ସ୍ୱତଃ‌ସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ

ଉଇକିପିଡ଼ିଆ‌ରୁ
Spontaneous bacterial peritonitis
Turbid peritoneal fluid withdrawn during a diagnostic paracentesis, which is consistent with SPB.[୧]
ବିଭାଗGastroenterology
ଲକ୍ଷଣMild to moderate diffuse abdominal pain, confusion, fever[୨][୩]
ବିପଦ କାରକLiver cirrhosis, peritoneal carcinomatosis, heart failure, pancreatitis, nephrotic syndrome[୩]
ରୋଗ ନିର୍ଣ୍ଣୟ ପଦ୍ଧତିParacentesis[୩]
ଔଷଧCeftriaxone, piperacillin/tazobactam, carbapenem[୩]
ଚିକିତ୍ସାAntibiotics, albumin[୩]
ପୁନଃପୌନିକ15% of people admitted to hospital due to cirrhosis[୩]
ମୃତ୍ୟୁ ସାନ୍ଦ୍ରତା30% at one month; 60% dead at a year[୩]

ସ୍ୱତଃ‌ସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ (Spontaneous bacterial peritonitis/ SBP ) ହେଉଛି ଉଦରରେ ଥିବା ଆସାଇଟିକ ତରଳ ପଦାର୍ଥର ବିନା ଉତ୍ସରେ ପରିବ୍ୟାପ୍ତ ଜୀବାଣୁ ସଂକ୍ରମଣ ।[୨] ଏହାର ଲକ୍ଷଣ ସାଧାରଣତଃ ବିସ୍ତାର ବା ସାମାନ୍ୟରୁ ମଧ୍ୟମ ଧରଣର ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ କରେ ଯାହା ସ୍ଥିର ରହେ ।[୨] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର କିମ୍ବା ଦ୍ୱନ୍ଦ୍ୱ ହୋଇପାରେ ।[୩] ଜଟିଳତା ମଧ୍ୟରେ ବୃକ୍‌କ ସମସ୍ୟା, ଯକୃତ ଜନିତ ସମସ୍ୟା ଏବଂ ପାକଅନ୍ତନଳୀରୁ ରକ୍ତସ୍ରାବ ହୋଇପାରେ ।[୪]

ସିରୋସିସ୍, ପେରିଟୋନିଅଲ କର୍କଟ, ହୃଦ୍‌ପାତ, ଅଗ୍ନାଶୟ ପ୍ରଦାହ ଏବଂ ନେଫ୍ରୋଟିକ୍ ସିଣ୍ଡ୍ରୋମ ରୋଗମାନ ଏହି ରୋଗ ସଙ୍କଟ ଆଣିପାରେ ।[୩] ସାଧାରଣତଃ ଇକୋଲାଇ ଭଳି ଗ୍ରାମ-ନକରାତ୍ମକ ଜୀବାଣୁ ଏଥିପାଇଁ ଦାୟୀ ହୁଅନ୍ତି ।[୩] ପାରାସେଣ୍ଟେସିସ କରି ରୋଗ ନିର୍ଣ୍ଣୟ କରାଯାଏ ଓ ପେରିଟୋନିଆଲ ତରଲ ପଦାର୍ଥ ନମୁନା ସଂଗ୍ରହ କରାଯାଏ ।[୩] ଏହି ତରଳ ପଦାର୍ଥରେ ଅତ୍ୟଧିକ ପରିମାଣର ନିଉଟ୍ରୋଫିଲ ଥିଲେ (> 250 ଜୀବକୋଷ/ µL) ରୋଗ ନିଶ୍ଚିତ ବୋଲି ଧରାଯାଏ ।[୪]

