ଛତିଶଗଡ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
(ଛତିଶଗଦ ଏକ୍ସପ୍ରେସରୁ ଲେଉଟି ଆସିଛି)
WAP 7 loco hauling Amritsar - Bilaspur Chhattisgarh Express
Chhattisgarh Express (Amritsar-Bilaspur) Route map
WDP 4B loco hauling (Amritsar - Bilaspur) Chhattisgarh Express

ଛତିଶଗଡ଼ ଏକ୍ସପ୍ରେସ ଏକ ପୁରାତନ ଭାରତୀୟ ଟ୍ରେନ ଯାହା ବିଲାସପୁରକୁ ଅମୃତସରକୁ ସଂଯୋଗ କରିଥାଏ । 


ପ୍ରଥମେ ଏହି ଟ୍ରେନ 1977 ମସିହାରେ ଭୋପାଲରୁ ବିଲାସପୁର ମଧ୍ୟରେ ଛତିଶଗଡ଼ ଆଞ୍ଚଳ ଏକ୍ସପ୍ରେସ ନାମରେ ଚଳାଚଳ କରିଥିଲା ଓ ଏହା ବିଳାସପୁରରୁ ଭୋପାଳର ହବିବଗଞ୍ଜ ଯାଏ ଚଳୁଥିଲା । ଏହା ନୂତନ ଭାବେ ନିର୍ମିତ ହବିବଗଞ୍ଜ ଉପାଶହରାଞ୍ଚଳ ରେଳ ଷ୍ଟେସନରୁ ଆରମ୍ଭ ହେଇଥିଲା । ପରେ ତାହା ଭୋପାଲର ମୁଖ୍ୟ ଜଙ୍କସନ ଷ୍ଟେସନକୁ ପରିବର୍ଧିତ ହେଇଥିଲା ।1987 ମସିହାରେ ଏହା ନୂଆ ଡିଲଲର ହଜରତ ନିଜମୁଦ୍ଦିନ ଓ ପରେ 1990ମସିହାରେ ପଞ୍ଜାବର ଅମୃତସର ଯାଏ ବର୍ଦ୍ଧିତ ହେଇଥିଲା ।  

ଯାତ୍ରାପଥ [ସମ୍ପାଦନା]

ଏହି ଟ୍ରେନ ବର୍ତ୍ତମାନ 2011 କିଲୋମିଟର ଯାତ୍ରାପଥ ଅତିକ୍ରମ କରି ଭାରତୀୟ ରାଜ୍ୟ ଛତିଶଗଡ଼ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ଦେଇ ଯାତାୟତ କରେ । 

ଯାତ୍ରାପଥରେ ଏହି ଟ୍ରେନ ବିଲାସପୁର ଜଙ୍କସନ , ରାୟପୁର ଜଙ୍କସନ , ଦୁର୍ଗ , ଗୋଣ୍ଡିଆ , ଇତରସି , ନାଗପୁର , ଭୋପାଲ , ଅବେଇଦୁଲ୍ଲାଗଞ୍ଜ , ମଥୁରା , ଝାଁସୀ ,ଗ୍ୱାଲିଆର , ଗଜିଆବାଦ , ମୁଜାଫ୍ଫାରୌର , ଲୁଧିୟାନା , ଜଲନ୍ଧର ସିଟି ଦେଇଯାଇଥାଏ । 

ସମୟ ସାରଣୀ [ସମ୍ପାଦନା]

ଅମୃତସର  ଠାରୁ ଏହା ପ୍ରତ୍ୟହ 04 15 PMରେ ଛାଡି ତୃତୀୟ ଦିନ ବିଳାସପୁର  ରେ 12.20 PMରେ ପହଞ୍ଚେ । ଫେରନ୍ତା ଯାତ୍ରାରେ ଏହା ବିଲାସପୁରରୁ 02.15 PMରେ ଛାଡି ତୃତୀୟ ଦିନ 08.10 AMରେ ପହଞ୍ଚେ । ଅମଲା ଷ୍ଟେସନରେ ଏହା 20/25 ମିନିଟ ରହଣି କରେ । .[୧]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]