ଢାଲେଶ୍ୱରୀ ନଦୀ

ଉଇକିପିଡ଼ିଆ‌ରୁ
(ଢାଲେଶ୍ବରୀ ନଦୀରୁ ଲେଉଟି ଆସିଛି)
Dhaleshwari River
River
ଦେଶ Bangladesh
Source Jamuna River
Length ୧୬୦ km (୯୯ mi)

ଢାଲେଶ୍ୱରୀ ନଦୀr (ବଙ୍ଗଳା: ধলেশ্বরী Dhôleshshori)  ବାଂଲା ଦେଶକୁ ପ୍ରବାହିତ ହେଇଥିବା ଭାରତୀୟ ନଦୀ ଯମୁନାର ଏକ ବୃହତ ଉପନଦୀ । ଏହାର ଦୈର୍ଘ୍ୟ 160 କିଲୋମିଟର । ଏହା ଟଙ୍ଗାଇଲ ଜିଲ୍ଲାରେ ଯମୁନା ନଦୀରୁ ବାହାରି ଦୁଇଟି ଶାଖା ହେଇ ଢାଲେଶ୍ୱରୀ ଓ କାଳିଗଙ୍ଗା ନାମରେ ମାନିକଗଞ୍ଜ ଜିଲ୍ଲାକୁ ପ୍ରବାହିତ ହୁଏ । ତାହା ପୁଣି ଶୀତଳାକ୍ଷୀ ନଦୀ ସହ ମିଳିତ ହୁଏ । ଏହା ନାରାୟନଗଞ୍ଜ ଜିଲ୍ଲାରୁ ମିଳିତ ଭାବରେ ପ୍ରବାହିତ ହେଇ ମେଘନା ନଦୀରେ ବିଲୟ ହୁଏ । 

ଏହା ଏକ ଗଭୀର ନଦୀ । ଏହାର ହାରାହାରି ଗଭୀରତା 122 ଫୁଟ ଓ ସର୍ବାଧିକ ଗଭୀରତା 265 ଫୁଟ । ଏହା ପ୍ରଥମେ ପଦ୍ମା ନଦୀର ଅଂଶ ଥିଲା । ପରେ ପଦ୍ମା ନଦୀର ଗତିପଥରେ ପରିବର୍ତନ ଘଟିଥିଲା । ପଦ୍ମା ନଦୀ ବିଗତ ଶତାବ୍ଦୀ ମାନଙ୍କୁ ତାହାର ଗତିପଥ ଅନେକ ଥର ପରିବର୍ତନ କରି ବର୍ତ୍ତମାନ ସ୍ଥିତିକୁ ଆସିଛି । [୧]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Rivers of Bangladesh

ଆଧାର  [ସମ୍ପାଦନା]

  1. Majumdar, Dr. R.C., History of Ancient Bengal, First published 1971, Reprint 2005, pp. 3-4, Tulshi Prakashani, Kolkata, ISBN 81-89118-01-3.