Jump to content

ସୁଖନା ହ୍ରଦ

ଉଇକିପିଡ଼ିଆ‌ରୁ
୧୩:୫୧, ୧୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sukhna Lake") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଚଣ୍ଡିଗଡ ର ସୁଖନା ହ୍ରଦ 
ସୁଖନା ହ୍ରଦ ରୁ ସୂର୍ଯ୍ୟାସ୍ତ  ର ଦୃଶ୍ୟ 

ସୁଖନା ହ୍ରଦ ଭାରତୀୟ ରାଜ୍ୟ ହରିୟଣା ର ଚଣ୍ଡିଗଡ ଠାରେ ଅବସ୍ଥିତ ଏକ ଜଳାଶୟ । ଏହା ହିମାଳୟ ପର୍ବତ ସାନୁହ ର ପାଦ ଦେଶ ରେ ରହିଛି । ତେବେ ଏହା ଏକ ବର୍ଷାଜଳ ଗ୍ରହନକାରୀ ହ୍ରଦ ଓ ଏହାର ଆୟତନ 3 ବର୍ଗ କିଲୋମିଟର । ଏହାକୁ 1958 ମସିହା ରେ ସୁଖନା ଜୋର ନାମକ ନାଳ ରେ ଡେମ ନିର୍ମାଣ କରି ଦ୍ରୁଷ୍ଟି କରାଯାଇଥିଲା । ଏହାର ଜଳ ଧାରଣ ଅଞ୍ଚଳ ରୁ ବହୁପରିମାଣ ର ପଟୁ ମାଟି ଆସୁଥିବାରୁ ଏହା ଉପରସ୍ଥ 24.42 ବର୍ଗ କିଲୋମିଟର ଅଞ୍ଚଳ କୁ ଅଧିଗ୍ରହଣ କରାଯାଇ ସେଠାରେ ଜଙ୍ଗଲ ସୃଷ୍ଟି କରାଯାଇ ଭୂମି ସ୍ଖଳନ କୁ ରୋକା ଯାଇଥିଲା । ବର୍ତମାନ ସୁଖନା ନାଳ ଏହି ହ୍ରଦ ରେ ନ ପଡି ଅନନ୍ୟ ଦିଗ ରେ ଯାଉଛି । 

ଇତିହାସ 

ଏହି ହ୍ରଦ ତତ୍ କାଳୀନ ମୁଖ୍ୟ ଇଞ୍ଜିନିଅର ଓ ଲେ ଲୋର୍ବୁସିଅର ନାମକ ବିଦେଶୀୟ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହାର ପ୍ରକୃତିକ ପରିବେଶ ବଜାୟ ରଖିବାକୁ ଏଠାରେ ମୋଟର ବୋଟ ଚାଳନ ତଥା ଏହା ଉପରସ୍ଥ ବନ୍ଧ ରେ ଜାଣ ବହନ ଚଳାଚଳ ନିଷେଧ କରାଯାଇଥାଏ । ଏହି ବନ୍ଧ ନିକଟରେ ଏକ ଗଲ୍ଫ କୋର୍ସ ଓ ନେକ ଚାନ୍ଦ ଙ୍କ ପ୍ରସିଦ୍ଧ ' ଚଣ୍ଡିଗଡ ରକ ଗାର୍ଡେନ' ରହିଛି । 

ଲୋକ କଥା 

ଏହି ଅଞ୍ଚଳ ର ଲୋକଙ୍କ ଏହି ହ୍ରଦ ସହ ଘନିଷ୍ଠ ସମ୍ପର୍କ ଥାଏ । ବନ୍ଧା ଉପରସ୍ଥ ରାସ୍ତା ରେ ସ୍ଥାନୀୟ ଲୋକ ଭ୍ରମଣ କରିଥାନ୍ତି । ସନ୍ଧ୍ଯା କାଳୀନ ଦୃଶ୍ୟ ଏଠାରେ ଖୁବ ମନୋହର ହେଇଥିବାରୁ ଚିତ୍ରକର ମାନେ ଏହାର ଚିତ୍ର ତିଆରି କରିଥାନ୍ତି । ଏହି ହ୍ରଦ ରେ ବୋଟିଙ୍ଗ , ସ୍କେଟିଙ୍ଗ ଆଦି ଜଳ କ୍ରିଡା ର ବ୍ୟବସ୍ଥା ରହିଛି ।[] 

