ତ୍ରିଫଳା

ଉଇକିପିଡ଼ିଆ‌ରୁ
ଅଁଳା

ଆୟୁର୍ବେଦରେ[୧] ହରିଡ଼ା, ବାହାଡାଅଁଳାର ସମପରିମାଣର ମିଶ୍ରଣକୁ ତ୍ରିଫଳା କୁହାଯାଏ ।[୨] ମନ୍ଦାଗ୍ନୀ, କୋଷ୍ଠକାଠିନ୍ୟ, ଜ୍ୱର, ଚକ୍ଷୁ କର୍ଣ୍ଣାଦିର ବିକାର ନାଶକ, ମସ୍ତିସ୍କ ଶୀତଳକାରୀ ହିସାବରେ ଏହାର ବ୍ୟବହାର ହୋଇଥାଏ ।

ବ୍ୟବ‌ହାର[ସମ୍ପାଦନା]

ଅନେକ ବର୍ଷ ପୂର୍ବେ ଭାରତରେ ବୈଦ୍ୟମାନେ ବିଭିନ୍ନ ରୋଗ ନିରାକରଣ ପାଇଁ ତ୍ରିଫଳା ବ୍ୟବ‌ହାର କରୁଥିଲେ । ଏବେ ମଧ୍ୟ ଲୋକେ ବିଭିନ୍ନ ରୋଗର ଘରୋଇ ଚିକିତ୍ସା ଭାବେ ଏହାକୁ ବ୍ୟବ‌ହାର କରୁଛନ୍ତି । ହରିଡ଼ା, ବାହାଡ଼ାଅଁଳାର ଚୂର୍ଣ୍ଣରୁ ପ୍ରସ୍ତୁତ ତ୍ରିଫଳାକୁ ସାଧାରଣତଃ ଲୋକେ ପାଣି ସ‌ହ ସେବନ କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ନିୟମିତ ଏହି ଚୂର୍ଣ୍ଣକୁ ସେବନ କରିବା ଶରୀର ପାଇଁ ଉପକାରୀ ।[୩]

  • ଦୈନିକ ସକାଳୁ ୧ ଗ୍ଲାସ୍ ନଖ ଉଷୁମ ପାଣି ସ‌ହ ୧ ଚାମଚ ତ୍ରିଫଳା ଓ ଅଧ ଚାମଚ ମହୁ ମିଶାଇ ପିଇଲେ ଓଜନ ନିୟନ୍ତ୍ରିତ ହୋଇଥାଏ ।
  • ରାତିରେ ଶୋଇବାର ଘଣ୍ଟାକ ପୂର୍ବରୁ ୧ ଗ୍ଲାସ୍ ନଖ ଉଷୁମ କ୍ଷୀରରେ ୧ ଚାମଚ ତ୍ରିଫଳା ମିଶାଇ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।
  • ରାତିରେ ମାଟି ପାତ୍ରରେ ୨ କପ୍ ପାଣି ଓ ୧ ଚାମଚ ତ୍ରିଫଳା ଭିଜାଇ ରଖି ସକାଳୁ ଏହି ପାଣିକୁ ଛାଣି କରି ପିଇଲେ ଆଖିର ଜ୍ୟୋତି ବଢ଼େ ।
  • ଦୈନିକ ତ୍ରିଫଳା ଖାଇଲେ ରୋଗପ୍ରତିରୋଧକ ଶକ୍ତି ବଢ଼େ ।
  • କେରଳର ଆୟୁର୍ବେଦ ଚିକିତ୍ସକଙ୍କ ମତରେ ତ୍ରିଫଳାକୁ ପାଣିରେ ମିଶାଇ ପିଇଲେ ମୁଖରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
  • ମଧୁମେହ ରୋଗୀ ନିୟମିତ ତ୍ରିଫଳା ସେବନ କଲେ ସେମାନ‌ଙ୍କ ଶର୍କରା ନିୟନ୍ତ୍ରଣରେ ରହିଥାଏ ।
  • ପୂର୍ବକାଳରେ ବୈଦ୍ୟମାନେ କ୍ଷତ ସ୍ଥାନରେ ତ୍ରିଫଳା ମିଶ୍ରିତ ପାଣି ବାରମ୍ବାର ଲଗାଉଥିଲେ । ଏହାଦ୍ୱାରା କ୍ଷତ ଶୀଘ୍ର ଶୁଖିଯାଉଥିଲା ।
  • ତ୍ରିଫଳାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ କେଶ ଉପରେ ଭଲ ପ୍ରଭାବ ପକାଇଥାଏ । ନିୟମିତ ଏହାକୁ ଖାଇଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ ।
  • ଦାନ୍ତକୁ ନିୟମିତ ତ୍ରିଫଳା ଗୁଣ୍ଡରେ ସଫା କଲେ ଦାନ୍ତ ସଫା ହେବା ସ‌ହ ଦାନ୍ତ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆଧାର[ସମ୍ପାଦନା]

  1. Anne McIntyre (7 September 2005). Herbal treatment of children: Western and Ayurvedic perspectives. Elsevier Health Sciences. pp. 278–. ISBN 9780750651745. Retrieved 24 July 2010.
  2. Ayurvedic pharmacopoeia committee. The Ayurvedic Formulary of India, Part I, 2nd English ed. New Delhi: Controller of Publications; 2003
  3. "ତ୍ରିଫଳାର ଉପକାରିତା". ସମାଜ. Retrieved 2 September 2016.