ଆଉରର୍ନିସ୍

ଉଇକିପିଡ଼ିଆ‌ରୁ
(Aurornisରୁ ଲେଉଟି ଆସିଛି)

ଆଉରର୍ନିସ୍ ଏକ ବିଲୁପ୍ତ ଥେରୋପଡ଼ ଅଧିଗଣର ଡାଇନୋସର ଯାହା ଜୁରାସିକ ଯୁଗରେ ଚୀନରେ ରହୁଥିଲା । ଏହି ବଂଶରେ ଗୋଟିଏ ହିଁ ଜାତି ରହିଛି: ଆଉରର୍ନିସ୍ ଜୁଇ । ଏହାର ଶରୀର ଗଠନ ଅନୁସାରେ ପକ୍ଷୀମାନଙ୍କ ବଂଶଧର ବୋଲି କୁହାଯାଇପାରେ । ଏହାର ଜୀବାଶ୍ମ ଆର୍କିଓପ୍ଟେରିକ୍ସ ଲିଥୋଗ୍ରାଫିକା ଯାହାକୁ କି ପ୍ରଥମ ପକ୍ଷୀ ବୋଲି ଧରାଯାଏ, ତାହାଠୁ ଏକ କୋଟି ବର୍ଷ ପୁରାତନ ।

ଆଉରର୍ନିସ୍ ଜୁଇର ବର୍ଣ୍ଣନା ଓ ନାମକରଣ ପାସ୍କାଲ ଗୋଡ଼େଫ୍ରୋ‌ଇ, ଆଣ୍ଡ୍ରିଆ ଚାଉ, ହୁ ଡଙ୍ଗ ୟୁ, ଫ୍ରାନ୍ସୁଆ ଏସ୍କୁଇଲି, ୱୁ ୱେନହାଓ ଏବଂ ଗାରେଥ୍ ଡାଇକ୍ଙ୍କଦ୍ୱାରା ୨୦୧୩ରେ ହୋ‍ଇଥିଲା । ଅରୋରା (ଲାଟିନ୍)ର ଅର୍ଥ ଉଷାକାଳ/ପ୍ରଭାତ ଓ ଅର୍ନିସ୍ (ଗ୍ରୀକ୍)ର ଅର୍ଥ ପକ୍ଷୀ, ଜୁଇ ନାମଟି ଜୁ ଜିଙ୍ଗ୍ଙ୍କ ସମ୍ମାନର୍ଥେ ଦିଆଯାଇଛି ।

ବର୍ଣ୍ଣନା[ସମ୍ପାଦନା]

ଏହାର ଆକାର ଆଜିର ଫେଜାଣ୍ଟ (ଏକ ପକ୍ଷୀବିଶେଷ) ପାଖାପାଖି (୫୦ ସି.ମି./୨୦ ଇଞ୍ଚ) ଥିଲା । ନଖଥିବା ପର ସହ ଗୋଟେ ଲମ୍ବା ହାଡ଼ଥିବା ଲାଞ୍ଜ ଥିଲା । ଏହାର ଗୋଡ଼ ହାଡ଼ ଗୁଡ଼ିକ ଆର୍କିଓପ୍ଟେରିକ୍ସ ସହ ଖାପ ଖାଇଲେ ହେଁ ଶରୀର ରଚନା ଆଦିମ ଥିଲା ।

ଆବିଷ୍କାର[ସମ୍ପାଦନା]

ଏହାର ଆବିଷ୍କର୍ତ୍ତାମାନେ ଜୀବାଶ୍ମଟିକୁ ଜନୈକ ବ୍ୟାପାରୀଠାରୁ କ୍ରୟ କରିଥିଲେ, ତା ଅନୁସାରେ ଏହା ଚୀନର ପଶ୍ଚିମ ଲିଆଓନିଙ୍ଗ ଅଞ୍ଚଳର ୟାଓଲୁଗୁଓରୁ ଖନନରେ ମିଳିଥିଲା । ଗବେଷଣାରୁ ଜଣା ପଡ଼ିଲା ଯେ ଏହା ତିଆଓଜିଶାନ୍ ଶିଳା ସଂରଚନାରୁ ଆସିଛି (ଜୁରାସିକ ଯୁଗ) ଓ ୧୬ କୋଟି ବର୍ଷ ପୁରୁଣା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]