ଛତରପୁର ମନ୍ଦିର , ଦିଲ୍ଲୀ

ଉଇକିପିଡ଼ିଆ‌ରୁ
Chhatarpur Temple new delhi
A South Indian-style temple added in the complex
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନMehrauli, New Delhi
CountryIndia
Architecture
TypeHindu temple architecture
Baba Sant Nagpal

ଛତରପୁର ମନ୍ଦିର  (ସରକାରୀ ଭାଷାରେ : ଶ୍ରୀ ଆଦ୍ଯ କାତ୍ୟାୟନୀ ଶକ୍ତି ପୀଠମ )ନୂଆ ଦିଲ୍ଲୀର ସହରତଳି ଅଞ୍ଚଳ ଛତରପୁରଠାରେ ଅବସ୍ଥିତ । ଏହା ଭାରତରେ ଦ୍ୱିତୀୟ ସର୍ବବୃହତ ମନ୍ଦିର କମ୍ପ୍ଲେକ୍ସ ଓ ଏହା ଦେବୀ କାତ୍ୟାୟନୀଙ୍କୁ ଉତ୍ଶର୍ଗିତ । ,[୧] ଏହା କୁତବ ମିନାରଠାରୁ 4 କିଲୋମିଟର ଦୂରରେ ମେହେରାଉଲି - ଗୁରୁଗାଓ ରାସ୍ତାରେ ଅବସ୍ଥିତ । [୨][୩]

ଏହି ମନ୍ଦିର 1974 ମସିହାରେ ବାବା ସନ୍ଥ ନଗପାଳ ଜୀଙ୍କଦ୍ୱାରା ସ୍ଥାପିତ ହେଇଥିଲା । ବାବାଙ୍କ ପରଲୋକ 1998 ମସିହାରେ ହେଇଥିଲା ଓ ତାଙ୍କର ସମାଧି ମଧ୍ୟ ମନ୍ଦିର ପ୍ରାଙ୍ଗଣ ଗୌରି ନାଗେଶ୍ୱର ମନ୍ଦିର ପାଖରେରେ ରହିଛି ।.[୪]

ଅକ୍ଷୟରଧାମ ମନ୍ଦିର ନିର୍ମିତ ହେବା ଆଗରୁ ଏହା ଭାରତର ସର୍ବବୃହତ ମନ୍ଦିର ଥିଲା । ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବରେ ମାର୍ବଳରେ ନିର୍ମିତ ଓ ଏଥିରେ ସୂକ୍ଷ୍ମ ଜଳିକାମ ହୋଇଛି । 

ମନ୍ଦିର ପରିସର [ସମ୍ପାଦନା]

Nandi at Shiva temple, Chhatarpur temple
The main courtyard of Chhatarpur Temple

ମନ୍ଦିର ପରିସର ସମୁଦାୟ 60 ଏକର ପରିମିତ ସ୍ଥାନରେ ରହିଛି ଓ ସେଠାରେ ସାନା ବଡ଼ 20ଟି ମନ୍ଦିର 3ଟି ଭିନ୍ନ ପରିଧି ଭିତରେ ରହିଛି । ମୁଖ୍ୟ ଦେବୀ କାତ୍ୟାୟନୀ ନବଦୁର୍ଗା ଙ୍କର ଏକ ଅଂଶ । ନବରାତ୍ର ସମୟରେ ଷଷ୍ଠ ଦିନ କାତ୍ୟାୟନୀଙ୍କ ବିଶେଷ ଉପାସନା କରାଯାଇଥାଏ । https://or.wikipedia.org/wiki/%E0%AC%95%E0%AC%BE%E0%AC%A4%E0%AD%8D%E0%AD%9F%E0%AC%BE%E0%AD%9F%E0%AC%BF%E0%AC%A8%E0%AD%80


ମୁଖ୍ୟ ମନ୍ଦିରରେ କାତ୍ୟାୟନୀଙ୍କ ମନ୍ଦିର ସହ ଆରାଧନା କକ୍ଷ୍ୟ , ଶୟନ କକ୍ଷ୍ୟ , ପ୍ରାର୍ଥନା ହଲ ରହିଛି । ପ୍ରାର୍ଥନା ହଲରେ ଭଜନ ଓ ସତସଙ୍ଗ ସଭା ଅନୁଷ୍ଠିତ ହୁଏ । ମନ୍ଦିର ସାମ୍ନାରେ ଏ3କ ପୁରାତନ ବୃକ୍ଷ ରହିଛି । ଭକ୍ତମାନେ ମନୋକାମନା ପୂରଣ ପାଇଁ ସେଠାରେ ପବିତ୍ର  ସୂତା ବାନ୍ଧିଥାନ୍ତି । [୫]ରାଧା କୃଷ୍ଣ ଓ ଗଣେଶଙ୍କ ମନ୍ଦିର ମଧ୍ୟ ନିକଟରେ ରହିଛି । [୨]

ମନ୍ଦିରର ସ୍ଥାପତ୍ୟ ଶୈଳୀରେ ଉଭୟ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ କଳାର ନିଦର୍ଶନ ମିଳିଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର [ସମ୍ପାଦନା]

  1. not to be confused with Chhatarpur in Madhya Pradesh
  2. ୨.୦ ୨.୧ Chhatarpur temple
  3. Delhi city guide, by Eicher Goodearth Limited, Delhi Tourism.
  4. Founder of Chhatarpur temple dies[dead link] Indian Express, December 17, 1998.
  5. Chhatarpur temple durga-puja.org.

ବାହାର ଲିଙ୍କ [ସମ୍ପାଦନା]