Jump to content

କାତ୍ୟାୟିନୀ

ଉଇକିପିଡ଼ିଆ‌ରୁ
୧୭:୫୫, ୧୭ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Katyayini") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଦେବତା ମାନଙ୍କ କ୍ରୋଧ ରୁ ଜନ୍ମିତ କାଟ୍ୟୟିନୀ , ଦାନବ ମହିଷାସୁର କୁ ବଧ କରିଥିଲେ 

କାତ୍ୟାୟନୀ ହଉଛନ୍ତି ନବଦୁର୍ଗା ଙ୍କ ଷଷ୍ଠ ଅବତାର । ନବରାତ୍ର ସମୟ ରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀ ଙ୍କ ଆରାଧନା କରାଯାଇଥାଏ । ଶକ୍ତି ଉପାସନା କ୍ଷେତ୍ର ରେ କାତ୍ୟାୟନୀ ଙ୍କୁ ଶକ୍ତି ର ଅବାଟାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପ ରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାର ଙ୍କ ସହ ଉପାସନା କରାଯାଇଥାଏ । ଖ୍ରୀଷ୍ଟ ପୂର୍ବ 2 ୟ ଶତାବ୍ଦୀ ରେ ରଚିତ ପତଞ୍ଜଳି  ଙ୍କ ମହାଭାଷ୍ୟ ରେ ଏହା ଉଲ୍ଲିଖିତ ରହିଛି । 

ଯୁଜୁର୍ବେଦ ସ୍କନ୍ଧ ପୁରାଣ ରେ  ର ତାଇତ୍ତୃୟା ଅରଣ୍ୟକ ଖଣ୍ଡ ରେ କାତ୍ୟାୟନୀ ଙ୍କ ବିଷୟ ରେ ବର୍ଣନା ରହିଛି । ସେଥିରେ କାତ୍ୟାୟନୀ ଦେବତା ମାନଙ୍କ କ୍ରୋଧ ରୁ ସ୍ପତ ସ୍ପୁର୍ତ ଭାବରେ ସୃଷ୍ଟି ହେଇଥିବା କଥା ଜଣାପଡେ । ଦାନବ ମହିଷାସୁର କୁ ବଧ ପାଇଁ ଦେବତା ମାନେ ତାଙ୍କୁ ସୃଷ୍ଟି କରିଥିଲେ । ସେ ଦେବୀ ପାର୍ବତୀ ଙ୍କ ସିଂହ ବାହାନ ରେ ଆରୋହଣ କରି ମହିଷାସୁର କୁ ବଧ କରିଥିଲେ ଏବଂ ଏହି ସମୟ କୁ ଦୁର୍ଗାପୂଜା ଭାବରେ ପାଳନ କରା ଯାଏ । 

ପ୍ରାଚୀନ ବିଦ୍ଵାନ ମାର୍କଣ୍ଡେୟ ଋଷି ଙ୍କ ଦ୍ଵାରା ୪୦୦-୫୦୦ ମସିହା ରେ ରଚିତ ସଂସୃତ ମହାକାବ୍ୟ ର ଦେବୀ ଭାଗବତ ପୁରାଣ ଓ ଦେବୀ ମାହାତ୍ମ୍ୟମ ଖଣ୍ଡ ରେ କାତ୍ୟାୟନୀ ଙ୍କ ଉପରେ ବିଶଦ ବର୍ଣନା ରହିଛି । ତାଙ୍କର ଉପସ୍ଥିତି ର ପ୍ରଭାବ ବୌଦ୍ଧ ଓ ଜୈନ ତଥା ତାନ୍ତ୍ରିକ ଲିପି ମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ୧୦ ମ ଶତାବ୍ଦୀ ରେ ଲିଖିତ କଳିକା- ପୁରାଣ ରେ ଉଡ୍ଡୀଯାନ ବା ଉଡ୍ରଦେଶ ( ପ୍ରାଚୀନ ଓଡିଶା ) କୁ ମହାଦେବୀ କାତ୍ୟାୟନୀ ଓ ଭଗବାନ ଜଗନ୍ନାଥ ଙ୍କ ଆସ୍ଥାନ ବୋଲି ଉଲ୍ଲିଖିତ ରହିଛି । 

