ହାର୍ନିଆ

ଉଇକିପିଡ଼ିଆ ରୁ
Hernia
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
X-ray of colonic herniation
ଆଇସିଡ଼ି-୧୦ K40.-K46.
ଆଇସିଡ଼ି- 550-553
ମେଡ଼ିସିନ-ପ୍ଲସ 000960
ଇ-ମେଡ଼ିସିନ emerg/251 ped/2559
MeSH D006547

ହାର୍ନିଆ – ଯେତେବେଳେ ଶରୀରର କୌଣସି ଅଙ୍ଗ ତାହାର ନିକଟବର୍ତ୍ତୀ ଦୂର୍ବଳ ଆବରଣ ଭେଦ କରି ଅନ୍ୟ ଅସ୍ଵାଭାବିକ ସ୍ଥାନରେ ପ୍ରବେଶ କରେ ତାହାକୁ ହାର୍ନିଆ କହନ୍ତି [୧] । ଦେହର ଅନେକ ସ୍ଥାନରେ ହାର୍ନିଆ ଦେଖାଯାଏ ଓ ସେଥି ମଧ୍ୟରୁ ଅଧିକାଂଶ ପେଟରେ ଦେଖାଯାଏ । ଇଙ୍ଗୁଇନାଲ ହାର୍ନିଆ Inguinal hernia ବା କୋଳସନ୍ଧି ହାର୍ନିଆ ସବୁଠାରୁ ଅଧିକ ଦେଖାଯାଏ । ଏହା ବ୍ୟତୀତ ଫିମୋରାଲ ହାର୍ନିଆ, ନାଭି ବା ଅମ୍ବିଲିକାଲ ହାର୍ନିଆ (Umbilical hernia), ଇନସିସନାଲ ହାର୍ନିଆ (Incisional hernia) ଓ ଡାୟାଫ୍ରାମାଟିକ ହାର୍ନିଆ ଆଦି ଦେଖା ଯାଆନ୍ତି । ପ୍ରତ୍ୟେକ ହାର୍ନିଆର ନିଜସ୍ଵ ଲକ୍ଷଣ ଓ ଚିକିତ୍ସା ଅଛି ।

କାରଣ[ସମ୍ପାଦନା]

ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ [୨] । ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ । ଶରୀରତତ୍ଵବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ [୩]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

Frontal view of an inguinal hernia (right).

ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । ପେଟରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । ଚର୍ବି ବା ପେଟର ଅଙ୍ଗ ଯଥା ଅନ୍ତ ନଳୀ ତାହାର ପେରିଟୋନିଅମ ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ ମେଡିଆସ୍ଟାଇନମଠାରେମେରୁଦଣ୍ଡରେ ମଧ୍ୟ ଦେଖାଯାଏ ।
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ କୁହାଯାଏ ଓ ଏତିକି ବେଳେ ଜର, ବାନ୍ତି ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । ଇଙ୍ଗୁଇନାଲ ହାର୍ନିଆ ହେଲେ କୋଷର ଉପର ପାର୍ଶ୍ଵରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ[୪] । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା ।
ଡାଏଫ୍ରାମାଟିକ୍ ହାର୍ନିଆ ଭଳି ହାର୍ନିଆ ଯାହା ହାତ ପାହାନ୍ତାରେ ନ ଥାଏ ତାହାକୁ ଜାଣିବା ନିମନ୍ତେ ମଲ୍ଟିଡିଟେକ୍ଟର ସି.ଟି. ଆବଶ୍ୟକ ହୁଏ । [୫]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଇଙ୍ଗୁଇନାଲ ହାର୍ନିଆ[ସମ୍ପାଦନା]

An incarcerated inguinal hernia as seen on CT
Diagram of an indirect, scrotal inguinal hernia (median view from the left).

ପେଟରେ ହେଉଥିବା ହାର୍ନିଆ ମଧ୍ୟରେ କୋଳସନ୍ଧି ହାର୍ନିଆ ସବୁଠାରୁ ଅଧିକ (୭୫ %) ଦେଖାଯାଏ । ଏଠାରେ ଦୁଇ ପ୍ରକାର ହାର୍ନିଆ ଦେଖାଯାଏ । ଇନ୍‌ଡାଇରେକ୍ଟ ହାର୍ନିଆ (୨/୩ ଭାଗ) ଓ ଡାଇରେକ୍ଟ ହାର୍ନିଆ । ଇଙ୍ଗୁଇନାଲ ସ୍ଥାନରେ ଗୋଟିଏ କେନାଲ ଥାଏ ଯାହାକୁ ଇଙ୍ଗୁଇନାଲ କେନାଲ କହନ୍ତି । ଏହି କେନାଲର ପଛ କାନ୍ଥରେ ଦୁର୍ବଳ ଅଂଶ ଥିଲେ ସେହି ଅଂଶ ମଧ୍ୟ ଦେଇ କେନାଲ ମଧ୍ୟକୁ କ୍ଷୁଦ୍ର ଅନ୍ତ ନଳୀ ପ୍ରବେଶ କରେ ଓ ଅଧିକ ପ୍ରବେଶ କଲେ କୋଷ ମଧ୍ୟକୁ ପ୍ରବେଶ କରେ । ଡାଇରେକ୍ଟ ହାର୍ନିଆ କେନାଲ ମଧ୍ୟରେ ପ୍ରବେଶ କରେ ନାହିଁ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ହାର୍ନିଆ ହୁଏ । ଅନେକ ହାର୍ନିଆ ଅପରେଶନ ଆବଶ୍ୟକ କରେ ।

ଫିମୋରାଲ ହାର୍ନିଆ[ସମ୍ପାଦନା]

