ରାଷ୍ଟ୍ରଭାଷା
ରାଷ୍ଟ୍ରଭାଷା (ବା ଭାଷାର ରୂପ ଯଥା ଉପଭାଷା/ବୋଲି) ଡି ଫାକ୍ଟୋ ବା ଡି ଜୁର ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ରାଷ୍ଟ୍ରଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ରାଷ୍ଟ୍ରଭାଷା ବିଷୟରେ ଉଲ୍ଲେଖ ହୋଇଛି ।[୧]
ସି.ଏମ.ବି. ବ୍ରାନ ଭାରତର ବିଶେଷ ଉଲ୍ଲେଖ କରି ଶାସନରେ ଏକ ରାଷ୍ଟ୍ରଭାଷା ପାଇଁ "ଚାରୋଟି ସ୍ବତନ୍ତ୍ର ଅର୍ଥ" ବାବଦରେ ପରାମର୍ଶ ଦେଇଥିଲେ[୨]:
- ଏକ ସମ୍ପ୍ରଦାୟର ଲୋକଙ୍କ "ଅଞ୍ଚଳଭିତ୍ତିକ ଭାଷା" (କ୍ଟୋନୋଲେକ୍ଟ[୩])
- "ଆଞ୍ଚଳିକ ଭାଷା" (କୋରାଲେକ୍ଟ)
- ସମଗ୍ର ଦେଶରେ ବ୍ୟବହୃତ "ସାଧାରଣ ଭାଷା" ବା "ସମ୍ପ୍ରଦାୟ ଭାଷା" (ଡେମୋଲେକ୍ଟ)
- ସରକାରଦ୍ୱାରା ବ୍ୟବହୃତ ଓ ସମ୍ଭବତଃ ପ୍ରତୀକାତ୍ମକ ମୂଲ୍ୟ ଥିବା "କେନ୍ଦ୍ରୀୟ ଭାଷା" (ପଲିଟୋଲେକ୍ଟ)
ଶେଷଟିକୁ ସାଧାରଣତଃ ସରକାରୀ ଭାଷାର ମାନ୍ୟତା ଦିଆଯାଏ । କେଉଁଠି କେଉଁଠି (ଯଥା #ଫିଲିପାଇନ୍ସରେ) ଅନେକ ଭାଷାକୁ ସରକାରୀ ଭାବେ ଓ ଏକ ରାଷ୍ଟ୍ରଭାଷା ଅଲଗା ଭାବେ ବଛାଯାଇଥାଏ ।
ମାନକ ଜର୍ମାନ, ମାନକ ଫରାସୀ ଏବଂ ମାନକ ସ୍ପ୍ୟାନିଶ ଭଳି ମାନକ ଭାଷାଗୁଡ଼ିକ ରାଷ୍ଟ୍ର(ସାଧାରଣ ଭାଷା), ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଭାଷା ଭାବେ ବ୍ୟାବହାର କରାଯାଇପାରନ୍ତି ।
ସରକାରୀ ବନାମ ରାଷ୍ଟ୍ରଭାଷା
[ସମ୍ପାଦନା]"ରାଷ୍ଟ୍ରଭାଷା" ଏବଂ "ସରକାରୀ ଭାଷା" ଦୁଇଟି ଧାରଣାର ବା ଆଇନଗତ ବିଭାଗ ଭାବେ ବୁଝାଯାଇଥାଏ । ଏହାର ଅର୍ଥ ଏକତ୍ରିତ ହୋଇପାରେ ବା ଇଚ୍ଛାକୃତ ଭାବେ ଅଲଗା ହୋଇପାରେ । ରାଷ୍ଟ୍ରବିହୀନ ଦେଶଗୁଡ଼ିକ କୌଣସି ସରକାରୀ ଭାଷା ଆଇନଗତ କରିବା ଅବସ୍ଥାରେ ନଥାନ୍ତି । କିନ୍ତୁ ସେଗୁଡ଼ିକର ଭାଷାଗୁଡ଼ିକ ରାଷ୍ଟ୍ରଭାଷା ଭାବେ ଯଥେଷ୍ଟ ସ୍ବତନ୍ତ୍ର ଏବଂ ଭଲଭାବେ ସଂରକ୍ଷିତ ରହିଥାଇପାରେ । କେତେକ ଭାଷା "ରାଷ୍ଟ୍ରଭାଷା" ଭାବେ ଜନପ୍ରିୟ ହୋଇ ସ୍ବୀକୃତ ହୋଇପାରେ ଓ ଅନ୍ୟକେତେକ ବ୍ୟବହାର ବା ପ୍ରଚାର କ୍ଷେତ୍ରରେ ସରକାରୀ ସ୍ବୀକୃତି ଲାଭ କରିପାରେ ।
ଆଧାର
[ସମ୍ପାଦନା]- ↑ Jacques Leclerc
- ↑ Brann, C.M.B. 1994. "The National Language Question: Concepts and Terminology." Logos [University of Namibia, Windhoek] Vol 14: 125–134
- ↑ Wolff, H. Ekkehard "African Languages: An Introduction Ch./Art: Language and Society p. 321 pub. Cambridge University Press 2000