ହିନ୍ଦୁ ଯୋଗ ଓ ତନ୍ତ୍ର ସାଧନା ରେ କାତ୍ୟାୟନୀ ଙ୍କୁ ଷଷ୍ଠ ଅଜ୍ନ ଚକ୍ର ବା ତୃତୀୟ ନୟନ ଚକ୍ର ହିସାବ ରେ ଗ୍ରହଣ କରି ତାଙ୍କର ଆଶିଷ ଭିକ୍ଷ୍ୟା କରାଯାଇଥାଏ । 

ପୌରାଣିକ ଗାଥା 

ପୁରାତନ ଲୋକ କଥା ହିସାବ ରେ କାତ୍ୟାୟନୀ , କାତ୍ୟାୟନ ରିଷି ଙ୍କ ଝିଅ ହିସାବ ରେ ଜନ୍ମ ହେଇଥିଲେ । କିନ୍ତୁ କଳିକା ପୁରାଣ ରେ ରିଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟନୀ ନାମରେ ପରିଚିତି ମିଳିଥିଲା । ସେ ଯାହା ହଉ ସେ ମା ଦୁର୍ଗ ଙ୍କ ଅବତାର  ଭାବରେ ନବରାତ୍ର ର ଷଷ୍ଠ ଦିବସ ରେ ପୂଜିତ ହୁଅନ୍ତି । 

 ସଂସୃତ ରେ ଦେବୀ ମାହାତ୍ମ୍ୟ ଉପରେ ଖ୍ରୀଷ୍ଟପୂର୍ବ ୧୧ଶ ଶତାବ୍ଦୀ ରେ ଲେଖାଯାଇଥିବା ପାଣ୍ଡୁଲିପି 

ବାମନ ପୁରାଣ ରେ ମଧ୍ୟ କାତ୍ୟାୟନୀ ଙ୍କ ସୃଷ୍ଟି ବିଷୟ ରେ ବିଶଦ ବର୍ଣନା ରହିଛି ।ଦାନବ ମହିଷାସୁର ର ଅତ୍ୟାଚାର ପୃଥିବୀ ର ସାଧୁ ସନ୍ଥ ତଥା ସାଧାରଣ ଲୋକଙ୍କ ଉପରେ ଅଧିକ ହେଇ ଅସହ୍ୟ ହେଇଯିବାରୁ ଦେବତା ମାନେ ଭଗବାନ ବିଷ୍ଣୁ ଙ୍କୁ ଏହାର ପ୍ରତିକାର ପାଇଁ ଅନୁରୋଧ କଲେ । ଭଗବାନ ବିଷ୍ଣୁ , ବ୍ରହ୍ମା , ଶିବ ତଥା ଅନନ୍ୟ ମୁଖ୍ୟ ଦେବତା ମାନଙ୍କୁ ଡକାଇ ସେମାନଙ୍କ ସମ୍ମିଳିତ ଶକ୍ତି ନଯନା ର ପ୍ରଖର ଜ୍ଵଳିତ ଶିଖା ହିସାବ ରେ ପ୍ରେରଣା କରି କାତ୍ୟାୟନୀ ଙ୍କ ସୃଷ୍ଟି କଲେ । ସହସ୍ର ସୂର୍ଯ୍ୟ ର ତେଜ ପାଇବା ସହ କାତ୍ୟାୟନୀ ୧୮ ଟି ହାତ ମଧ୍ୟ ପାଇଲେ । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର , ଶିବ ତାଙ୍କର ତ୍ରିଶୂଳ , ବରୁଣ ତାଙ୍କର ଶଙ୍ଖ , ଅଗ୍ନି ଦେବ  ତାଙ୍କର  ଶିଖା , ବାୟୁଦେବତା ତାଙ୍କର ବତାଶ , ଏହିପରି ସମସ୍ତ ଦେବ ଦେବୀ ତାଙ୍କର ଶକ୍ତି ବା ଅସ୍ର କାତ୍ୟାୟନୀ ଙ୍କୁ ପ୍ରଦାନ କାଲେ । ଏହି ସବୁ ଶକ୍ତି ବଳରେ ବଳୀୟାନ ହେଇ କାତ୍ୟାୟନୀ ଅସୁର ମାନଙ୍କ ରାଜା ମହିଷାସୁର ସାଙ୍ଗ ରେ ଯୁଧ କାଲେ ଓ ତାଙ୍କୁ ପରାସ୍ତ କରି ବଧ କାଲେ । 

