ହରିଡ଼ା
| ହରିଡ଼ା | |
|---|---|
| A leafless T. Chebula tree | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| ବିଭାଗ: | Magnoliophyta |
| ବର୍ଗ: | Magnoliopsida |
| ଗଣ: | Myrtales |
| କୁଳ: | Combretaceae |
| ପ୍ରଜାତି: | Terminalia |
| ଜାତି: | T. chebula |
| ବାଇନୋମିଆଲ ନାଆଁ | |
| Terminalia chebula Retz. |
|
ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ସାତ ପ୍ରକାରର ହୋଇଥାଏ - ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ।
ବିଷୟସୂଚୀ |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
ଏହା ତିକ୍ତ, କଟୁ, ଅମ୍ଳ, ମଧୁର ଓ କଷାୟ ରସ, ଉଷ୍ଣବୀର୍ଯ୍ୟ, ମେଧାଜନକ, ରସାୟନ, ଚକ୍ଷୁ ହିତକର, ଆୟୁବୃଦ୍ଧିକର, ଅଗ୍ନୀଦୀପ୍ତକ ଓ ପାଚକ। ବାୟୁ, ଶୂଳ, ମଳବୃଦ୍ଧି, ଗୁଳ୍ମ, କାମଳ, ହୃଦୟରୋଗ, ବ୍ରଣ, କୁଷ୍ଠ, କୃମି, ଜ୍ବର, ଶୋଥ, ଯକୃତ, ପ୍ଳୀହା, କଣ୍ଡୁ, ଅଜୀର୍ଣ, ଦାନ୍ତମୂଳପୀଡ଼ା, ମୁତ୍ରକୃଚ୍ଛ୍ର, ଅଶ୍ମରୀ, ଉପଦଂଶ, ମସ୍ତକ, ଭ୍ରମ, କଫ, ପିତ୍ତ, ଓ ବାତ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।
ଅନ୍ୟାନ୍ୟ ଭାଷାରେ ନାମ [ସମ୍ପାଦନା]
ଓଡ଼ିଆରେ ହରିଡା,
ବଙ୍ଗଳାରେ ହରିତକି,
ହିଂଦିରେ ହର, ଛୋଟିହରଡ,
ତେଲୁଗୁରେ କରକଚେଟ୍ଟୁ, ଅପିଚେଟ୍ଟୁ ,
ସଂସ୍କୃତରେ ଶିବା, ଶ୍ରେୟସି, ହରିତକି, ପଥ୍ୟା, ଅବ୍ୟଥା ଓ ହେମବତୀ କୁହାଯାଏ।
ବ୍ୟବହାର [ସମ୍ପାଦନା]
ଏହାର ମଂଜିକୁ ବାହାର କରି ଏହାର ଔଷଧିୟ ବ୍ୟବହାର କରାଯାଏ। ଏହା ପେଟରୋଗପାଇଁ ଅତି ଗୁଣକାରୀ ହୋଇଥିବାରୁ କୁହାଯାଏ, ଯସ୍ୟମାତା ଗୃହେ ନାସ୍ତି ତସ୍ୟମାତା ହରିତକୀ - ଯା’ର ମା’ ଘରେ ନାହାନ୍ତି, ତା’ର ମା’ ହେଉଛି ହରିଡ଼ା। ଆଉ ମଧ୍ୟ କୁହାଯାଏ, କଦାଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ - ମା’ କେବେ କେମିତି ରାଗି ପାରନ୍ତି, କିନ୍ତୁ ହରିଡ଼ା ପେଟକୁ କେବେ କଷ୍ଟପ୍ରଦ ହୁଏନା।
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।
ସତର୍କତା [ସମ୍ପାଦନା]
ଦୁର୍ବଳ, କ୍ଷୀଣକାୟ, ଉପବାସୀ, ପିତ୍ତପ୍ରଧାନ ବ୍ୟକ୍ତି, ଗର୍ଭବତୀ, ପଥକ୍ଳାନ୍ତ ବ୍ୟକ୍ତି ଓ କ୍ଷୟରୋଗୀ ପକ୍ଷରେ ହରିଡା ସେବନ ନିଷିଦ୍ଧ।
ବାହାର ଆଧାର [ସମ୍ପାଦନା]
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।