ଉଇକିପିଡ଼ିଆ:ଜନ୍ମତିଥି/କଟକ/୧/ପ୍ରେସ ବିଜ୍ଞପ୍ତି

ଉଇକିପିଡ଼ିଆ‌ରୁ

କଟକ: ଓଡ଼ିଆ ଉଇକିପିଡ଼ିଆ ତାର ଅଷ୍ଟମ ଜନ୍ମଦିନ ପାଳନ କରିବାକୁ ଯାଉଅଛି । ଏହିପରି ଏକ ଉତ୍ସବ ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଅଛି । ସମଗ୍ର ଭାରତ ରୁ ଉଇକିଆଳି ମାନେ ଏହି ଉତ୍ସବରେ ଯୋଗ ଦେବାକୁ କଟକ ଆସୁଛନ୍ତି ।

ଓଡ଼ିଆ ଉଇକିପିଡ଼ିଆ (or.wikipedia.org) ଏକ ଅନଲାଇନ ଜ୍ଞାନକୋଷ ବା ଏନସାଇକ୍ଳୋପେଡ଼ିଆ ଯାହାକି ଜଗତର ସବୁଠାରୁ ବଡ଼ ଅନଲାଇନ ଓଡ଼ିଆ ଜ୍ଞାନକୋଷ । ଓଡ଼ିଆ ବ୍ୟତୀତ ଅନ୍ୟ ୨୦ ଟି ଭାରତୀୟ ଭାଷାରେ ଓ ପୃଥିବୀର ୨୭୫ ରୁ ଅଧିକ ଭାଷାରେ ଉଇକିପିଡ଼ିଆ ରହିଛି । ଉଇକିପିଡ଼ିଆର ସବୁଯାକ ତଥ୍ୟର ସମ୍ପାଦନ ପାଇଁ ସ୍ଵେଚ୍ଛାସେବୀମାନଙ୍କର ଏକ ସାମୁହିକ ସଙ୍ଘ ତିଆରି କରାଯାଇଛି ଯେଉଁମାନେ ଏଥିରେ ପ୍ରସଙ୍ଗ ସମ୍ପାଦନା କରିଥାନ୍ତି । ଇଣ୍ଟରନେଟ କୁ ବ୍ୟବହାର କରି କୌଣସି ବି ଲୋକ ଉଇକିପିଡ଼ିଆରେ ଲେଖାଟିଏ ଲେଖିପାରିବ ।