ଏହା ଇଙ୍ଗୁଇନାଲ ଲିଗାମେଣ୍ଟ ତଳ ଭାଗରେ ହୁଏ । ଫିମୋରାଲ କେନାଲ ପଛ କାନ୍ଥରେ ଦୁର୍ବଳ ସ୍ଥାନୀୟ ଅଂଶ ଥିଲେ ସେହି ପଥ ଦେଇ ପେଟର କୌଣସି ଅଂଶ ପ୍ରବେଶ କରେ । ଏହି ହାର୍ନିଆ ପ୍ରାୟ ଗୋଲାକାର ଥାଏ ଓ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହି ହାର୍ନିଆରେ ସ୍ଟ୍ରାଙ୍ଗୁଲେସନ ବା ଚିପି ହୋଇଯିବା ଅଧିକ ଦେଖାଯାଏ ।

ନାଭି ହାର୍ନିଆ[ସମ୍ପାଦନା]

ଏହି ହାର୍ନିଆ ନାଭି ପଥ ଦେଇ ପ୍ରବେଶ କରେ । ମୋଟା ମଣିଷ ଓ ଗର୍ଭବତୀ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।

ଇନ୍‌ସିସନାଲ ହାର୍ନିଆ[ସମ୍ପାଦନା]

ପେଟ କଟା ହୋଇ ଅପରେଶନ ପରେ ଯଦି ଭଲ ଭାବରେ ରିପେୟାର କରା ନ ଯାଇଥାଏ ବା ଘାଆ ଭଲ ଭାବରେ ଶୁଖି ନ ଥାଏ ତାହାହେଲେ ଏହି ହାର୍ନିଆ ହେବା ସମ୍ଭାବନା ସୃଷ୍ଟି ହୁଏ ।

ଚିକିତ୍ସା[ସମ୍ପାଦନା]

Hernia repair being performed aboard the amphibious assault ship USS Bataan.

ଅନେକ ହାର୍ନିଆ ସ୍ଥାନଚ୍ୟୁତ ହୋଇ ଅଜାଗାରେ ଅଟକି ଯାଏ (Obstructed hernia) ଓ ଚିପି ହୋଇଯାଏ (Strangulated hernia) । ଏହା ନ ହେବା ନିମନ୍ତେ ଅପରେଶନ କରିଦିଆଯାଏ । କୋଳସନ୍ଧି ବା ଇଙ୍ଗୁଇନାଲ ସ୍ଥାନରେ ହାର୍ନିଆ ହେଲେ ଅପରେଶନ (Herniorrhaphy) କରେଇବା ଉଚିତ । ଏହି ସ୍ଥାନଟି ବାହାର କରି ହାର୍ନିଆ ଅଂଶଟିକୁ ତାର ନିଜ ସ୍ଥାନକୁ ଫେରେଇ ନେବା ପରେ ଦୁର୍ବଳ ସ୍ଥାନକୁ ମରାମତ (Repair) କରିଦିଆଯାଏ । ନାଭି ହାର୍ନିଆ ଓ ହାୟାଟସ୍ ହାର୍ନିଆ ନିମନ୍ତେ ଅପରେଶନ ଦରକାର ହୁଏ ନାହିଁ, ଆପେ ଆପେ ଔଷଧ ସାହାଯ୍ୟରେ ଭଲ ହୋଇଯାଏ[୬] । ଅଧୁନା ଅପରେଶନ ବଦଳରେ ଲାପାରୋସ୍କୋପିଦ୍ଵାରା (Laparoscopy or Minimal invasive surgery) ଅଳ୍ପ ସମୟରେ ଚିକିତ୍ସା କରାଯାଉଛି[୭] । ଅପରେଶନ ପରେ ପୁନର୍ବାର ହାର୍ନିଆ ନ ହେବା ନିମନ୍ତେ ସ୍ଵତନ୍ତ୍ର ବେଲ୍ଟ ଓ ଟ୍ରସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଅଧିକ ପରିଶ୍ରମ କରିବାକୁ ମନା କରାଯାଏ ।

ଜଟିଳତା[ସମ୍ପାଦନା]

  • ପ୍ରଦାହ
  • ସ୍ଵସ୍ଥାନ ଅପ୍ରତ୍ୟାବର୍ତ୍ତନ
  • ଅଟକ
  • ଚିପି ହୋଇଯିବା
  • ହାଇଡ୍ରୋସିଲ୍
  • ରକ୍ତସ୍ରାବ

ଆଧାର[ସମ୍ପାଦନା]

  1. hernia. CollinsDictionary.com. Collins English Dictionary - Complete & Unabridged 11th Edition. Retrieved December 01, 2012.
  2. "Hernia Causes". http://www.emedicinehealth.com/hernia/page2_em.htm. Retrieved 2010-05-24. 
  3. Desarda MP (2003). "Surgical physiology of inguinal hernia repair—a study of 200 cases". BMC Surg 3: 2. doi:10.1186/1471-2482-3-2. PMC 155644. PMID 12697071. 
  4. "Symptoms". http://www.mayoclinic.com/health/inguinal-hernia/DS00364/DSECTION=symptoms. Retrieved 2010-05-24. 
  5. Lee HK, Park SJ, Yi BH (2010). "Multidetector CT reveals diverse variety of abdominal hernias". Diagnostic Imaging 32 (5): 27–31. 
  6. http://www.nhs.uk/conditions/hernia/Pages/Introduction.aspx
  7. "Hernia Surgery". Hernia Symptoms. http://herniasymptoms.blogsavy.com/hernia-surgery/. Retrieved 11 October 2011.