ଆପୋଲୋ-୫ (ଚନ୍ଦ୍ର ଅଭିଯାନ)

ଉଇକିପିଡ଼ିଆ ରୁ
(ଆପୋଲୋ-୫(ଚନ୍ଦ୍ର ଅଭିଯାନ) ରୁ ଲେଉଟି ଆସିଛି)
Jump to navigation Jump to search

ଆପୋଲୋ-୫(ଚନ୍ଦ୍ର ଅଭିଯାନ) (LM-1 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ରହିତ ଅଭିଯାନ ଯାହା ଲୁନାର ମଡ୍ୟୁଲର ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏତତବ୍ୟତ୍ତିତ ଏହି ଅଭିଯାନଦ୍ୱାରା ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା ଅନ୍ୟତମ ଉଦ୍ଦେଶ୍ୟ ଥିଲା।

ଅଭିଯାନ ସଂପର୍କରେ[ସମ୍ପାଦନା]

ଆପୋଲୋ-୫ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।[୧]

ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ୱତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ୱତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (୧୬୩ x ୨୨୨ କିମି) ସ୍ଥାପିତ ହୋଇପାରିଥିଲା । ସମୁଦାୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା ।[୨]

ଆଧାର[ସମ୍ପାଦନା]

  1. "Apollo Program". National Air and Space Museum. Bellcomm, Inc Technical Library Collection. Washington, D.C.: Smithsonian Institution. 2001. Subseries III.D.3. Accession No. XXXX-0093. Retrieved June 15, 2019.
  2. Evans, Ben (2010). Escaping the Bonds of Earth: The Fifties and the Sixties. Springer. p. 435. ISBN 9780387790930.