ଅନ୍ଧତ୍ୱ

ଉଇକିପିଡ଼ିଆ‌ରୁ
(ଅନ୍ଧତ୍ତ୍ଵରୁ ଲେଉଟି ଆସିଛି)
ଅନ୍ଧତ୍ତ୍ୱ (ଦୃଷ୍ଟି ଅପଂଗତା )
ଗୋଟିଏ ଧଳା ବାଡ଼ି, ଅନ୍ଧତ୍ତ୍ୱ(ଦୃଷ୍ଟି ଅପଂଗତା)ର ଆନ୍ତର୍ଜାତୀୟ ଚିହ୍ନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*], ଚକ୍ଷୁରୋଗ ବିଜ୍ଞାନ[*]
ଆଇସିଡ଼ି-୧୦H54.0, H54.1, H54.4
ଆଇସିଡ଼ି-୯-ସିଏମ୍369
ରୋଗ ଡାଟାବେସ28256

ଆଲୋକ ରଶ୍ମି ବିଭିନ୍ନ ବସ୍ତୁ ଉପରେ ପଡ଼ି ପ୍ରତିଫଳିତ ହୋଇ ଚକ୍ଷୁରେ ପ୍ରବେଶ କରି ସ୍ନାୟୁ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ । ସେଠାରେ ଏହା ପ୍ରୋସେସିଙ୍ଗ (Processing) ହେବା ପରେ ଆମେ ବସ୍ତୁକୁ ଦେଖିପାରୁ । ଏହାକୁ ଆମେ ଦୃଷ୍ଟି ଶକ୍ତି କହୁ । ଶାରୀରିକ ଓ ସ୍ନାୟୁଗତ କାରଣ ଯୋଗୁ ଦୃଷ୍ଟି ଶକ୍ତିର ଅଭାବ ହେବାକୁ ଅନ୍ଧତ୍ତ୍ୱ କୁହାଯାଏ । ଦୃଷ୍ଟି ଶକ୍ତିହୀନତା ଓ ଅନ୍ଧତ୍ତ୍ୱର ମାନକ (Scale) ନିରୁପଣ କରିବା ନିମନ୍ତେ ଅନେକ ପ୍ରକାର ସ୍କେଲ ପ୍ରସ୍ତୁତ କରାଯାଇଛି[୧] । ନାସ୍ତି ଆଲୋକ ଅନୁଭବକୁ ସମ୍ପୁର୍ଣ୍ଣ ଅନ୍ଧତ୍ତ୍ୱ (NLP ବା "no light perception") କୁହାଯାଏ । ଅଧିକାଂଶ ସମୟରେ ଆଶିଂକ ଦୃଷ୍ଟି ଶକ୍ତି ଥିଲେ ମଧ୍ୟ ଅନ୍ଧ କହନ୍ତି । ବେଳେ ବେଳେ କୌଣସି ଜିନିଷ ଦେଖା ନ ଯାଇ କେବଳ ଆଲୋକ ସ୍ରୋତ ଓ ତାହାର ଦିଗ ଦେଖାଯାଏ ।

ଦୃଷ୍ଟିହୀନତା ନିମନ୍ତେ ସାହାଯ୍ୟ ପରିପ୍ରେକ୍ଷୀରେ ସରକାର ଅନେକ ଜଟିଳ ସଂଜ୍ଞା ପ୍ରସ୍ତୁତ କରିଛନ୍ତି ଯାହାକୁ ନ୍ୟାୟିକ ଅନ୍ଧତ୍ତ୍ୱ (legal blindness) କୁହାଯାଉଛି[୨] । ଆମେରିକା ଓ ୟୁରୋପରେ ଚଷମା ଲେନ୍ସ ସହିତ ଭିଜୁଆଲ୍ ଆକୁଇଟି (visual acuity) ୬/୬୦କିମ୍ବା ତାହାଠାରୁ କମ୍ ଥିଲେ ନ୍ୟାୟିକ ଅନ୍ଧତ୍ତ୍ୱ କହନ୍ତି । ଏହାର ଅର୍ଥ ଜଣେ ସୁସ୍ଥ ଲୋକ ବସ୍ତୁଠାରୁ ୨୦୦ ଫୁଟ ଦୂରରେ ଥାଇ ଯେତିକି ଦେଖି ପାରିବ ଅନ୍ୟ ଜଣେ ଚଷମା ଲଗେଇ ମଧ୍ୟ ୨୦ ଫୁଟ ଦୂରରେ ଥାଇ ସେତିକି ଦେଖି ପାରିଲେ ତାହାକୁ ଅନ୍ଧ କୁହାଯିବ । ଏହା ବ୍ୟତିତ ସାଧାରଣ ଦୃଷ୍ଟି ଥାଇ ମଧ୍ୟ ଯଦି ଜଣେ ୨୦ ପରିମିତ ସ୍ଥାନ ଦେଖିପାରେ ତାହା ହେଲେ ମଧ୍ୟ ତାହାକୁ ଅନ୍ଧ କୁହାଯିବ । ୨୦/୭୦ରୁ ୨୦/୨୦୦ ଭିଜୁଆଲ୍ ଆକୁଇଟି ଥିଲେ ନିମ୍ନ ଦୃଷ୍ଟି ଶକ୍ତି କୁହାଯିବ[୩]

ଡବ୍ଲ୍ୟୁ.ଏଚ୍.ଓ. ସଂଜ୍ଞା ଅନୁସାରେ ଭିଜୁଆଲ୍ ଆକୁଇଟି ୨୦/୬୦ରୁ କମ୍ ଓ ୨୦/୨୦୦ ସହ ସମାନ ବା ଅଧିକ, ୨୦୦ରୁ କମ୍ ଭିଜୁଆଲ୍ ଫିଲ୍ଡ ଅପେକ୍ଷାକୃତ ଭଲ ଆଖିରେ ଥିଲେ ତ୍ତାହାକୁ ନିମ୍ନ ଦୃଷ୍ଟି କୁହାଯିବ । ଚଷମା ସହ ଭିଜୁଆଲ ଆକୁଇଟି ୨୦/୪୦୦ରୁ କମ୍ ବା ଭିଜୁଅଲ୍ ଫିଲ୍ଡ ୧୦ରୁ କମ୍ ଥିଲେ ଅନ୍ଧ କୁହାଯିବ[୪][୫]

ଆଧାର[ସମ୍ପାଦନା]

  1. International Council of Ophthalmology. "International Standards: Visual Standards — Aspects and Ranges of Vision Loss with Emphasis on Population Surveys." Archived 2009-09-21 at the Wayback Machine. April 2002.
  2. Belote, Larry. "Low Vision Education and Training: Defining the Boundaries of Low Vision Patients." Archived 2006-11-09 at the Wayback Machine. A Personal Guide to the VA Visual Impairment Services Program. Retrieved 31 March 2006.
  3. "Living with Low Vision". American Foundation for the Blind. Archived from the original on 2013-07-03. Retrieved 2012-07-18.
  4. http://www3.who.int/icd/currentversion/fr-icd.htm[permanent dead link]
  5. "Visual impairment and blindness". World Health Organization. June 2012. Retrieved 1 August 2013.

‌‌