ପକ୍ଷୀ ବିହାର

ଏହି ହ୍ରଦ ରେ ଶୀତ କାଳ  ରେ ଅନେକ ସଂଖ୍ୟା ରେ ବିଦେଶାଗତ ପକ୍ଷୀ ସମବେତ ହେଇ ଆକର୍ଷଣ କୁ ବହୁଗୁଣିତ କରନ୍ତି । ସାଇବେରିଆନ ଡକ , କ୍ରେନ , ସ୍ଟ୍ରୋକ ଆଦି ପ୍ରଜାତି ର ପକ୍ଷୀ ଏଠାରେ ଶିତ ଋତୁ ରେ ରହୁଥିବାରୁ ଏହା କୁ ଭାରତ ସରକାର ଙ୍କ ଦ୍ଵାରା ଏକ ସଂରକ୍ଷିତ ଅଞ୍ଚଳ ଘୋଷଣା କରାଯାଇଛି । 

ଉନ୍ନୟନ ଓ ରକ୍ଷଣାବେକ୍ଷଣ

ଏଠାରେ ଚଣ୍ଡିଗଡ ପ୍ରଶାସନ ଦ୍ଵାରା ବଡ ଆକାର ର ମାଛ ନ ଧରିବାକୁ ଆଦେଶ ଦେଇଛନ୍ତି ।  []

ଏହି ହ୍ରଦ ଅଞ୍ଚଳ ର ଆହୁରି ଉନ୍ନୟନ ପାଇଁ ଚଣ୍ଡିଗଡ ପ୍ରଶାସନ ତରଫ ରୁ 2.73 କୋଟି ଟଙ୍କା ର ଯୋଜନା କରାଯାଇ କେନ୍ଦ୍ର ସରକାର ଙ୍କ ଅନୁମତି ହାସଲ କରିଛି । []

ସମସ୍ୟା

Sukhna Lake in Chandigarh

 ହ୍ରଦ ରେ ଗୁଳ୍ମ ଜାତୀୟ ବୃକ୍ଷ[] ର ଅତିଶୟ ବୃଦ୍ଧହୀ ଯୋଗୁ ସମସ୍ୟା ସୃଷ୍ଟି ହେଇଛି ।ଏହା ସହିତ ପଟୁ ମାଟି ର[][] ପତନ ମଧ୍ୟ ଚିନ୍ତାଜନକ ସ୍ଥିତି ରେ ରହୁଛି । ଏକ ପ୍ରକଳ୍ପ ମାଧ୍ୟମ ରେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି । []  ପୁଣି ପଞ୍ଜାବ ଓ ହରିୟଣା ର ଏହାର ମାଲିକାନା ନେଇ ବିବାଦ ଚାଲିଛି । [][]

ହ୍ରଦ ର ମୂଳ ଜଳ ଧାରଣ କ୍ଷ୍ୟମତା ପତୁମତୀ ଯୋଗୁ ବର୍ତମାନ 56% କୁ ଆସିଯାଇଥିବା ବେଳେ ବର୍ଷା କାଳ ରେ ଏହା ଆହୁରି ବୃଦ୍ଧହୀ ହୁଏ । [][][][][୧୦]

ଚଣ୍ଡିଗଡ ର ସୁଖନା ହ୍ରଦ 

ପୁନଶ୍ଚ ଦେଖଣା 

  • Garden of Silence

ଆଧାର ସମୂହ 

  1. {{cite web}}: Empty citation (help)
  2. http://merachandigarh.org/index.php?news=50
  3. (http://merachandigarh.org/chandigarh-news/sukhna-lake-new-union-fund-deveopment.html Sukhna Lake, New Lake Gets Fresh Union Fund for Development
  4. ୪.୦ ୪.୧ {{cite web}}: Empty citation (help)
  5. ୫.୦ ୫.୧ {{cite web}}: Empty citation (help)
  6. ୬.୦ ୬.୧ {{cite web}}: Empty citation (help)
  7. {{cite web}}: Empty citation (help)
  8. http://www.tribuneindia.com/2012/20120422/cth1.htm.
  9. ୯.୦ ୯.୧ {{cite web}}: Empty citation (help)
  10. {{cite web}}: Empty citation (help)

ବାହ୍ୟ ସଂଯୋଗ