ଚିକିତ୍ସା ଜୀବାଣୁ କଲଚର ଫଳାଫଳକୁ ଅପେକ୍ଷା ନକରି ଆଣ୍ଟିବାୟୋଟିକ ଚିକିତ୍ସା ଆରମ୍ଭ କରାଯାଏ ।[୫] ସମ୍ପ୍ରଦାୟରେ ଯେଉଁମାନେ ସଂକ୍ରମଣର ବିକାଶ କରନ୍ତି, ତାଙ୍କୁ ସାଧାରଣତଃ ସେଫଟ୍ରାଇଆକ୍ସୋନ୍ ଦିଆଯାଏ; ଡାକ୍ତରଖାନାରେ ସଂକ୍ରମିତ ହୋଇଥିଲେ ପିପେରାସିଲିନ/ ଟାଜୋବ୍ୟାକ୍ଟମ ଦିଆଯାଏ ।[୩] ସାଧାରଣତଃ ଆଲବୁମିନ ଇନଫ୍ୟୁସନ ମଧ୍ୟ ଦିଆଯାଇପାରେ ।[୩] ଯେଉଁମାନଙ୍କର ସିରୋସିସ ରୋଗୀଙ୍କର ଉଦର ରକ୍ତସ୍ରାବ ହେଉଥିଲେ ଆଣ୍ଟିବାୟୋଟିକ ବ୍ୟବହାର କରି ଏହି ରୋଗକୁ ରୋକାଯାଇପାରେ ।[୩]

ସିରୋସିସ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୫% ଲୋକଙ୍କ ମଧ୍ୟରେ ଏହି ରୋଗ ଥାଇପାରେ ।[୩] ଏହାର ମୃତ୍ୟୁ ଆଶଙ୍କା ଅଧିକ, ଗୋଟିଏ ମାସରେ ୩୦% ମୃତ ଏବଂ ଏକ ବର୍ଷରେ ୬୦% ମୃତ ହୁଅନ୍ତି ।[୩] ଏହି ଅବସ୍ଥା ପ୍ରଥମେ ୧୯୬୪ ମସିହାର ହାରୋଲ୍ଡ ଓ କନ ବର୍ଣ୍ଣନା କରିଥିଲେ ।[୬] ଏହି ରୋଗ ସଙ୍କଟ ଥିବା ବ୍ୟକ୍ତିମାନଙ୍କର ମଧ୍ୟ ସ୍ୱତଃ‌ସ୍ଫୁର୍ତ୍ତ କବକ ପେରିଟୋନାଇଟିସ ( SFP ) ହୋଇପାରେ ।[୭]

ଆଧାର[ସମ୍ପାଦନା]

  1. Burleson, Samuel; Wang, Henry (8 March 2016). "Turbid Peritoneal Fluid". Western Journal of Emergency Medicine. 17 (2): 189–190. doi:10.5811/westjem.2016.1.29444. PMID 26973749.
  2. ୨.୦ ୨.୧ ୨.୨ "Spontaneous Bacterial Peritonitis (SBP) - Hepatic and Biliary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 21 November 2021. Retrieved 22 January 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ MacIntosh, T (1 March 2018). "Emergency Management of Spontaneous Bacterial Peritonitis - A Clinical Review". Cureus. 10 (3): e2253. doi:10.7759/cureus.2253. PMC 5929973. PMID 29721399.
  4. ୪.୦ ୪.୧ Fernández, J; Bauer, TM; Navasa, M; Rodés, J (December 2000). "Diagnosis, treatment and prevention of spontaneous bacterial peritonitis". Baillière's Best Practice & Research. Clinical Gastroenterology. 14 (6): 975–990. doi:10.1053/bega.2000.0142. PMID 11139350.
  5. Dever, JB; Sheikh, MY (June 2015). "Review article: spontaneous bacterial peritonitis--bacteriology, diagnosis, treatment, risk factors and prevention". Alimentary Pharmacology & Therapeutics (Review). 41 (11): 1116–31. doi:10.1111/apt.13172. PMID 25819304.
  6. Conn, Harold O.; Rodes, Juan; Navasa, Miguel (24 March 2000). Spontaneous Bacterial Peritonitis: The Disease, Pathogenesis and Treatment (in ଇଂରାଜୀ). CRC Press. ISBN 978-0-8247-4654-4. Archived from the original on 23 January 2022. Retrieved 22 January 2022.
  7. Shizuma, T (27 February 2018). "Spontaneous bacterial and fungal peritonitis in patients with liver cirrhosis: A literature review". World Journal of Hepatology. 10 (2): 254–266. doi:10.4254/wjh.v10.i2.254. PMC 5838444. PMID 29527261.{{cite journal}}: CS1 maint: unflagged free DOI (link)