ଆରୁ, ଜାମ୍ମୁ ଓ କାଶ୍ମୀର
ଆରୁ ଭାରତୀୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର ର ଅନନ୍ତନାଗ ଜିଲ୍ଲା ର ଏକ ପର୍ଯ୍ୟଟକ ସ୍ଥଳୀ ତଥା ଶୈଳ ନିବାସ । ଏହା ପହଲଗାମ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ରେ ରହିଛି । ଏହା ନିକଟ ରେ କୋଲହାଇ ଗ୍ଲାସିୟର ଓ ଟସର ହ୍ରଦ ରହିଛି । ଆରୁ ଗ୍ରାମ ଲିଡ୍ଡର ନଦୀ ର ଏକ ସଖା ଆରୁ ନଦୀ ତଟ ରେ ଅବସ୍ଥିତ । [୧]
ପର୍ଯ୍ୟଟନ
ଆରୁ ଉପତ୍ୟକା ଏହାର ସୁଦୃଶ୍ୟ ମାଳଭୂମି[୨][୩] ପାଇଁ ପ୍ରସିଦ୍ଧ ଏହାର ଶାନ୍ତ ବାତାବରଣ ଓ ପ୍ରକୃତିକ ସୁନ୍ଦରତା ପାଇଁ ପର୍ଯ୍ୟଟକ ମାନଙ୍କ ପସନ୍ଦ ହେଇଥାଏ। ।
ଟ୍ରେକିଙ୍ଗ ସୁବିଭା ପାଇଁ ଆରୁ ଗ୍ରାମ କୁ ବ୍ୟବହାର କରା ଯାଏ। ତ୍ରେକର ମାନେ ଏଠାରୁ କୋଲାହୋଇ ଗ୍ଲାସିୟର, ଟର୍ସର-ମର୍ଶର ହ୍ରଦ ଓ କାଟ୍ରିନାଗ ଉପତ୍ୟକା କୁ ଯାଇଥାଆନ୍ତି ।ଏଠାରୁ ମଧ୍ୟ ବିଶନସର - କିଶନସର ହ୍ରଦ ଓ କଙ୍ଗନ[୪][୫] କୁ ଟ୍ରେକିଙ୍ଗ କରି ହୁଏ । ଏହି ଉପତ୍ୟକା ରେ ଅନେକ ହୋଟେଲ , ରେଷ୍ଟୁରାଣ୍ଟ ଓ ଲଜ ରହିଛି ।
ଆରୁ ଉପତ୍ୟକା ରେ ପ୍ରାୟ ୨୦ ଟି ଆଳପାଇନ ହ୍ରଦ , ଶ୍ରୁଙ୍ଗ ଓ ମଳବୁମୀ ସବୁ ରହିଛି । ଏଠାରେ ବହୁତ ବରଫପାତ ହେଉଥିବାରୁ ଏହା ନିକଟ ରୁ ଲିଡର ନଦୀ ପୂର୍ଣ ହେଇ ବହିଥାଏ ।
ଓଭେରା-ଆରୁ ସଂରକ୍ଷିତ ଜୈବମଣ୍ଡଳ
ଓଭେରା-ଆରୁ ସଂରକ୍ଷିତ ଜୈବମଣ୍ଡଳ ରାଜ୍ୟ ରାଜଧାନୀ ଶ୍ରୀନଗର ଠାରୁ ୭୬ କିଲୋମିଟର ଦୂର ରେ ଅବସ୍ଥିତ । ଏହା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ମାନ୍ୟତାପ୍ରାପ୍ତ । ଏହା ୫୧୧ ବର୍ଗ କିଲୋମିଟର[୬] ଅଞ୍ଚଳ ରେ ପରିବ୍ୟାପ୍ତ । ଏହା ଅନେକ ସଂଖ୍ୟା ରେ ବିରଳ ଓ ଲୁପ୍ତପ୍ରାୟ ପ୍ରଜାତି ର ଜୀବଜନ୍ତୁ ଙ୍କୁ ଆଶ୍ରୟ ଦେଇଥାଏ । [୨]
-
Entrance to Aru Village
-
Landscape at Aru Valley
ଆଧାର ସମୂହ
- ↑ Sharad Singh Negi (1991). Himalayan Rivers, Lakes, and Glaciers. Indus Publishing. p. 34. ISBN 978-81-85182-61-2. Retrieved 16 April 2012.
- ↑ ୨.୦ ୨.୧
{{cite web}}
: Empty citation (help) - ↑ Parvéz Dewân (15 January 2004). Parvéz Dewân's Jammû, Kashmîr, and Ladâkh: Kashmîr. Manas Publications. p. 149. ISBN 978-81-7049-179-8.
- ↑ M.S. Kohli (1 April 2004). Mountains of India: Tourism, Adventure, Pilgrimage. Indus Publishing. p. 205–. ISBN 978-81-7387-135-1. Retrieved 16 April 2012.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)