ବଳବିନ୍ଦର ସାନ୍ଧୁ
ବଳବିନ୍ଦର ସିଂହ ସାନ୍ଧୁ , ଭାରତୀୟ କ୍ରିକେଟ ଦଳ ର ଜଣେ ପୂର୍ବତନ ଟେଷ୍ଟ ଓ ଏକଦିବାସୀୟ ଖେଳାଳି । ସେ ଜେନ ମିଡିଉମ ଫାଷ୍ଟ ବୋଲର ହିସାବ ରେ ଭାରତ ପାଇଁ ୮ ଟି ଟେଷ୍ଟ ଖେଳିବା ସହ ଭାରତ ଜିତି ଥିବା ୧୯୮୩ ବିଶ୍ଵ କପ ଦଳର ଜେନ ଖେଳାଳି ସଦସ୍ୟ ଥିଲେ ।
ତାଙ୍କର ପ୍ରତିଭା କୁ ପ୍ରଥମେ ବିଶିଷ୍ଟ କୋଚ ରାମାକାନ୍ତ ଅଚରେକର ( ପରେ ସେ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ) ଓ ରଣଜୀ ଖେଳାଳି ହେମୁ ଡାଲଭି ଆବିଷ୍କାର କରିଥିଲେ ।
୧୯୮୦-୮୧ ସିଜନ ରେ ମୁମ୍ବାଇ ପାଇଁ କର୍ଷଣ ଘବରୀ ଙ୍କ ଅନୁପସ୍ଥିତି ରେ ପ୍ରାରମ୍ଭିକ ବୋଲର ହିସାବ ରେ ବଲବିନ୍ଦର ଖେଳ ଜୀବନ ଆରମ୍ଭ କରିଥିଲେ । ସେ ସେହି ସିଜନ ରେ ଗୁଜୁରାଟ ସହ ମେଚ ରେ ୯ ତି ୱିକେଟ ନେବା ସହ ଫାଇନାଲ ରେ ଚମତ୍କାର ପ୍ରଦର୍ଶନ କରି ସିଜନ ରେ ୨୫ ଟି ୱିକେଟ ମାତ୍ର ୧୮.୭୨ ହାର ରେ ନେଇଥିଲେ ।
୧୯୮୨/୮୩ ସିଜନ ର ପ୍ରାରମ୍ଭ ରେ ଦୁଲିପ ଟ୍ରଫି ରେ ସେ ୮ ଟି ୱିକେଟ ନେବା ସହ ୧୧ ନମ୍ବର ସ୍ଥାନ ରେ ବେଟିଙ୍ଗ କରି ୫୬ ରନ କରି ଜାତୀୟ ଚୟନକର୍ତା ଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଜାତୀୟ ଦଳ ରେ ସ୍ଥାନ ପାଇଲେ ।ଭାରତୀୟ ଦଳ ର ପାକିସ୍ତାନ ଗସ୍ତ ରେ ସେ ଖେଳିଥିଲେ ।
ପାକିସ୍ତାନ ରେ ନିୟମିତ ବୋଲର ମଦନଲାଳ ଙ୍କ ଆହତ ହେବା କାରଣ ରୁ ସେ ଚତୁର୍ଥ ଟେଷ୍ଟ ରେ ଖେଳି କ୍ରମାଗତ ବଲ ରେ ମୋହସିନ ଖାନ ଓ ହାରୁନ ରଶିଦ ଙ୍କୁ ଔତ କରିବା ସହ ୯ ନମ୍ବର ରେ ବେଟିଙ୍ଗ କରି ୭୧ ରନ କରିଥିଲେ ।
ୱେଷ୍ଟ ଇଣ୍ଡିଜ ସହ ସିରିଜ ରେ ସେ ୬୮ ରନ କରିଥିଲେ ଯେତେବେଳେ ଭାରତୀୟ ବେତସମେନ ମାନେ ବିଫଳ ହେଇଥିଲ ।
୧୯୮୩ ରେ ଭରତ ଜିତି ଥିବା ବିଶ୍ଵ କପ ବିଜଯ ରେ ସାନ୍ଧୁ ଙ୍କ ଅବଦାନ ବଳିଷ୍ଠ ଥିଲା । ସେ ଫାଇନାଲ ରେ ଶେଷ ୱିକେଟ ଯୋଡି ପାଇଁ ଶୟଦ କିରିମାନି ଙ୍କ ସହ ୨୨ ରନ ଯୋଡିଥିଲେ ଯାହା କି ପରିସ୍ଥିତି ଅନୁସାରେ ବହୁ ମୁଲ୍ୟବାନ ଥିଲା । ତା ପରେ ସେ ବୋଲିଂ କରି ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଓପନିଂ ବେତସମେନ ଗ୍ରିନିଜ ଙ୍କ ୱିକେଟ ଏକ ଇନସ୍ଵିଙ୍ଗର ଜରିଆ ରେ ନେଇ ଭାରତୀୟ ଦଳ କୁ ବିଜଯ ପଥ ରେ ଆଗେଇ ନେବାରେ ସାହାଯ୍ୟ କଲେ । ସାନ୍ଧୁ ସେହି ୧୯୮୩ ରେ ତାଙ୍କର ସେଶ ଟେଷ୍ଟ ଖେଳିଥିଲେ । ୧୯୮୪ ରଣଜୀ ଟ୍ରଫି ରେ ସାନ୍ଧୁ ଉଭୟ ବେତ ଓ ବଲ ରେ ଭଲ ପ୍ରଦର୍ଶନ କରିଥିଲେ ।
ସେ ମୁମ୍ବାଇ ଦଳ ର କୋଚ ହିସାବ ରେ ଓ ଜାତୀୟ କ୍ରିକେଟ ଏକାଡେମି ରେ କାମ କରିଥିଲେ । ୧୯୯୦ ଦଶକ ରେ ସେ କେନିୟା ରେ ଘରେଇ କ୍ରିକେଟ ଖେଳିବା ସହ କୋଚିଙ୍ଗ ମଧ୍ୟ ଦେଇଥିଲେ ।
ସେ ପରେ ବନ୍ଦ ହେଇଯାଇଥିବା ICL ଌଗ ରେ ମଧ୍ୟ ଖେଳିଥିଲେ ଓ ବର୍ତମାନ ମୁମ୍ବାଇ ରେ ତାଙ୍କ ଦୁଇ ଝିଅ ଙ୍କ ସହ ବସ ବାସ କରନ୍ତି ।
References
- Pradeep Vijayakar, Cricketer of the year article, Indian Cricket 1983, p 121-125
ବାହ୍ୟ ସଂଯୋଗ ସବୁ
- ବଳବିନ୍ଦର ସାନ୍ଧୁ ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo
- Player profile: ବଳବିନ୍ଦର ସାନ୍ଧୁ from CricketArchiveCricketArchive