ସ୍ଥାନାନ୍ତରିତ ମାଢ଼ି

ଉଇକିପିଡ଼ିଆ‌ରୁ
Dislocated jaw
Temporal mandibular joint (TMJ) dislocation, dislocated mandible
Sagittal section of the articulation of the mandible.
ବିଭାଗENT surgery
ଲକ୍ଷଣInability to close the mouth, problems speaking and chewing, pain in front of the ear[୧]
କାରଣPhysical injury, over opening the jaw, connective tissue disorders[୧]
ବିପଦ କାରକPrior loss of teeth[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, medical imaging[୧]
ସଠିକ ରୋଗ ନିର୍ଣ୍ଣୟMandible fracture, peritonsillar abscess, TMJ dysfunction, tetanus[୧]
ଔଷଧLocal anesthesia, procedural sedation, muscle relaxants[୧]
ଚିକିତ୍ସାReduction[୧]
PrognosisGenerally good[୧]
ପୁନଃପୌନିକ2.5 per 10,000 per year[୨]

ସ୍ଥାନାନ୍ତରିତ ମାଢ଼ି (ଇଂରାଜୀ ଭାଷାରେ dislocated jaw ବା Temporomandibular joint dislocation) କୁହାଯାଏ ଯେତେବେଳେ ମାଢ଼ି ହାଡ଼ର କଣ୍ଡାଇଲ ଟେମ୍ପୋରାଲ ଅସ୍ଥିଠାରୁ ବିସ୍ଥାପିତ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ପାଟି ବନ୍ଦ କରିବାରେ ଅକ୍ଷମତା, କଥା ହେବା ସମସ୍ୟା, ଚୋବେଇବା ସମସ୍ୟା ଏବଂ କାନ ସାମ୍ନାରେ ଯନ୍ତ୍ରଣା ଅନୁଭବ ହୋଇପାରେ ।[୧] ଉଭୟ ପାର୍ଶ୍ୱର ଗଣ୍ଠି, ଗୋଟିଏ ପାର୍ଶ୍ୱ ଅପେକ୍ଷା ଅଧିକ ପ୍ରଭାବିତ ହୁଏ ।[୧] ଏହା ସ‌ହିତ ଅସ୍ଥି ଭଗ୍ନ, ବାହ୍ୟ ଶ୍ରବଣ ନଳୀରେ ଆଘାତ, ଏବଂ କ୍ରାନିଆଲ୍ ସ୍ନାୟୁ ଆଘାତପ୍ରାପ୍ତ ହୋଇ ଜଟିଳ ହୋଇପାରେ ।[୧]

ଏହାର କାରଣ ମଧ୍ୟରେ ଶାରୀରିକ ଆଘାତ, ଅତ୍ୟଧିକ ହାଇ ମାରିବା ସମୟରେ ପାଟି ଅତ୍ୟଧିକ ଖୋଲିବା ଏବଂ କନେକ୍ଟିଭ୍ ତନ୍ତୁ ବ୍ୟାଧି ଭଳି ଅନ୍ତର୍ନିହିତ ଗଠନ ଜନିତ ସମସ୍ୟା ହେତୁ ହୋଇପାରେ ।[୧] ଦାନ୍ତହାନୀ ଏହାର ବିପଦ କାରଣ ହୋଇପାରେ ।[୧] ରୋଗ ନିର୍ଣ୍ଣୟ ପ୍ରାୟତଃ ଲକ୍ଷଣ ଉପରେ ଆଧାରିତ, ଯଦିଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ ।[୧] ଏହାର ବିବିଧ ପ୍ରକାର ସନ୍ଧିଚ୍ୟୁତ ମଧ୍ୟରେ ଅଗ୍ରବର୍ତ୍ତୀ, ପଶ୍ଚାତ୍‌ବର୍ତ୍ତୀ, ଉର୍ଦ୍ଧ୍ୱସ୍ଥ, ବାହ୍ୟ ପାର୍ଶ୍ୱସ୍ଥ ହୋଇପାରେ ।[୧]

ସାଧାରଣତଃ ଏହା 'ବନ୍ଦ ପୁନଃସ୍ଥାପନ' ସହିତ ଚିକିତ୍ସା କରାଯାଇପାରେ ।[୧] ଏହା ହୁଏତ ସ୍ଥାନୀୟ ନିଶ୍ଚେତକ, ପ୍ରଶାନ୍ତିକରଣ କିମ୍ବା ମାଂସପେଶୀ ଆରାମ ଆବଶ୍ୟକ କରିପାରନ୍ତି | [୧] ଗଣ୍ଠି ପୁନସ୍ଥାପନ ନିମନ୍ତ ତଳ ମୋଲାର ଦାନ୍ତ ଉପରେ ବୁଢ଼ା ଅଙ୍ଗୁଳିଦ୍ୱାରା ନିମ୍ନ ଚାପ ପ୍ରୟୋଗ କରି ହାତଦ୍ୱାରା ପଛକୁ ଠେଲି ଦିଆଯାଏ ।[୧] ଯଦି ସ୍ଥାନାନ୍ତର ଦୀର୍ଘ ଦିନ ଧରି ରହିଆସିଛି, ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୧] ବାରମ୍ବାର ସମସ୍ୟା ହେଲେ ବିଶେଷଜ୍ଞ ସାହାଯ୍ୟରେ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକ୍ସନ ଦିଆଯାଇପାରେ ।[୧]

ସ୍ଥାନାନ୍ତରିତ ମାଢ଼ି ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପାଇଁ ପ୍ରାୟ ୨ରୁ ୩ ଜଣଙ୍କୁ ଏବଂ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୫%କୁ ପ୍ରଭାବିତ କରିଥାଏ ।[୨] ଖ୍ରୀ:ପୂ: ୧୫୦୦ରୁ ଗଣ୍ଠି ପୁନଃସ୍ଥାପନ ପ୍ରଣାଳୀ ବିଦ୍ୟମାନ ଥିବା ଲିପିବଦ୍ଧ ହୋଇଛି।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Hillam, J; Isom, B (January 2022). "Mandible Dislocation". PMID 31747216. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Gottlieb, M; Long, B (13 July 2022). "Managing Temporomandibular Joint Dislocations". Annals of emergency medicine. doi:10.1016/j.annemergmed.2022.05.031. PMID 35842342.