୨୦୦୨ରେ ଉଇକିପିଡ଼ିଆ ପ୍ରଥମେ ବାହାର କରିଥିବା ୪ ଭାରତୀୟ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଅନ୍ୟତମ ଯାହାର ପ୍ରଥମ ସମ୍ପାଦନ ୨୦୦୪ ମସିହାରେ ହେଇଥିଲା । ଏପର୍ଯନ୍ତ ଏହି ଉଇକିପିଡ଼ିଆରେ ପ୍ରାୟ ୨୦୩୦ ନାନାଦି ବିଷୟରେ ଲେଖାମାନ ରହିଛି । ଏହା ଛଡା ଏଥିରେ ଓଡ଼ିଆ ଭାଷା, ଚଳଣି, କଳା ତଥା ଓଡ଼ିଶା ସମ୍ବନ୍ଧୀୟ ଅନେକ ଲେଖା ରହିଛି । ଓଡ଼ିଆ ଉଇକିପିଡ଼ିଆ କୁ http://or.wikipedia.org ଠାରେ ପପାରିବ । ଏଥିରେ ମଧ୍ୟ ଏକ ଓଡ଼ିଆ ଅଭିଧାନ ଅଛି ଯାହା http://or.wikitionary.orgରେ ଉପଲବ୍ଧ । ଯଦିଓ ବହୁତ ଲୋକ ଉଇକିପିଡ଼ିଆ କୁ ନାନାଦି ଶିକ୍ଷାସାଧନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ସେମାନେ ସେଥିରେ ଲେଖାସବୁ କେମିତି ଲେଖାହୁଏ ତାହା ଉପରେ ଗୁରୁତ୍ଵ ଦିଅନ୍ତି ନାହିଁ । ବର୍ତମାନ ସ୍ଵେଚ୍ଛାସେବୀ ଉଇକିଆଳିମାନେ ସାଧାରଣଙ୍କ ପାଖେ ପହଞ୍ଚୁଛନ୍ତି ଆଉ ଉତ୍ସାହିତ କରୁଛନ୍ତି ଲୋକ ମାନଙ୍କୁ ସ୍ୱଇଚ୍ଛାରେ ଲେଖିବା ପାଇଁ । ଉଇକିପିଡ଼ିଆର ଲେଖା ଗୁଡ଼ିକ ଖୋଲାରେ ବିତରଣ କରାଯାଇପାରିବ, ବାଣିଜ୍ୟିକି ଓ ଅଣବାଣିଜ୍ୟିକ ଉପଯୋଗ ପାଇଁ ବ୍ୟବହାର କରାଯାଇପାରେ । ଉଇକିପିଡ଼ିଆର ପରିଚାଳନାକାରୀ ସଙ୍ଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ଏକ ଅଣ-ଲାଭକରି ସଙ୍ଗଠନ ହୋଇଥିବାରୁ ଉଇକିପିଡ଼ିଆ ନିଜକୁ ସବୁବେଳେ ବିଜ୍ଞାପନମୁକ୍ତ ରଖିଛି । ଉଇକିପିଡ଼ିଆର ସମସ୍ତ ଲେଖା, ସବୁ ତରଫରୁ ନିରପେକ୍ଷ ତଥା ତଥ୍ୟର ବହୁମୁଖୀ ବିଚାର ବିବରଣିରେ ଭରା । ଏକାଧିକ ଲୋକଙ୍କ ଦେଇ ସମ୍ପାଦିତ ହେଉଥିବାରୁ ଏହାର ଅନାବଶ୍ୟକ ତଥ୍ୟ ଗୁଡିକ ଛାଣି ହେଇଯାଏ ଓ ଏହା ନିଜକୁ ନିଷ୍ପକ୍ଷ ରଖେ ।

ଏବେ ଓଡ଼ିଆ ଉଇକିପିଡ଼ିଆ କୁ ଫେରିବା, ଏହା ଦୀର୍ଘ ୭ ବର୍ଷ ଧରି ଅଚଳ ହୋଇପଡିଥିଲା ଯାହା କିଛି ଓଡ଼ିଆଙ୍କପ୍ରୟାସ ଦ୍ୱାରା ପ୍ରଥମ ଓଡ଼ିଆ ଉଇକି ମେଳଣ ବେଙ୍ଗାଲୁରୁରେ ଅନୁଷ୍ଠିତ ହେଇଥିଲା ଯାହା ପରେ ଭୁବନେଶ୍ଵର, କଟକ, ବାଲେଶ୍ଵରରେ ନିୟମିତ ଭାବେ ଅନୁଷ୍ଠିତ ହେଇଚାଲିଲା । ୧୨ଟି ସଫଳ ଉଇକିପିଡ଼ିଆ ସମ୍ପାଦନ କର୍ମଶାଳା ଆୟୋଜିତ ହେଲା ପରେ ଏବେ ବହୁତ ସାଧାରଣ ଓଡ଼ିଆ ଉଇକିପିଡ଼ିଆର ପରିସରକୁ ଆସୁଛନ୍ତି ଓ ସ୍ଵଇଚ୍ଛାରେ ଲେଖା ପ୍ରଦାନ ସହ ଆବଶ୍ୟକୀୟ ସମ୍ପାଦନା କାମ କରୁଛନ୍ତି । ଓଡ଼ିଆ ଉଇକିପିଡ଼ିଆ ଖାଲି ଆମ ଭାଷା କଳା ଚଳଣିର ନଥିକରଣରେ ନୁହେଁ ବରଂ ଏହା ଏକ ମାଧ୍ୟମ ଭାବରେ ଓଡ଼ିଆ ଭାଷା ପାଇଁ କିଛି କରିବାକୁ ନିଜ ମାତୃଭାଷାଠୁ ଦୂରେଇ ଯାଉଥିବା ଲୋକଙ୍କୁ ଆଗଭର କରାଉଛି । ଆହୁରି ମଧ୍ୟ ପୃଥିବୀ ର ବହୁତ ଓଡ଼ିଆ ଫୋଟୋଦାନ ପ୍ରକ୍ରିୟାରେ ଯୋଗଦାନ କରି ଉଇକିପିଡ଼ିଆକୁ ୭୦୦ରୁ ଊର୍ଦ୍ଧ୍ଵ କପିରାଇଟମୁକ୍ତ ଛବି ପ୍ରଦାନ କରିଛନ୍ତି । ଉଇକିପିଡ଼ିଆ ବିଷୟରେ ଅଧିକ ଜାଣିବାପାଇଁ ଓ ଏହାକୁ କିପରି ବ୍ୟବହାର କରାଯାଇପାରିବ ଏଥିରେ ରୁଚି ରଖୁଥିବା ଲୋକଙ୍କୁ ଆମନ୍ତ୍ରଣକରାଯାଉଛି ଉଇକିପିଡ଼ିଆର ୮ମ ଜନ୍ମଦିନ ସମାରୋହକୁ ଯାହା ୨୯ ଜାନୁଆରୀ ୨୦୧୨ ତାରିଖ ସକାଳ ୧୦ଟାରେ କଟକର ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି, ଉପର ତେଲେଙ୍ଗା ବଜାରରେ ଆୟୋଜିତ ହେବ ।

