ଉଇକିପିଡ଼ିଆ:ଭିଡିଓୱିକି/ମୂତ୍ରାଙ୍ଗ ସଂକ୍ରମଣ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ମୂତ୍ରାଙ୍ଗ ସଂକ୍ରମଣ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା ୧[ସମ୍ପାଦନା]

ମୂତ୍ରାଙ୍ଗ ସଂକ୍ରମଣ ରୋଗରେ ମୂତ୍ରାଙ୍ଗର କୌଣସି ଅଂଶର ପ୍ରଦାହ ହୋଇପାରେ ।[୧]

ସଂଜ୍ଞା ୨[ସମ୍ପାଦନା]

ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟର ପ୍ରଦାହ ହେଲେ ସିସ୍ଟାଇଟିସ ଓ ଉର୍ଦ୍ଧ୍ୱ ମୂତ୍ରାଙ୍ଗର ପ୍ରଦାହ ହେଲେ ପାଏଲୋନେଫ୍ରାଇଟିସ କୁହାଯାଏ । [୨]

ଲକ୍ଷଣ ୧[ସମ୍ପାଦନା]

ନିମ୍ନ ମୂତ୍ରାଙ୍ଗରେ ପ୍ରଦାହ ହେଲେ ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା, ବାରମ୍ବାର ପରିସ୍ରା କରିବା ଓ ମୂତ୍ରାଶୟରେ ମୂତ୍ର ନଥିଲେ ମଧ୍ୟ ପରିସ୍ରା କରିବାକୁ ଇଚ୍ଛା ହୁଏ ।[୧]

ଲକ୍ଷଣ ୨[ସମ୍ପାଦନା]

ବୃକ୍‌କ ପ୍ରଦାହ ହେଲେ ଜ୍ୱର ଓ ଉଦରର ପାର୍ଶ୍ୱସ୍ଥାନରେ ଯନ୍ତ୍ରଣା ହୁଏ । [୨] କ୍ୱଚିତ ପରିସ୍ରାରେ ରକ୍ତ ପଡ଼ିବା ଯୋଗୁ ରକ୍ତିମ ଦେଖାଯାଏ । [୩]

ଲକ୍ଷଣ ୩[ସମ୍ପାଦନା]

ଅତି ଅଳ୍ପ ଓ ଅତି ଅଧିକ ବୟସର ଲୋକଙ୍କର ଅନିର୍ଦ୍ଦିଷ୍ଟ ବା ଅସ୍ପଷ୍ଟ ଲକ୍ଷଣ ଦେଖାଯାଇପାରେ । [୧][୪]

ସାଧାରଣତଃ ଏହା ଏସ୍କେରିସିଆ କୋଲାଇ, ସଂକ୍ଷେପରେ ଇକୋଲାଇ, ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ, ଜଦିଓ କ୍ୱଚିତ ଅନ୍ୟାନ୍ୟ ଜୀବାଣୁ ବା କବକ ଯୋଗୁ ମଧ୍ୟ ଏହା ହୋଇଥାଏ । [୫]

ସଙ୍କଟ କାରକ[ସମ୍ପାଦନା]

ଯୌନ ସମ୍ଭୋଗ, ମଧୁମେହ, ମୋଟାପଣ ପାରବାରିକ ଇତିହାସ ଓ ମହିଳା ଶରୀର ଗଠନ ଏହି ସଙ୍କଟରେ ଭାଗ ନିଅନ୍ତି । [୫]

ରୋଗ ନିର୍ଣ୍ଣୟ ୧[ସମ୍ପାଦନା]

ସୁସ୍ଥ ଯୁବତୀଙ୍କ କ୍ଷେତ୍ରରେ କେବଳ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ ହୋଇପାରେ । [୬]

ରୋଗ ନିର୍ଣ୍ଣୟ ୨[ସମ୍ପାଦନା]

ଲକ୍ଷଣ ଅସ୍ପଷ୍ଟ ଥିଲେ ନିର୍ଣ୍ଣୟ କଷ୍ଟକର ହୁଏ ବିଶେଷତଃ ସଂକ୍ରମଣ ନଥିଲେ ମଧ୍ୟ ଜୀବାଣୁ ଥାଇପାରନ୍ତି ।[୭] ରୋଗ ଜଟିଳ ଥିଲେ ବା ଚିକିତ୍ସା ଫଳପ୍ରଦ ନହେଲେ ପରିସ୍ରା କଲଚର ସାହାଯ୍ୟକାରୀ ହୁଏ ।[୮]

ଚିକିତ୍ସା ୧[ସମ୍ପାଦନା]

ରୋଗ ଅଣଜଟିଳ ଥିଲେ ଚିକିତ୍ସାରେ ନାଇଟ୍ରୋଫୁରାଣ୍ଟଏନ ବା ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ ଭଳି ଆଣ୍ଟିବାୟୋଟିକ ଦିଆଯାଇପାରେ । [୩] ସମ୍ପ୍ରତି ଆଣ୍ଟିବାୟୋଟିକ ପ୍ରତି ଜୀବାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଛି । [୧]

ଚିକିତ୍ସା ୨[ସମ୍ପାଦନା]

ଅଣଜଟିଳ ରୋଗରେ ଶିରାଭ୍ୟାନ୍ତରରେ ଆଣ୍ଟିବାୟୋଟିକ ଦିଆଯାଇପାରେ ।[୩] ଦୁଇ ତିନି ଦିନ ମଧ୍ୟରେ ଉପଶମ ନହେଲେ ପରବର୍ତ୍ତୀ ପରୀକ୍ଷା ନିରୀକ୍ଷା ଆବଶ୍ୟକ ହୁଏ । [୮]

