ୱେର୍ନିକ ଏନସେଫାଲୋପାଥି

ଉଇକିପିଡ଼ିଆ‌ରୁ
ୱେର୍ନିକ ଏନସେଫାଲୋପାଥି
Wernicke's disease, Wernicke's encephalopathy[୧]
Hypothalamus
ଲକ୍ଷଣAbnormal movement of the eyes, poor coordination, confusion[୨]
ଆକ୍ରାନ୍ତ ସମୟSudden[୨]
କାରଣThiamine deficiency[୨]
ବିପଦ କାରକAlcohol use disorder, malnutrition[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟAlcohol withdrawal, electrolyte disorders, infection, drugs of abuse, head trauma[୩]
ଚିକିତ୍ସାThiamine supplements[୨]
ପୁନଃପୌନିକ2%[୪]
ମୃତ୍ୟୁ ସାନ୍ଦ୍ରତା15% without treatment[୨]

ୱେର୍ନିକ ଏନସେଫାଲୋପାଥି ( WE ) ହେଉଛି ଏକ ମସ୍ତିଷ୍କ ରୋଗ ଯେଉଁଥିରେ ଆଖିର ଅସ୍ୱାଭାବିକ ଗତିବିଧି, ଆଟାକ୍ସିଆ ଏବଂ ଦ୍ୱନ୍ଦ୍ୱ ହେବା ଦେଖାଯାଏ ।[୨] ପ୍ରାୟ ୧୦% ଲୋକଙ୍କର ଏହି ତିନୋଟି ବୈଶିଷ୍ଟ୍ୟ ପ୍ରଦର୍ଶନ ହୁଏ, ଯେଉଁଥିରେ ଦ୍ୱନ୍ଦ୍ୱ ସବୁଠାରୁ ସାଧାରଣ ଅଟେ ।[୩] [୫] ଏହା ସାଧାରଣତଃ ହଠାତ୍ ଆରମ୍ଭ ହୋଇଥାଏ ।[୨] ଏହି ରୋଗୀମାନେ ଚାଲିବା ସମୟରେ ସାଧାରଣତଃ ସେମାନଙ୍କର ପାଦ ଅଲଗା ରହେ ଓ ଛୋଟ ଛୋତ ପଦକ୍ଷେପ ନେଇ ଚାଲନ୍ତି ।[୨]

ଜୀବସାର ଖ୧ ଅଭାବ ହେତୁ ଏହି ରୋଗ ହୋଇଥାଏ ।[୨] ବିପଦ କାରକଗୁଡ଼ିକରେ ମଧ୍ୟରେ ମଦ୍ୟାତ୍ୟୟ ଏବଂ କୁପୋଷଣ ହୋଇଥାଏ ଯଦିଓ ଜେନେଟିକ୍ସ ମଧ୍ୟ ଏକ ଭୂମିକା ଗ୍ରହଣ କରିପାରେ ।[୨] କୁପୋଷଣର କାରଣ ମଧ୍ୟରେ ଗର୍ଭଧାରଣର ବାନ୍ତି, ଖାଇବା ବ୍ୟାଧି ଅଇ କିମ୍ବା କର୍କଟ ହୋଇପାରେ ।[୩] ଲକ୍ଷଣ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ ଓ ରକ୍ତ ଜୀବସାର ଖ୧ ସ୍ତର ମାପ କରି ସମର୍ଥିତ ହୋଇପାରେ ।[୨] [୩] ଚିକିତ୍ସା ନ ହୋଇପାରିଲେ ପ୍ରାୟ ୮୦% କ୍ଷେତ୍ରରେ ରୋଗ ଜଟିଳ ହୋଇ କୋରସାକଫ୍ ସିଣ୍ଡ୍ରୋମ ହୋଇଥାଏ ଏବଂ ଏହାର ସ୍ମୃତି ଶକ୍ତି ସମସ୍ୟା ରହିଥାଏ ।[୩] ଏହି ମିଶ୍ରଣକୁ ୱେର୍ନିକ୍-କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | [୨]

ଏହାର ଚିକିତ୍ସାରେ ଜୀବସାର ଖ୧ ପରିପୂରକ ଦିଆଯାଏ ଯାହାଦ୍ୱାରା କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଅବସ୍ଥାରେ ଉନ୍ନତି ଆସିପାରେ, ଯଦିଓ କେତେକ କ୍ଷେତ୍ରରେ ସ୍ଥାୟୀ ସମସ୍ୟା ରହିଯାଏ ।[୩] ଦୈନିକ ୧୦୦ରୁ ୨୦୦ମିଗ୍ରା ଜୀବସାର ଖ୧ ମାତ୍ରା ଏକରୁ ତିନିଥର ଶିରାରେ ଇଞ୍ଜେକ୍ସନ ଆକାରରେ ୩ରୁ ୫ ଦିନ ପର୍ଯ୍ୟନ୍ତ ଦିଆଯାଏ ।[୩] ମ୍ୟାଗ୍ନେସିଅମ ଅଭାବ ଥିଲେ ଚିକିତ୍ସା କରାଯିବା ଉଚିତ୍ ।[୨] ଚିକିତ୍ସା ନ ହୋଇପାରିଲେ ପ୍ରାୟ ୧୫% ଲୋକ ମୃତ୍ୟୁ ବରଣ କରନ୍ତି । [୨]

ୱେର୍ନିକର ପ୍ରାୟ ୨% ଲୋକଙ୍କଠାରେ ଦେଖାଯାଏ; ଯଦିଓ ୧୨.୫% ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ୧୦% ଏଡସ୍ ରୋଗୀ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[୪] ଏହି ଅବସ୍ଥା ସ୍ୱଳ୍ପ ନିର୍ଣ୍ଣୟ ହେଉଥିବା ବିଶ୍ୱାସ କରାଯାଏ ।[୩] ଏହାକୁ ପ୍ରଥମେ ୧୮୮୧ ମସିହାରେ କାର୍ଲ ୱେର୍ନିକେ ପ୍ରଥମେ ବର୍ଣ୍ଣନା କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "MeSH Browser". meshb.nlm.nih.gov (in ଇଂରାଜୀ). Archived from the original on 2021-07-09. Retrieved 2021-04-17.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Wernicke Encephalopathy - Special Subjects". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 21 March 2022. Retrieved 21 March 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Sinha, S; Kataria, A; Kolla, BP; Thusius, N; Loukianova, LL (June 2019). "Wernicke Encephalopathy-Clinical Pearls". Mayo Clinic proceedings. 94 (6): 1065–1072. doi:10.1016/j.mayocp.2019.02.018. PMID 31171116.
  4. ୪.୦ ୪.୧ Isenberg-Grzeda E, Kutner HE, Nicolson SE (2012). "Wernicke-Korsakoff-syndrome: under-recognized and under-treated". Psychosomatics. 53 (6): 507–16. doi:10.1016/j.psym.2012.04.008. PMID 23157990.
  5. Cook CC (2000). "Prevention and treatment of Wernicke-Korsakoff syndrome". Alcohol and Alcoholism. 35 (Supplement 1): 19–20. doi:10.1093/alcalc/35.Supplement_1.19. PMID 11304070. Archived from the original on 2021-09-23. Retrieved 2021-04-17.