କୁଳମଣି ରାଉତ
ଦେଖଣା
(କୂଳମଣି ରାଉତରୁ ଲେଉଟି ଆସିଛି)
କୁଳମଣି ରାଉତ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ନିର୍ବାଚନ ମଣ୍ଡଳୀ | ବରୀ-ଡେରାବିଶ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ଫେବୃଆରୀ ୧୯୪୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଶୈଳବାଳା ରାଉତ |
ବାପା/ବୋଉ | ସୁଦର୍ଶନ ରାଉତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୁଳମଣି ରାଉତ (ଜନ୍ମ: ୨୨ ଫେବୃଆରୀ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କୁଳମଣି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପରିବାର ଓ ଶିକ୍ଷା
[ସମ୍ପାଦନା]କୁଳମଣି ରାଉତ ୧୯୪୭ ମସିହାର ଫେବୃଆରୀ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସୁଦର୍ଶନ ରାଉତ ଓ ପତ୍ନୀଙ୍କ ନାମ ଶୈଳବାଳା ରାଉତ ।[୧] କୁଳମଣିଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କୁଳମଣି ରାଉତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]