ଚିକିତ୍ସା ୩[ସମ୍ପାଦନା]

ଫେନାଜୋପାଇରିଡିନ ଦେଲେ ଲକ୍ଷଣ ଉପଶମ ହୋଇପାରେ । [୧]

ପ୍ରତିଷେଧ[ସମ୍ପାଦନା]

ବାରମ୍ବାର ସଂକ୍ରମଣ ହେଉଥିଲେ ଲକ୍ଷଣ ବାହାରିବା ମାତ୍ରେ ସ୍ୱଳ୍ପକାଳୀନ ଆଣ୍ଟିବାୟୋଟିକ ଦିଆଯାଇପାରେ ବା ପ୍ରତିଷେଧ ବାବଦରେ ଦୀର୍ଘକାଳୀନ ଆଣ୍ଟିବାୟୋଟିକ ବ୍ୟବ‌ହାର କରାଯାଏ । [୯]

ରୋଗାନୁଶୀଳନ ୧[ସମ୍ପାଦନା]

ବର୍ଷକୁ ପ୍ରାୟ ୧୫୦ ନିୟୁତ ଲୋକଙ୍କର ମୂତ୍ରାଙ୍ଗ ସଂକ୍ରମଣ ହୁଏ । [୫] ପୁରୁଷଙ୍କ ଅପେକ୍ଷା ସାଧାରଣତଃ ମହିଳାଙ୍କର ଏହି ରୋଗ ଅଧିକ ହୁଏ । [୩] ବର୍ଷକୁ ପ୍ରାୟ ୧୦% ମହିଳାଙ୍କର ଏହି ସଂକ୍ରମଣ ହୁଏ ଓ ଅର୍ଦ୍ଧେକ ସଂଖ୍ୟକ ମହିଳାଙ୍କର ଅତି କମ୍‌ରେ ଜୀବନରେ ଥରେ ସଂକ୍ରମଣ ହୁଏ । [୬][୩]

ରୋଗାନୁଶୀଳନ ୨[ସମ୍ପାଦନା]

ପ୍ରାୟ ୧୬ରୁ ୩୫ ବର୍ଷ ବୟସରେ ଏହି ରୋଗ ଅଧିକ ହୁଏ । [୩] ସାଧାରଣତଃ ଏ ରୋଗ ବାରମ୍ବାର ହୁଏ । [୩]

ଇତିହାସ[ସମ୍ପାଦନା]

ପୁରାକାଳରୁ ଏହି ରୋଗ ଥିବା ଜଣାଥିଲେ ମଧ୍ୟ ପ୍ରଥମେ ଖ୍ରୀ:ପୂ: ୧୫୫୦ରେ ଏବର୍ସ ପାପିରସରେ ଏହା ଲିଖିତ ହୋଇଥିଲା । [୧୦]

  1. ୧.୦ ୧.୧ ୧.୨ ୧.୩ ୧.୪ "Urinary Tract Infection". CDC. April 17, 2015. Archived from the original on 22 February 2016. Retrieved 9 February 2016.
  2. ୨.୦ ୨.୧ Lane, DR; Takhar, SS (August 2011). "Diagnosis and management of urinary tract infection and pyelonephritis". Emergency Medicine Clinics of North America. 29 (3): 539–52. doi:10.1016/j.emc.2011.04.001. PMID 21782073.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Salvatore S, Salvatore S, Cattoni E, Siesto G, Serati M, Sorice P, Torella M (June 2011). "Urinary tract infections in women". European Journal of Obstetrics, Gynecology, and Reproductive Biology. 156 (2): 131–6. doi:10.1016/j.ejogrb.2011.01.028. PMID 21349630.
  4. Woodford, HJ; George, J (February 2011). "Diagnosis and management of urinary infections in older people". Clinical Medicine. 11 (1): 80–3. doi:10.7861/clinmedicine.11-1-80. PMC 5873814. PMID 21404794.
  5. ୫.୦ ୫.୧ ୫.୨ Flores-Mireles, AL; Walker, JN; Caparon, M; Hultgren, SJ (May 2015). "Urinary tract infections: epidemiology, mechanisms of infection and treatment options". Nature Reviews. Microbiology. 13 (5): 269–84. doi:10.1038/nrmicro3432. PMC 4457377. PMID 25853778.
  6. ୬.୦ ୬.୧ Nicolle LE (2008). "Uncomplicated urinary tract infection in adults including uncomplicated pyelonephritis". Urol Clin North Am. 35 (1): 1–12, v. doi:10.1016/j.ucl.2007.09.004. PMID 18061019.
  7. Jarvis, William R. (2007). Bennett & Brachman's hospital infections (5th ed.). Philadelphia: Wolters Kluwer Health/Lippincott Williams & Wilkins. p. 474. ISBN 9780781763837. Archived from the original on 2016-02-16.
  8. ୮.୦ ୮.୧ Colgan R, Williams M, Johnson JR (2011-09-01). "Diagnosis and treatment of acute pyelonephritis in women". American Family Physician. 84 (5): 519–26. PMID 21888302.
  9. "Recurrent uncomplicated cystitis in women: allowing patients to self-initiate antibiotic therapy". Rev Prescire. 23 (146): 47–9. Nov 2013. PMID 24669389.
  10. Al-Achi, Antoine (2008). An introduction to botanical medicines : history, science, uses, and dangers. Westport, Conn.: Praeger Publishers. p. 126. ISBN 978-0-313-35009-2. Archived from the original on 2016-05-28.