ରୁଦ୍ର ପ୍ରତାପ ସିଂହ , କ୍ରିକେଟର
pronunciation (help·info) (ଜନ୍ମ ୬ ଡିସେମ୍ବର ୧୯୮୫ )[୧] ଜଣେ ଭାରତୀୟ ବାମ ହାତି ଦ୍ରୁତ ବୋଲର । ସେ ଭରତ କୁ ଆନ୍ତର୍ଜାତୀୟ କ୍ଷେତ୍ର ରେ ଟେଷ୍ଟ , ଏକଦିବସିୟ ଓ T୨୦I ରେ ପ୍ରତିନିଧିତ୍ଵ କରିଛନ୍ତି ।
ସେ ପ୍ରତହମ କରି ଜାତ୍ୟ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ବାଂଲାଦେଶ ରେ ହେଇଥିବା ୧୯ ବର୍ଷ ରୁ କମ ବିଶ୍ଵ କପ ରେ ୨୦୦୪ ରେ ଏକ ମେଚ ରେ ୮ ଟି ୱିକେଟ ୨୪.୭୫ ହାର ରେ ନେଇଥିଲେ । ଏହା ପରେ ଘରେଇ ରଣଜୀ ଟ୍ରଫି ରେ ଉତ୍ତର ପ୍ରଦେଶ ପାଇଁ ନିରନ୍ତର ଭାବେ ଭଲ ପ୍ରଦର୍ଶନ ଜରିଆ ରେ ୨୦୦୫ ଯାତୀୟ ଏକଦିବାସୀୟ ଜାତୀୟ ଦଳ ପାଇଁ ମନୋନୀତ ହେଇଥିଲେ । ୨୦୧୫ ରେ ସେ ରଣଜୀ ଟ୍ରଫି ପାଇଁ ଗୁଜୁରାଟ ଦଳ ପାଇଁ ପ୍ରତିନିଧିତ୍ଵ କଲେ ।
ଦେଶ ପାଇଁ ତାଙ୍କର ତୃତୀୟ ଏକଦିବାସୀୟ ମେଚ ରେ ସେ '" men of the match' ପୁରସ୍କାର ପାଇଥିଲେ। ବ୍ଯାଟିଂ ପାଇଁ ଉପଯୁକ୍ତ ପିଚ ରେ ସ୍ଵୀଙ୍ଗ କରିପାରିବାର ଦକ୍ଷତା ପ୍ରତିପାଦନ କରିପାରୁଥିଲେ । ଶ୍ରୀଲଙ୍କା ବିରୁଦ୍ଧ ମେଚ ରେ ସେ ୮.୫ ଓଭର ରେ ୩୫ ରଣ ଦେଇ ୪ ଟି ୱିକେଟ ନେଇ ଅନ୍ତର୍ଜାତିକ ସ୍ତର ରେ ତାଙ୍କର ଉପସ୍ଥିତି ଜାହିର କରିଥିଲେ । ଏହା ପରେ ସେ ଟେଷ୍ଟ ଦଳ ରେ ସ୍ଥାନ ପାଇଲେ । ପାକିସ୍ତାନ ସହ ୨ ୟ ଟେଷ୍ଟ ଖେଳି ସେଥିରେ ସେ ସେ ୫ ୱିକେଟ ନେବାସହ ଜୀବନ ର ପ୍ରଥମ ଟେଷ୍ଟ ରେ 'men of the match' ପୁରସ୍କାର ଜିତିଲେ ।
ପାକିସ୍ଥାନ ସହ ଏକଦିବାସୀୟ ସିରିଜ ରେ ସେ ଚତୁର୍ଥ ମେଚ ରେ ୪ ୱିକେଟ ନେବା ଫଳ ରେ ଭରତ ସିରିଜ କାବୁ କରିଥଲା ଓ ସେ ପୁଣି 'men of the match' ପୁରସ୍କାର ପାଇଥିଲେ ।
କିନ୍ତୁ ତାହା ପରେ ସେ ତାଙ୍କର ଫର୍ମ ବଜାୟ ରଖିବାରେ ଅସମର୍ଥ ହେଇଥିଲେ ଓ ନିୟମିତ ଭାବରେ ସ୍ଥାନ ପାଇ ନଥିଲେ ।
