Jump to content

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
୧୫:୩୩, ୧୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gangadhar Meher University") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର (Gangadhar Meher University , Sambalpur) ଓଡିଶା ର ନୂତନତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଏହା NAAC ଦ୍ଵାରା 'A' ଗ୍ରେଡ ର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ସମ୍ବଲପୁର ର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହା ରୁ ଥିଲା ।  

ଗଙ୍ଗାଧର ମେହେର କଲେଜ ବାବଦ ରେ 

୧୯୪୪ ମସିହା ରେ ସମ୍ବଲପୁର ସହର ରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍ କାଳୀନ ଜିଲ୍ଲା ସ୍କୁଲ ରେ ଆରମ୍ଭ ହେଇଥିଲା । ପରେ ପଶ୍ଚିମ ଓଡିଶା ର ଖ୍ୟାତନାମା କବି ଗଙ୍ଗାଧର ମେହେର ଙ୍କ ନାମାନୁସାରେ ଏହାର ନାମ ' ଗଙ୍ଗାଧର ମେହେର କଲେଜ ' ହେଲା । ଏହା ପ୍ରଥମେ ଓଡିଶା ର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା ।ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହା ରେ ହିଁ   ସ୍ଥାପିତ ହେଇଥିଲା ।ପରେ ୧୯୬୭ ମସିହା ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ଵତଃ ଅନୁବନ୍ଧିତ ହେଲା ।   

ମାତ୍ର ୧୯୨ ଜଣ ଛତ୍ର ଛାତ୍ରୀ ଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷ୍ୟା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟ ରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା , ବିଜ୍ଞାନ , ବାଣିଜ୍ୟ ବିଭାଗ ସହ କମ୍ପୁଟର ପ୍ରୟୋଗ ବିଭାଗ , ବୟନ କଳା ବିଭାଗ , ଫୋଟୋଗ୍ରାଫି ଶିକ୍ଷ୍ୟା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରା ଯାଇଛି । 

ସ୍ଵୟଂ ଚାଳିତ ମାନ୍ୟତା  ୧୯୯୧ ମସିହା ରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ଵାରା ସ୍ଵୟଂ ଚାଳିତ ମହାବିଦ୍ୟାଳୟ ର ମାନ୍ୟତା ପ୍ରାପ୍ତ ହେଲା । ଏହା ଦ୍ଵାରା ଏହି ମହାବିଦ୍ୟାଳୟ ନିଜର ପରିକ୍ଷ୍ୟା ପରିଚାଳନା ସହ , ପାଠ୍ୟସୁଛି , ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗ ରେ M॰Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 

ଏଡମିସନ

ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତର ରେ ଆଡମିସନ ଓଡିଶା ସରକାର ଙ୍କ SAMS ମାଧ୍ୟମ ରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀ ରେ ବିଶ୍ୱବିଦ୍ୟାଳୟ ର ନିଜସ୍ଵ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M॰ C ॰ A॰ ବିଭାଗ ପାଇଁ ଆଡମିସନ BPUT ତରଫ ରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରିକ୍ଷ୍ୟା ଜରିଆ ରେ ହେଇଥାଏ ।