Jump to content

ହିମସାଗର ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ
୧୫:୪୩, ୧୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Himsagar Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ହିମସାଗର ଏକ୍ସପ୍ରେସ ଭାରତୀୟ ରେଳବାଇ ଦ୍ଵାରା ଚାଲୁ ଥିବା ଏକ ସାପ୍ତାହିକି ଏକ୍ସପ୍ରେସ । ଏହା ତାମିଲନାଡୁ ରାଜ୍ୟ ର   କନ୍ୟାକୁମାରୀ ଠାରୁ ଜାମୁ କାଶ୍ମୀର ର ଶ୍ରୀ  ମାତା ବ୍ୟେସ୍ନୋଦେବୀ , କାତରା ପର୍ଯ୍ୟନ୍ତ ଚାଲିଥାଏ । ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଚାଲିବା ଆଗରୁ ଏହା ହିଁ ଭାରତୀୟ ରେଳ ର ସବୁଠାରୁ ଦୀର୍ଘ ରୁଟ ଭାବରେ ପରିଚିତ ଥିଲା । ଗୋଟିଏ ପଟ ରେ ଏହି ଟ୍ରେନ ସମୁଦାଯ ୩୭୮୭ କିଲୋମିଟର ଯାତ୍ରାପଥ ଅତିକ୍ରମ  କରେ ।ଏହା ତାର ଯାତ୍ରାପଥ ରେ ୧୨ ତି ଭାରତୀୟ ରାଜ୍ୟ ଦେଇ ଯାଇଥାଏ । ଏହି କ୍ରମ ରେ ଏହା ସମୁଦାଯ ୭୩ ଟି ନିର୍ଧାରିତ  ସ୍ଟେଶନ ରେ ରହଣି କରିଥାଏ ।  

ଯାତ୍ରାପଥ

ଏହି ଟ୍ରେନ ଏହାର ସାପ୍ତାହିକ ଯାତ୍ରା ପାଇଁ କନ୍ୟାକୁମାରୀ ରୁ ଶୁକ୍ରବାର ଦିନ ୧୪.୦୫ ରେ ବାହାରି ସୋମବାର ଦିନ ୧୫.୨୦ ରେ କାତରା ରେ ପହଞ୍ଚି ଥାଏ । ପୁନର୍ବାର କାତରା ଠାରୁ ସେହିଦିନ ୨୧.୫୫ ରେ ବାହାରି କନ୍ୟାକୁମାରୀ ରେ ଗୁରୁବାର ଦିନ ୨୧.୩୦ ରେ ପହଞ୍ଚିଥାଏ । ସାପ୍ତାହିକି ହେଇଥିବାରୁ ଏହି ଟ୍ରେନ କେବଳ ଗୋଟିଏ ସେଟ କୋଚ ଆବଶ୍ୟକ କରିଥାଏ । 

ନୂଆ ଦିଲ୍ଲୀ , ଥିରୁବନ୍ତପୁର , ଏର୍ନାକୁଲମ , ନାଗପୁର ଭୋପାଲ ,ଇତରସି , ବିଜଯବୱାଦା , ଭୋପାଲ ପରି ବୃହତ ସ୍ଟେଶନ ରେ ଦୀର୍ଘ ରହଣି ସହ ଏହି ଟ୍ରେନ ସମୁଦାଯ ୭୩ ଟି ରହଣି କରେ । 

ବେଗ  ଏହି ଟ୍ରେନ ର ବେଗ ଭିନ୍ନ ଅଞ୍ଚଳ ଅନୁସାରେ ଭିନ୍ନ ହେଇଥାଏ । କିଳା ରାଇପୁର ନିକଟ ରେ ଏହା ୧୦୮ Km/h ବେଗ ରେ ଗଲା ବେଳେ ଦିଲ୍ଲୀ ନିକଟ ରେ ୨୪ km/h ଓ ଭୋପାଲ ନିକଟ ରେ ୧୯km/h ବେଗ ରେ ଯାଏ । ହାରାହାରି ବେଗ ୫୨km/h । 

କୋଚ 

ଏହି ଟ୍ରେନ ରେ ୨ ୟ ଶ୍ରେଣୀ AC ୧ ଟି , ୩ୟ ଶ୍ରେଣୀ AC ୨ ଟି ସହ ସମୁଦାଯ ୧୯ ଟି ବଗି ଥାଏ । ଏହା ସହ ପାନ୍ତ୍ରୀ କାର ମଧ୍ୟ ଥାଏ । 

ପୁନଶ୍ଚ ପଠନ 

  • Vivek Express
  • Bhopal Bharat Teerth Express
  • Navyug Express

Notes

ଆଧାର 

ବାହ୍ୟ ସଂଯୋଗ