୨୦୦୬ ରେ ସେ ଇଂଲଦ ର କାଉନ୍ତି ମେଚ ଖେଳିଥିଲେ । ତାହା ପରେ ସେ ପୁଣି ଭାରତୀୟ ଦଳ କୁ ପ୍ରତ୍ୟାବର୍ତନ କରିଥିଲେ । ଇଂଲ୍ଯାନ୍ଡ ରେ ସେ ଟେଷ୍ଟ ଖେଳି ଭଲ ପ୍ରଦର୍ଶନ ଦେଇଥିଲେ ।
ଭାରତ ଜିତିଥିବା ବିଶ୍ଵର ପ୍ରଥମ T୨୦ ବିଶ୍ଵ କପ , ୨୦୦୭ ରେ ରୁଦ୍ର ପ୍ରତାପ ଖେଳିବା ପାଇଁ ମନୋନୀତ ହେଇ ସେହି ତୁର୍ନାମେଣ୍ଟ ରେ ୧୨ ଟି ୱିକେଟ ନେଇ ଭାରତ କୁ ଜିତିବାରେ ସାହାଯ୍ୟ କରିଥିଲେ । ସୁପର ୮ ସ୍ତର ରେ ସେ ଆଫ୍ରିକା ବିପକ୍ଷ ମେଚ ରେ ସେ ୧୩ ରଣ ଦେଇ ୪ ୱିକେଟ ନେବା ଫଳରେ ଭାରତ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲା ।
ତାହା ପରେ ସେ ଭରତ ରେ ଆସ୍ତେଲିଆ ବିରୁଦ୍ଧ ଏକଦିବାସୀୟ ସିରିଜ ରେ ୧୧ ଟି ୱିକେଟ ନେଇଥିଲେ । ୨୦୧୧ ରେ ୩ ବର୍ଷ ବ୍ୟବଧାନ ରେ ପୁନର୍ବାର ଜାତୀୟ ଦଳ କୁ ପ୍ରତ୍ୟାବର୍ତନ କରି ଇଂଲଣ୍ଡ ଗସ୍ତ ରେ ଖେଳିଥିଲେ ।[୨]
IPL ରେ ରୁଦ୍ର ପ୍ରତାପ
ଆଇପିଏଲ ରେ ସେ ପ୍ରଥମେ ଡେକାନ ଚାର୍ଗର, ହଇଦରାବାଦ ଦଳ ପାଇଁ ଖେଳି ପରେ ପୁନେ ପାଇଁ ମଧ୍ୟ ଖେଳିଥିଲେ । ୨ ୟ ଆଇପିଏଲ ରେ ସେ ୨୩ ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ନେବାର କୃତି ଅର୍ଜନ କରିଥିଲେ ଓ ସେହି ପ୍ରଦର୍ଶନ ବଳ ରେ ୨୦୦୯ T ୨୦ ବିଶ୍ଵକପ ପାଇଁ ମନୋନୀତ ହେଲେ[୩] ।IPL ରେ ସେ ୫୨ ଟି ୱିକେଟ ନେଇ ସର୍ବାଧିକ ୱିକେଟ ନେଇଥିବା ବୋଲର ହେଇଥିଲେ । ୨୦୧୨ ରେ ସେ ମୁମ୍ବାଇ ଦଳ ପାଇଁ ଆଇପିଏଲ ଖେଳିଲେ ।[୪] ତତ୍ ପର ବର୍ଷ ସେ ବାଙ୍ଗାଲୋର ଦଳ କୁ ଯାଇଥିଲେ । କିନ୍ତୁ ୨୦୧୪ ରେ ସେ କୌଣଶି ଦଳ ପାଇଁ ଚୁକ୍ତି ବଦ୍ଧ ହେଇପାରି ନଥିଲେ ।
ଆଧାର ସମୂହ
- ↑ Biography of RP Singh @ maps of India
- ↑ Guardian, The (7 August 2011). "India's Zaheer Khan ruled out of England series with ankle injury". The Guardian Newspaper. London: The Guardian. Retrieved 7 August 2011.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)