କାତ୍ୟାୟନୀ ହଉଛନ୍ତି ନବଦୁର୍ଗା ଙ୍କ ଷଷ୍ଠ ଅବତାର । ନବରାତ୍ର ସମୟ ରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀ ଙ୍କ ଆରାଧନା କରାଯାଇଥାଏ । ଶକ୍ତି ଉପାସନା କ୍ଷେତ୍ର ରେ କାତ୍ୟାୟନୀ ଙ୍କୁ ଶକ୍ତି ର ଅବାଟାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପ ରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାର ଙ୍କ ସହ ଉପାସନା କରାଯାଇଥାଏ । ଖ୍ରୀଷ୍ଟ ପୂର୍ବ 2 ୟ ଶତାବ୍ଦୀ ରେ ରଚିତ ପତଞ୍ଜଳି  ଙ୍କ ମହାଭାଷ୍ୟ ରେ ଏହା ଉଲ୍ଲିଖିତ ରହିଛି । 

ଆରାଧନା 

ଭାଗବତ ପୁରାଣ ର ବର୍ଣନା ଅନୁସାରେ କାତ୍ୟାୟନୀ ଙ୍କ ଉପାସନା ରାମାୟଣ ସମୟ ରେ ମଧ୍ୟ ମାର୍ଗଶିର ମାସ ରେ ହଉଥିଲା । ଭଗବାନ ଶ୍ରୀକୃଷ୍ଣ ଅବତାର ରେ ଥିଲା ସମୟ ରେ ଗୋପପୁରା ରେ ମଧ୍ୟ ମା ଦୂର୍ଗା ପୂଜା ପାଳନ ହାଉଥିଲା । 

ମୁଖ୍ୟ ମନ୍ଦିର 

  • ବୃନ୍ଦାବନ ର ଶ୍ରୀ କାତ୍ୟାୟନୀ ପିଠ
  • ଶ୍ରୀ କାତ୍ୟାୟନୀ ବନେଶ୍ବର ମନ୍ଦିର ଅଭେରସା , କର୍ଣାତକ
  • ଛତରପୁର ମନ୍ଦିର , ଦିଲ୍ଲୀ 
  • ଶ୍ରୀ କାତ୍ୟାୟନୀ ମନ୍ଦିର କେରଳ
  • ଶ୍ରୀ କାତ୍ୟାୟନୀ , କୋଲାପୁର , ମହାରାଷ୍ଟ୍ର 
  • ଶ୍ରୀ କାତ୍ୟାୟନୀ  ମନ୍ଦିର ମାଉଣ୍ଟ ଅବୁ 
  • ଶ୍ରୀ କାତ୍ୟାୟନୀ ଆମ୍ମାନ ମନ୍ଦିର ଥଞ୍ଜାଭୁର, ତାମିଲନାଡୁ 

ଆଧାର ସବୁ 

 ସଂସୃତ ରେ ଦେବୀ ମାହାତ୍ମ୍ୟ ଉପରେ ଖ୍ରୀଷ୍ଟପୂର୍ବ ୧୧ଶ ଶତାବ୍ଦୀ ରେ ଲେଖାଯାଇଥିବା ପାଣ୍ଡୁଲିପି 

ବାହ୍ୟ ଆଧାର ସବୁ