୍ନଟକ ରାଜ୍ୟ ର ପଶ୍ଚିମ ଘାଟ ପର୍ବତମାଳା ରୁ ବାହାରିଥିବା ତୁଙ୍ଗା ଓ କୁଦି ନଦୀ ର ମିଶ୍ରଣ ରେ ତୁଙ୍ଗଭଦ୍ରା ନଦୀ ର ସୃଷ୍ଟି । ଏହି ଦୁଇ ଉପନଦୀ ଚିକମାଗଲୁର ଜିଲ୍ଲା ରୁ ବାହାରି ତୁଙ୍ଗଭଦ୍ରା ରେ ପରିଣତ ହେଲା ପରେ ତାହା ଶିଳ୍ପ ସହର ଭଦ୍ରବତୀ ହେଇ ପ୍ରବାହିତ ହେଲା ପରେ ଆରବ ସାଗର ରେ ପତିତ ହୁଏ । 100 ରୁ ଉର୍ଦ୍ଧ ଉପନଦୀ , ନାଳ ଏହା ସହିତ ମିଳିତ ହେଇ ଏହାକୁ ଜଳ ପ୍ରଦାନ କରେ । ତୁଙ୍ଗା ଓ ଭଦ୍ରା କୁଦଳି ନାମକ ସ୍ଥାନ ରେ ମିଳିତ ହୁଅନ୍ତି ।
ଏହି ନଦୀ ତଟ ରେ ଅନେକ ତୀର୍ଥ ସ୍ଥଳ , ଶୈବ ସଂପ୍ରଦାଯ ର ମନ୍ଦିର , ଶ୍ରୀଙ୍ଗେରୀ ଥରେ ଅବସ୍ଥିତ । ଅନେକ ବ୍ରହ୍ମା ମନ୍ଦିର ମଧ୍ୟ ଏହାର ତତବର୍ତୀ ଅଞ୍ଚଳ ରେ ଅବସ୍ଥିତ । ପୁରାତନ ଚାଲୁକ୍ୟ ବଂଶ ଦ୍ଵାରା ନିର୍ମିତ ନବ ବ୍ରହ୍ମା ମନ୍ଦିର ଏହା ପଥରେ ଅବସ୍ଥିତ ।
1525 ରୁ 1527 ମସିହା ମଧ୍ୟ ରେ ଶ୍ରୀ କୃଷ୍ଣ ଦେବରାୟ ଏହି ନଦୀ ତଟ ରେ ବନ୍ୟା ସୁରକ୍ଷ୍ୟା ପାଇଁ ସୁଦୃଢ ପ୍ରାଚୀର ନିର୍ମାଣ କରିଥିଲେ ।
ଏହି ନଦୀ ଅଞ୍ଚଳ ରେ ଗ୍ରାନାଇଟ ର ଖାଦାନ ସବୁ ରହିଛି । .[୧]
ନଦୀ ତଟ ବାରଟି ଅଞ୍ଚଳ ରୁ ପୁରାତନ ବିଜୟନଗରମ ସଭରାଜ୍ୟ ର ଭଗ୍ନାବଶେଷ ସବୁ ପରିଲାକ୍ଷୟିତ ହୁଏ । 20 ତମ ଶତାବ୍ଦୀ ରେ ଜଳସେଚନ ପାଇଁ ତୁଂଗଭଦ୍ରା ଡେମ ନିର୍ମିତ ହେଇଥିଲା । [୨]
ମନ୍ଦିର ସମୂହ
- ଚିକମଗାଲୁର ଜିଲ୍ଲା ରେ ନଦୀ ତଟ ରେ ଶ୍ରୀଙ୍ଗେରୀ ସାରଦମ୍ବା ମନ୍ଦିର ରହିଛି ।
- ହରିହର ନାମକ ସ୍ଥାନ ରେ ହରିହରେଶ୍ଵର ମନ୍ଦିର ରହିଛି । ହାମ୍ପି ଅଞ୍ଚଳ ରେ ବିଜଯନଗର ରାଜ୍ୟ ର ଭଗ୍ନାବଶେଷ ଏକ ପର୍ଯ୍ୟଟନ ସ୍ଥଳୀ ।
- ଏହାର ଆଲମପୁର ସ୍ଥାନ କୁ ଦକ୍ଷିଣ କାଶୀ କୁହାଯାଏ । ଏଠାରେ ଅନେକ ମନ୍ଦିର ରହିଛି ।
- ନଦୀ ତଟ ରେ ମନ୍ତରାଳୟମ ନାମକ ସ୍ଥାନ ରେ ମୂଳ ବୃନ୍ଦାବନ ତୀର୍ଥ ସ୍ଥଳୀ ରହିଛି ।
ନଦୀ ବନ୍ଧ
ତୁଙ୍ଗଭାଦ୍ର ଉପରେ ଗଜାନୁର ଠାରେ କ ନଦୀବନ୍ଧ ନିର୍ମିତ ହେଇଛି । ଏହା ଏକ ବହୁମୂଖୀ ପ୍ରକଳ୍ପ । ହସପେତ ନିକଟ ରେ ବୃହତ ତୁଂଗଭଦ୍ରା ବନ୍ଧା ନିର୍ମିତ । ଏହି ବନ୍ଧା ରୁ କେନାଲ ଯୋଗେ ଚାଷଜମି କୁ ଜଳ ଯୋଗାଣ ହୁଏ ।
See also
- List of dams and reservoirs in India
- Tungabhadra Pushkaralu
- Kishkindha
- Tungabhadra Pushkaralu