ଇଂରାଜୀରେ[ସମ୍ପାଦନା]

Cuttack: Odia Wikipedia is all set to celebrate it's 8th birthday, a first of its kind of celebration in Odisha. Wikipedians from across the state are attending this event in Cuttack.

Odia Wikipedia (or.wikipedia.org) is an online encyclopedia and the largest available online encyclopaedia in Odia. Apart from Odia there are 20 Indian language Wikipedias and globally 275+ Wikipedias exist in all different languages. Contrary to common myths about Wikipedia being edited by some paid staff, it is an open platform for collaborative encyclopedic content development. WIkipedia articles can be written by anyone and everyone having access to internet.

Odia Wikipedia, which was created in 2002 and the first ever edit happened in 2004, is one of the 4 first Indian language Wikipedias. It has 2030 encyclopaedic articles in it about various topics in different subjects. Furthermore, it has a lot many articles related to Odia language, culture, art and other Odisha related topics. Odia Wikipedia can be accessed at http://or.wikipedia.org. There is also an Odia dictionary called Wiktionary available at http://or.wiktionary.org. Though many people refer Wikipedia for various academic purpose they never understand how the articles are written. The volunteers who edit Wikipedia (known as Wikipedians) reach out to people like them who can take voluntary participation to edit Wikipedia and create a knowledge base. The content in Wikipedia are free to share, distribute and use for commercial and noncommercial usage. Unlike any other website Wikimedia Foundation, the non profit foundation which hosts Wikipedia doesn't earn money and keep the Wikipedia free of advertisement. And also, the content in Wikipedia are completely unbiased with neutral point of view. Being edited by people of multiple view points the biased and unnecessary information always get filtered and that is how Wikipedia is gaining popularity across the world to get relevant, unbiased information.

Back to Odia Wikipedia, it was quite inactive for about 7 long years. By the effort of few Odias the first Odia Wikipedia meetup was organized in Bengaluru which engendered successive outreach sessions in Bhubaneswar, Cuttack and Baleswar. By the effect of 12 Wikipedia editing workshops and meet ups, many people are being brought into the Odia Wikipedia movement. Odia Wikipedia is not only documenting topics of our art, culture, language and heritage in Odia language, but it is also creating an awareness and encouraging people to contribute in Odia where most people are moving away from the language. Moreover, Odias across the world have uploaded more than 700 Copyright free images of Odisha and other places by conducting photo donation events. People interested to learn more about Wikipedia and how they can make use of it are all invited to the 8th birthday of Wikipedia, to be organized at Image Institute of Technology and Management, Upper Telenga Bazar, Cuttack.