ଭେମ୍ବନାଡ଼
ଭେମ୍ବନାଦ ହ୍ରଦ , କେରଲ ଭରତ ର ଦୀର୍ଘତମ ହ୍ରଦ । ଏହା କେରଲ ର ବୃହତ୍ତମ ହ୍ରଦ ମଧ୍ୟ । ଏହା ଭାରତ ର ବୃହତ୍ତମ ହ୍ରଦ ମଧ୍ୟ ରୁ ଗୋଟିଏ।ଏହି ହ୍ରଦ କେରଳ ରାଜ୍ୟ ର ଅନେକ ଜିଲ୍ଲା ର ଅଂଶ ହେଇ ସେଠାରେ ଭିନ୍ନ ନାମ ମଧ୍ୟ ନେଇଥାଏ । କୁତ୍ତାନାଦ ଜିଲ୍ଲା ରେ ଏହାକୁ ପୁନ୍ନମଡା ହ୍ରଦ କୁହା ଯାଉଥିବା ବେଳେ କୋଚି ରେ କୋଚି ହ୍ରଦ କୁହାଯାଇଥାଏ । ଏହି ହ୍ରଦ ମଧ୍ୟ ରେ କେତେକ ଦ୍ଵିପ ମଧ୍ୟ ରହିଛି ।
ଏହି ହ୍ରଦ ର ଏକ ଅଂଶ ରେ ଜାତୀୟ ନେହେରୁ ଟ୍ରଫି ବୋଟ ରେସ ଅନୁଷ୍ଠିତ ହେଇଥାଏ । କେନ୍ଦ୍ର ସରକାର ଙ୍କ ଦ୍ଵାରା ଏହି ହ୍ରଦ ର ପ୍ର୍ସ୍କୃତିକ ସୋଭା ର ସୁରକ୍ଷ୍ୟା ପାଇଁ ଏହାକୁ ଜାତୀୟ ଆର୍ଦ୍ରଭୂମି ସଂରକ୍ଷ୍ୟଣ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରିଛନ୍ତି ।
ଭୌଗୋଳିକ ସ୍ଥିତି
ଭେମ୍ବାନାଦ ଆର୍ଦ୍ରଭୂମି ଅଞ୍ଚଳ 2033.02 ବର୍ଗକିଲୋମିଟର [୧]ଅଞ୍ଚଳ ବ୍ୟାପ୍ତ ହେଇଥାଏ । ଏହା ଭାରତ ର ବୃହତ୍ତମ ଆର୍ଦ୍ରଭୂମି । ଏହା ମଧ୍ୟ ରୁ 392.12 ବର୍ଗକିଲୋମିଟର ଅଞ୍ଚଳ ସମୁଦ୍ର ପତ୍ତନ ରୁ ନିମ୍ମ ରେ ରହିଛି । ଏହି ହ୍ରଦ ର ଚତୁର୍ଦିଗ ରେ ଆଲାପୁଝା , କୋଟ୍ଟାୟମ , ଓ ଏର୍ଣାକୁଲମ ଜିଲ୍ଲା ରହିଛି । ଏହି ହ୍ରଦ ସମୁଦ୍ର ପତ୍ତନ ସହ ସମତଳ ହେଇ ଆରବୀୟ ସାଗର ରୁ ଏକ କ୍ଷୀଣକାୟ ଦୀପ ଦ୍ଵାରା ଭିନ୍ନ ହେଇ ରହିଛି ।ଏହାର ଦୀର୍ଘତମ ଅଞ୍ଚଳ 14 କିଲୋମିଟର । ଏହି ହ୍ରଦ କୁ 15,770 ବର୍ଗ କିଲୋମିଟର ଆଞ୍ଚଲ ର ଜଳ ପ୍ଳାବିତ ହୁଏ ।
ହ୍ରଦ ତଟ ରେ କୁମାରାକୋମ ଗ୍ରାମ ପର୍ଯ୍ୟଟକ ମାନଙ୍କ ପାଇଁ ଖୁବ ଆକର୍ଷକ ହେଇଥାଏ ।[୨] ଏଠାରେ ପକ୍ଷୀ ଅଭୟାଞ୍ଚଳ ମଧ୍ୟ ରହିଛି ।
ନିକଟସ୍ଥ ସହର
ଭେମ୍ବାନାଦ ହ୍ରଦ ତଟ ବର୍ତୀ ଇଲାକା ରେ 1.6 ମିଲିୟନ ଲୋକ ବସବାସ କରିଥାନ୍ତି ଓ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହ୍ରଦ ଉପରେ ନିଜର ଜୀବିକା ପାଇଁ ନିର୍ଭରଶୀଳ ଥାଆନ୍ତି ।
କୋଚି ବନ୍ଦର ଆରବସାଗର ରେ ଏହି ହ୍ରଦ ର ନିର୍ଗତ ସ୍ଥାନ ନିକଟ ରେ ଅବସ୍ଥିତ । ହ୍ରଦ ଓ ଆରବ ସାଗର ମଧ୍ୟ ରେ ଆଲାପୁଝା ସହର ରହିଛି । ଏହି ସହର ତାର ଅନେକ କେନାଲ ଯୋଗୁଁ " ପୂର୍ବ ର ଭେନିସ " ନାମ ରେ ଖ୍ୟାତ ।
