ଉତ୍କଳ ଗ୍ରାମୀଣ ବ୍ୟାଙ୍କ
ଉତ୍କଳ ଗ୍ରାମୀଣ ବେଙ୍କ (UGB) ଏକ ଆଞ୍ଚଳିକ ଗ୍ରାମ୍ୟ ଭିତ୍ତିକ ବେଙ୍କ ଯାହା ଓଡିଶା ର ବିଭିନ୍ନ ଅଞ୍ଚଳ ରେ ଥିବା ବିଭିନ୍ନ ଗ୍ରାମ୍ୟ ବେଙ୍କ ଗୁଡିକର ସମ୍ମିଶ୍ରଣ କରି ଏକ ପରିଚାଳନା ଅଧୀନ କରି ୧ ନଭେମ୍ବର , ୨୦୧୨ ରେ ଗଠନ କରାଯାଇଥିଲା । ସରକାର ଙ୍କ ପ୍ରଣିତ ଆଞ୍ଚଳିକ ଗ୍ରାମ୍ୟ ବେଙ୍କ ଏକଟ, ୧୯୭୬ ର ବ୍ୟବସ୍ଥା ଅନୁଯାୟୀ ଏହା ପରିଗଠିତ । ଏହି ବେଙ୍କ ଭରତ ସରକାରଙ୍କ ବେଙ୍କ ଷ୍ଟେଟ ବେଙ୍କ ଓଫ ଇଣ୍ଡିଆ ଓ ଓଡିଶା ସରକାରଙ୍କ ମିଳିତ ପ୍ରଯୋଜନା ସହିତ ପରିଚାଳିତ ।
ଏହି ବେଙ୍କ ରେ ୫୦ % ଅନ୍ଧଧନ ଭାରତ ସରକାରଙ୍କ , ୩୫% ଷ୍ଟେଟ ବେଙ୍କ ଓଫ ଇଣ୍ଡିଆ ରଓ ବାକି ୧୫% ଓଡିଶା ସରକାର ଙ୍କ । ଏହି ବେଙ୍କ ର ମୁଖ୍ୟାଳୟ ବଲାଙ୍ଗିର ଠାରେ ଅବସ୍ଥିତ ଓ ରାଜ୍ୟ ର ୧୭ ଟି ଜିଲ୍ଲା ରେ ଏହାର ଶାଖା ସବୁ ରହିଛି । ୭ ଟି ବିଭିନ୍ନ ଅଞ୍ଚଳ ରେ ଏହାର ଆଞ୍ଚଳିକ ଅଫିସ ମଧ୍ୟ ରହିଛି ।
ଇତିହାସ
ଋଷିକୁଲ୍ୟ ଗ୍ରାମ୍ୟ ବେଙ୍କ , ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟ ବେଙ୍କ ଆଦି ଗ୍ରାମ୍ୟ ବେଙ୍କ ସମୂହ କୁ ସମ୍ମିଶ୍ରଣ ଘଟେଇ ୨୦୧୨ ରେ ବୃହତ ଉତ୍କଳ ଗ୍ରାମୀଣ ବେଙ୍କ ସୃଷ୍ଟି କରାହେଲା । ବର୍ତମାନ ସୁଦ୍ଧା ଓଡିଶା ରେ ଏହାର ୪୨୬ ଟି ବ୍ରାଞ୍ଚ ରହିଛି । ସମ୍ବଲପୁର , ବରଗଡ , ରାୟଗଡା , ଭାବନିପାଟଣା ,ଜଯପୁର ତଥା ବରହମପୁର ଠାରେ ଆଞ୍ଚଳିକ ମୁଖ୍ୟାଳୟ ସହ ଏହାର ମୁଖ୍ୟ କର୍ଜୟାଳୟ ବଲାଙ୍ଗିର ଠାରେ ଅବସ୍ଥିତ କରାଗଲା।
ବର୍ତମାନ ସୁଦ୍ଧା ୧୭ ଜିଲ୍ଲା ସହ ଓଡିଶା ର ୬୩% ଅଚଳ ଓ ୪୮% ଲୋକଙ୍କ ପାଇଁ କୁ ଦଉଥିବା ଏହି ବେଙ୍କ ମୁଖ୍ଯତଃ କୃଷି ଓ ଅନନ୍ୟ ଗ୍ରାମୀଣ ଉଦ୍ୟୋଗ ପାଇଁ ଆର୍ଥିକ ରୁଣ ପ୍ରଦାନ ପାଇଁ ପ୍ରାଥମିକତା ଦେଇଥାଏ ।
କାର୍ଯ୍ୟ ପ୍ରଦର୍ଶନ
୨୦୧୧-୧୨ ଅଡିଟ ଅନୁସାରେ ଏହି ବେଙ୍କ ୯.୦୧ କୋଟି ତାଙ୍କର ଲାଭ ଅର୍ଜନ କରିଥିଲା ।
୨୦୧୫ ମସିହା ରେ ଏହି ବେଙ୍କ ଓଡିଶା ର ବେଙ୍କ ମାନଙ୍କ ମଧ୍ୟ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଏହି ବେଙ୍କ ଜରିଆ ରେ ଅନେକ ରାଜ୍ୟ ସରକାରୀ ଆର୍ଥିକ କାର୍ଯ୍ୟ ମଧ୍ୟ ହେଇଥାଏ ।
ନିର୍ଦେଶକ ମଣ୍ଡଳୀ
ନିୟମାନୁସାରେ ଗଠିତ ଏକ ପରିଚନା ସମିତି ର ତତ୍ବାବଧାନ ରେ ଏହା ପରିଚାଳିତ ହୁଏ ଏଥିରେ ଓଡିଶା ସରକାର , ଭରତ ସରକାର ଓ ଭାରତୀୟ ଷ୍ଟେଟ ବେଙ୍କ ର ପ୍ରତିନିଧି ମାନେ ରହିଥାଆନ୍ତି ।
ପୁନଶ୍ଚ ଦେଖନ୍ତୁ
- Indian banking
- List of banks in India