ଆର୍କିଓପ୍ଟେରିକ୍ସ

ଉଇକିପିଡ଼ିଆ ରୁ
(Archaeopteryx ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

Vertebrata

Archaeopteryx
ଜୀବାଶ୍ମ କାଳ: Late Jurassic, 150.8–148.5 Ma
Fossil of complete Archaeopteryx, including indentations of feathers on wings and tail
The Berlin Archaeopteryx specimen (A. siemensii).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ଜଗତ: Animalia
ଶ୍ରେଣୀ: Reptilia
clade: Dinosauria
ଅର୍ଡର: Saurischia
clade: Avialae
ପରିବାର: Archaeopterygidae
Genus: Archaeopteryx
Meyer, 1861
(conserved name)
Type species
Archaeopteryx lithographica
Meyer, 1861 (conserved name)
Other Species

Archaeopteryx siemensii
Dames, 1897

Synonyms
  • Griphosaurus
    Wagner, 1862 (rejected name)
  • Griphornis
    Woodward, 1862 (rejected name)
  • Archaeornis
    Petronievics, 1917
  • Jurapteryx
    Howgate, 1984
  • Wellnhoferia
    Elżanowski, 2001

ଆର୍କିଓପ୍ଟେରିକ୍ସ କିମ୍ୱା ଉର୍ଭୋଗେଲ ହେଉଛି ଏକ ବିଲୁପ୍ତ ପକ୍ଷୀ ସଦୃଶ ଡାଇନୋସର ପ୍ରଜାତି ଯାହାକି ପର ଥିବା ଡାଇନୋସର ଓ ଆଧୁନିକ ପକ୍ଷୀଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ । ଆର୍କିଓପ୍ଟେରିକ୍ସ ନାମଟି ଗ୍ରୀକ୍ (ଆର୍କାୟୋସ-ପୁରାତନ + ପ୍ଟେରିକ୍ସ-ପକ୍ଷ ବା ପର) । ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟରୁ ଏହା ସର୍ବପ୍ରଥମ ପକ୍ଷୀ (ଆଭିଆଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ) ବିଦିତ ହୋ‍ଇସାରିଥିଲା [୧] ଯଦିଓ ପରେ ଆହୁରି ପୁରାତନ ସମ୍ଭାବ୍ୟ ପକ୍ଷୀ ଯଥା ଆଙ୍କିଓର୍ନିସ, ଜିଆଓଟିଞ୍ଜିଆ, ଆଉରର୍ନିସ ଆଦି ଆବିଷୃତ ହୋ‍ଇଥିଲେ ।[୨]

ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳେ ଇଉରୋପ ଏକ ଦ୍ୱୀପପୁଞ୍ଜ ଥିଲା । ଆର୍କିଓପ୍ଟେରିକ୍ସର ଦେଖିବାକୁ କାଉ ଆକାରର ଥିଲା । [୩] ଏହାର ସବୁଠୁ ବଡ ଜାତି ପ୍ରାୟ ୦.୫ ମିଟର ଆକାରର ଥିଲା । ଛୋଟ ଆକାର, ଚ‍ଉଡା ପକ୍ଷ ଓ ସମ୍ଭାବ୍ୟ ଉଡିବାର କ୍ଷମତା ସତ୍ତ୍ୱେ ଏଗୁଡିକର ଆଜିର ପକ୍ଷୀଙ୍କ ତୁଳନାରେ ତତ୍କାଳୀନ ଡାଇନୋସରଙ୍କ ସହ ଅଧିକ ସମାନତା ଥିଲା । ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟ ପଞ୍ଝା, ହାଡ ବିଶିଷ୍ଟ ଲମ୍ୱା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।[୪][୫]

ଏହା ପକ୍ଷୀଙ୍କ କ୍ରମବିକାଶ (evolution) ଓ ଡାଇନୋସରର ଅଧ୍ୟୟନରେ ସହାୟକ । ଆର୍କିଓପ୍ଟେରିକ୍ସର ଗୋଟିଏ ପର ୧୮୬୧ ରେ ମିଳିଥିଲା ଓ ସେଇଥିରୁ ନାମକରଣ ମଧ୍ୟ ହୋ‍ଇଥିଲା । [୬] ସେଇ ବର୍ଷ ଏହାର ଗୋଟେ ସମ୍ପୂର୍ଣ୍ଣ କଙ୍କାଳ ମଧ୍ୟ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଏହାର ଆହୁରି ୧୦ଗୋଟି ଜୀବାଶ୍ମ ମିଳିଛି । ଏହି ପ୍ରଥମ କଙ୍କାଳ, ଚାର୍ଲ୍ସ ଡାର୍ୱିନଙ୍କ On the Origin of Species ର ପ୍ରକାଶନର ଦୁଇ ବର୍ଷ ପରେ ଆବିଷୃତ ହୋ‍ଇଥିଲା ଓ ତାଙ୍କ କ୍ରମବିକାଶ ମତର ଦୃଢ ପ୍ରମାଣ ହୋ‍ଇଥିଲା ।

Archaeopteryx sizes ranging between about 25 and 50 cm long and between 25 and 60 cm in wingspan
ଆଠଟି ଆର୍କିଓପ୍ଟେରିକ୍ସ ନମୁନା ମନୁଷ୍ୟ ତୁଳନାରେ

ଆଧାର[ସମ୍ପାଦନା]

  1. Xing Xu, Hailu You, Kai Du and Fenglu Han (28 July 2011). "An Archaeopteryx-like theropod from China and the origin of Avialae". Nature 475 (7357): 465–470. doi:10.1038/nature10288. PMID 21796204. 
  2. doi:10.1038/nature12168
    This citation will be automatically completed in the next few minutes. You can jump the queue or expand by hand
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Erickson_etal_2009 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Yalden_1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; UCal_Chiappe ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; Griffiths ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]