ପାରାଡାଇଜ ହୋଟେଲ , ହାଇଦ୍ରାବାଦ
ଦେଖଣା
ପାରଡାଇଜ ଫୁଡ କୋର୍ଟ ଭାରତୀୟ ରାଜ୍ୟ ତେଲେଙ୍ଗନା ର ସିକନ୍ଦରାବାଦ ସହର ର ଏମ ॰ ଜିଆଇ ॰ ରୋଡ ଠାରେ ଅବସ୍ଥିତ ଏକ ହୋଟେଲ । ହାଇଦ୍ରାବାଦୀ ବିରିଆନୀ ଓ ହାଇଦ୍ରାବାଦୀ ପାରମ୍ପରିକ ଖାଦ୍ୟ ପାଇଁ ଏହା ଜନପ୍ରିୟ ।
ଇତିହାସ
ଏକ ସାନ ରେଷ୍ଟୁରାଣ୍ଟ ହିସାବ ରେ ୧୯୫୩ ରେ ଆରମ୍ଭ ହେଇଥିବା ପରଦାଇଜ ରେ କେବଳ ଚା ଓ ଜଳଖିଆ ମିଲୂଥିଲା । ସମ୍ପ୍ରତି ଏହା ବିଶାଳକାୟ ହୋଟେଲ ରେ ପରିଣତ ହେଇ ପାରମ୍ପରିକ ହାଇଦ୍ରାବାଦୀ ଖାଦ୍ୟ ସହ , ଭାରତୀୟ , ଚାଇନୀଜ ଓ ଉପମହାଦେଶୀୟ ସୁସ୍ଵାଦୁ ବ୍ୟଞ୍ଜନ ପାଇଁ ବିଖ୍ୟାତ ।
The Restaurant
ପରାଡାଇଜ ହୋଟେଲ ଦାମ ବିରିଆନୀ , କବାବ, ଚାଇନୀଜ ବ୍ୟଞ୍ଜନ , ଓ ରାମଦାନ ସମୟ ରେ ହାଇଦ୍ରାବାଦୀ ହାଲିମ ପରିବେଷଣ କରିଥାଏ ।
ପୁରସ୍କାର
ଏହି ହୋଟେଲ ଟାଇମସ ଓଫ ଇଣ୍ଡିଆ ଓ ବର୍ପ ଅନୁଷ୍ଠାନ ତରଫ ରୁ ପୁରସ୍କୃତ ହେଇଥିଲା
- ୨୦୧୧ ରେ ଟାଇମସ ବିରିଆନୀ ଓ ହଳୀମ ପ୍ରତିଯୋଗୀତା ରେ ଦ୍ଵିତୀୟ ପୁରସ୍କାର
- ଟାଇମସ ର ଖାଦ୍ୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ପାଇଁ ପୁରସ୍କାର
- କୁଟି କରିସମା କୃଶନ ଦ୍ଵାରା ସର୍ବୋକୃଷ୍ଟ ବିରିଆନୀ ପୁରସ୍କାର
ବିବାଦୀୟ ଘଟଣାବଳୀ
ମଯ , ୨୦୧୩ ରେ ଏହାର କର୍ମଚାରୀ ମାନେ ଜେନ ଫୁଲ ବିକାଳି ଓ ମହିଳା ବିକ୍ରେତା ମାନଙ୍କୁ ହୋଟେଲ ପାଖରେ ହଇରାଣ ହରକତ କରୁଥିବାର ଅଭିଯୋଗ ହେଇ ଏହି ହୋଟେଲ ଚର୍ଚା ରେ ଆସିଥିଲା ।