ରୋଜର ବିନ୍ନୀ
ରଗର ମାଇକେଲ ହମ୍ଫ୍ରେ ବିନ୍ନୀ ( ଜନ୍ମ ୧୯ ଜୁଲାଇ, ୧୯୫୫ ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟର । ତାଙ୍କର ଜନ୍ମ କର୍ନଟକ ରାଜ୍ୟ ରାଜଧାନୀ ବାଙ୍ଗାଲୋର ଠାରେ ହେଇଥିଲା । ସେ ଜଣେ ଅଳ-ରାଉଣ୍ଡର ଥିଲେ । ୧୯୮୩ ରେ ଭାରତ ର ପ୍ରଥମ ବିଶ୍ଵକପ ବିଜୟ ରେ ତାଙ୍କର ଭୂମିକା ମହତ୍ବପୂର୍ଣ ଥିଲା ।
ଅନ୍ତର୍ଜାତିକ କ୍ରିକେଟ ଜୀବନ
ରଗର ବିନ୍ନୀ ତାଙ୍କର ଉନ୍ନତ ଘରେଇ ପ୍ରଦର୍ଶନ ପରେ ଭାରତୀୟ ବିଶ୍ଵ କପ ଦଳ ପାଇଁ ଏକ ଅଳ ରାଉଣ୍ଡର ଭାବେ ୧୯୮୩ ରେ ଇଂଲଣ୍ଡ ଠାରେ ଖେଳିଥିଲେ । ସେ ଭାରତ ଜିତ୍ୟ ଥିବା ସେହି ଟୁର୍ନାମେଣ୍ଟ ରେ ୧୮ ଟି ୱିକେଟ ନେବା ସହ ଦରକାର ସମୟ ରେ ଉପଯୋଗୀ ବେଟିଙ୍ଗ କରି ଭାରତ ର ବିଜଯ ରେ ଏକ ମହତ୍ବପୂର୍ଣ ଭୂମିକା ନେଇଥିଲେ ।
ତାହା ପରେ ସେ ୧୯୮୫ ରେ ବିଶ୍ଵ ସିରିଜ ଚମ୍ପିଅଂନ ଶୀପ ପ୍ରତିଯୋଗୀତା ରେ ଅଷ୍ଟ୍ରେଲିଆ ଠାରେ ମଧ୍ୟ ତାଙ୍କର ଫର୍ମ ଜାରି ରାଖି ୧୭ ଟି ୱିକେଟ ନେଇ ଭାରତ କୁ ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । ସେ ଭାରତ ପାଇଁ ୨୭ ଟି ଟେଷ୍ଟ ଓ ୭୨ ଟି ଏକଦିବସୀୟ ଅନ୍ତର୍ଜାତିକ ମେଚ ଖେଳିଥିଲେ ।
ବିନ୍ନୀ ତାଙ୍କର ବେଟିଙ୍ଗ ଦ୍ଵାରା ଭାରତ କୁ ଅନେକ ମେଚ ରେ ପରାଜୟ ରୁ ବଞ୍ଚେଇ ଥିବା ଉଲ୍ଲେଖନୀୟ । ସେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ । ତାଙ୍କ ପୁତ୍ର ଷ୍ଟୁଆର୍ଟ ବିନ୍ନୀ ମଧ୍ୟ ଭାରତ ପାଇଁ ଖେଳିଛନ୍ତି ।
କୋଚିଙ୍ଗ , ଭାଷ୍ୟକାର ଓ ଚୟନକର୍ତା
ସକ୍ରିୟ କ୍ରିକେଟ ରୁ ଅବସର ନେଲା ପରେ ବିନ୍ନୀ କର୍ନଟକ ରାଜ୍ୟ କ୍ରିକେଟ ପ୍ରଶାସନ ରେ ଭାଗ ନେବା ସହ ଜାତୀୟ ଚାନେଲ ରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ ରେ ଭାରତୀୟ କ୍ରିକେଟ ବୋର୍ଡ ଦ୍ଵାରା ଜାତୀୟ ଚୟନକର୍ତା ଭାବରେ ମନୋନୀତ ହେଇଥିଲେ । [୧]
http://www.cricbuzz.com/profiles/3843/roger-binny
ଆଧାର
This biographical article related to an Indian cricket person born in the 1950s is a stub. You can help Wikipedia by expanding it. |