ପର୍ଯ୍ୟଟନ
ଏହି ହ୍ରଦ ନୌ ବିହାର ପାଇଁ ଖୁବ ଆକର୍ଷକ । ଏଠାରେ ପର୍ଯ୍ୟଟକ ମାନେ ନିରାପଦ ରେ ନୌ ବିହାର କରିପାରନ୍ତି । 2004 ରେ ଏକ ମାତ୍ର ଥର ପାଇଁ ପର୍ଯ୍ୟଟକ ଙ୍କୁ ଅପବ୍ୟବହାରଘଟଣା[୩] ଛଡା ଏଠାରେ ଶାନ୍ତିପୂର୍ଣ ପରିବେଶ ଇଲିଥାଏ ।
ନୌ ଚଳାଚଳ
ଏହି ହ୍ରଦ ସହିତ ଅନେକ କେନାଲ ରହି ଅଞ୍ଚଳ ର ସମସ୍ତ ଗ୍ରାମ କୁ ସଂଯୋଗ କରିଥାଏ । ଏହି କେନାଲ ଦେଇ ନୌକା ଦ୍ଵାରା ଏଠାରେ ଯାତାୟାତ ଓ ମାଳ ପରିବହନ ବହୁ ପରିମାଣ ରେ ହେଇଥାଏ । କିଛି ଅଞ୍ଚଳ କୁ ଯିବା ପାଇଁ ନୌକା ହି ଏକମାତ୍ର ପଥ ହେଇଥାଏ । କୋତତପୁରମ - କୋଲଲାମ ସେକତର ର 209 କିଲୋମିଟର ଜଳପଥ କୁ ଜାତୀୟ ଜଳପଥ ଘୋଷଣା କରାଯାଇଛି ।
ପରିବେଶ ଗୁରୁତ୍ଵ
ଏଠାରେ ଥିବା ଆର୍ଦ୍ରଭୂମି ଓ ହ୍ରଦ ରେ 20.000 ଜଳ ପକ୍ଷୀ ନିବାସ କରନ୍ତି ।ହ୍ରଦ ରେ ଅନେକ ଚିଙ୍ଗୁଡି ଜାତୀୟ ପ୍ରାଣୀ ରହନ୍ତି ।[୪] ହ୍ରଦ ତଟ ରେ ରହୁଥିବା ଲୋକମାନେ ମାଛ ଧାରା , ଚାଷ , ପର୍ଯ୍ୟଟନ ବ୍ୟବସାୟ , ନଡିଆ କାଟ ଶିଳ୍ପ ଆଦି କରିଥାନ୍ତି ।
ବୋଟ ଦୁର୍ଘଟଣା
ଜୁଲାଇ 27, 2002 ରେ ଏଠାରେ ହ୍ରଦ ରେ ନୌକା ଦୁର୍ଘଟଣା ଫଳରେ 9 ଜଣ ଲୋକ ପ୍ରାଣ ହରେଇଥିଲେ । ମୂହମ୍ମ ଗ୍ରାମ ରୁ ଅପର ପାର୍ଶ୍ଵ ରେ କୁମରକୋମ ଯାଏ ଦୈନିକ ଫେରି ବୋଟ ସେବା ଚାଲିଥାଏ । .[୫]
ଗେଲେରୀ
-
Houseboats on Vembanad
-
An arching coconut tree
-
A small boat hitching a ride
-
A view of Vembanad Lake from a resort in Kumarakom
-
A resort on the banks of Vembanad Lake at Kumarakom
-
Tourists in a local boat in Vembanad Lake
-
"Kallu shap" the local toddy shop
-
A houseboat idling in the lake
-
Sunset on the Vembanad Lake
-
Vembanad Lake opens out to the sea at Kochi
-
Bethlaham Church on the banks of Vembanad lake
-
Dusk on the Vembanad