Jump to content

ଅପୁର୍ବୀ ଚନ୍ଦେଲା

ଉଇକିପିଡ଼ିଆ‌ରୁ
(ଅପୁର୍ଭି ଚନ୍ଦେଲାରୁ ଲେଉଟି ଆସିଛି)
ଅପୁର୍ବୀ ଚନ୍ଦେଲା
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1993-01-04) ୪ ଜାନୁଆରୀ ୧୯୯୩ (ବୟସ ୩୩)
ଉଦୟପୁର, ଭାରତ
ଉଚ୍ଚତା156 cm (5 ft 1 in)
Sport
ଦେଶଭାରତ
କ୍ରୀଡ଼ାବନ୍ଧୁକ ଚାଳନା
Event(s)୧୦ ମି ଏଯାର୍ ରାଇଫଲ୍
Medal record
Women's shooting
Competitor for  ଭାରତ
Commonwealth Games
Gold2014 Glasgow10 m air rifle
Updated on ୨୬ ଜୁଲାଇ ୨୦୧୪.

ଅପୁର୍ବୀ ସିଂହ ଚନ୍ଦେଲା(ଜନ୍ମ : ୪ ଜାନୁଆରୀ ୧୯୯୩ ) ଜଣେ ଭାରତୀୟ ବନ୍ଧୁକଚାଳିକା ଓ ସେ ୧୦ ମିଟର ଏୟାର ରାଇଫଲ ବିଭାଗରେ ପ୍ରତିଯୋଗିତା କରିଥାନ୍ତି । ସେ ୨୦୧୪ ମସିହାରେ ଗ୍ଲାସଗୋଠାରେ ହେଇଥିବା କମନୱେଲ୍ସ ଗେମରେ ସେହି ସେହି ବିଭାଗରେ ଭାରତପାଇଁ ପ୍ରତିଯୋଗିତା କରି ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ । [୧]

ପ୍ରାରମ୍ଭିକ ଜୀବନ 

[ସମ୍ପାଦନା]

ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁର ସହରରେ ଜନ୍ମଗ୍ରହଣ କରିଥିବା ଅପୁର୍ବୀ ସେଠାକାର ମହାରାଣୀ ଗାୟତ୍ରୀ ଦେବୀ ବାଳିକା ସ୍କୁଲରେ ଶିକ୍ଷା ପ୍ରାପ୍ତ ହେଇଥିଲେ । ପରେ ସେ ନୂଆ ଦିଲ୍ଲୀସ୍ଥିତ ଜେସୁସ ଓ ମେରୀ କଲେଜ , ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସମାଜବିଜ୍ଞାନ ସହ ଡିଗ୍ରୀ କରିଥିଲେ । 

ପରିବାର 

[ସମ୍ପାଦନା]

ଅପୁର୍ବୀ ଚନ୍ଦେଲା, ଏକ ରାଜପୁତ ପରିବାରରେ[୨] ଜୟପୁରଠାରେ[୩]  ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୁଳଦୀପ ସିଂହ ଚନ୍ଦେଲାଙ୍କର[୪]  ହୋଟେଲ ବ୍ୟବସାୟ ଥିଲା ଓ ତାଙ୍କ ମାଁଙ୍କ ନାମ ବିନ୍ଦୁ ରାଠୋର । [୫]

ଅବଦାନ 

[ସମ୍ପାଦନା]

ଅପୁର୍ବୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଇଥିବା ୨୦୧୨ ମସିହାର ଜାତୀୟ ଶୁଟିଙ୍ଗ ପ୍ରତିଯୋଗିତାରେ ତାଙ୍କର ନିଜ ବିଭାଗ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ । ତାହା ସିନିୟର ବିଭାଗରେ ତାଙ୍କର ପ୍ରଥମ ପଦାର୍ପଣ ଥିଲା ।[୬] ୨୦୧୪ ମସିହାରେ ସେ ହେଗଠାରେ ହେଇଥିବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ୪ଟି ପଦକ ହାସଲ କରିଥିଲେ । ସେଥି ମଧ୍ୟରୁ ଦୁଇଟି ଭିନ୍ନ ବିଭାଗରେ ଦୁଇଟି ଏକକ ଓ ୨ଟି ଦଳଗତ ମେଡାଲ [୭]ରହିଥିଲା । ସେହି ବର୍ଷରେ ସେ ଗ୍ଲାସଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ମହିଳା ଏକକ ୧୦ ମିଟର ଏୟାର ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେଠାରେ ସେ ୨୦୬.୭ ପଏଣ୍ଟ ପାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନୂତନ ରେକର୍ଡ଼ ପ୍ରତିଷ୍ଠା କରିଥିଲେ । [୮]

୨୦୧୬ ମସିହାରେ ହେଇଥିବା ରିଓ ଅଲିମ୍ପିକ ପାଇଁ ଅପୁର୍ବୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ତାଙ୍କ ନିଜ ବିଭାଗରେ ସେ ୩୪ ନମ୍ବର ସ୍ଥାନରେ ରହିଥିଲେ ।[୯]

ତାଙ୍କର ବିଶ୍ୱ ସ୍ତରୀୟ ପଦକ ତାଲିକା 

[ସମ୍ପାଦନା]
No. Event Championship Year Place Medal
1 10m air rifle ISSF World Cup 2015 Changwon 03 !3rd, bronze medalist(s)
2 10m air rifle ISSF World Cup Final 2015 Munich 02 !2nd, silver medalist(s)
  1. ↑ "Women's 10 metre air rifle Finals". glasgow2014.com. 26 July 2014. Retrieved 26 July 2014.
  2. ↑ "Rediff Labs: Breaking News - Local News - News Today - Live News". Archived from the original on 2018-04-16. Retrieved 2017-03-16.
  3. ↑ "CWG gold winner Apoorvi Chandela welcomed and felicitated in Jaipur". Patrika Group. No. 4 August 2014. Retrieved 4 August 2014.
  4. ↑ "Jaipur girl realises dream of shooting alongside Bindra, wins two gold".
  5. ↑ "Apurvi Chandela wins gold in Commonwealth Games 2014 ~ Rajasthan News, Jaipur News, Ajmer, Udaipur, Jodhpur, Kota, News".
  6. ↑ "Apurvi Chandela takes air rifle gold". The Hindu. 25 December 2012. Retrieved 26 July 2014.
  7. ↑ "Rajasthan shooter Apurvi Chandela bags 4 medals at Hague meet". thehindubusinessline.com. 10 February 2014. Retrieved 26 July 2014.
  8. ↑ "CWG gold winner shooter Apoorvi Chandela is aiming for Olympic games". Patrika Group. No. 5 August 2014. Retrieved 5 August 2014.
  9. ↑ "Rio Olympics 2016: Jitu Rai finishes 8th in 10m Air Pistol; Apurvi Chandela, Ayonika Paul out in qualifiers". First Post. 7 August 2016. Retrieved 8 August 2016.

ବାହାର ଲିଙ୍କ 

[ସମ୍ପାଦନା]