ସର୍ଡେକ୍ସମିଥାଇଲଫେନିଡେଟ/ଡେକ୍ସମିଥାଇଲଫେନିଡେଟ

ଉଇକିପିଡ଼ିଆ‌ରୁ
<span title="International nonproprietary name (INN): <nowiki>Mr. Ibrahem/Serdexmethylphenidate/dexmethylphenidate</nowiki>">ଶ୍ରୀ ଇବ୍ରାହେମ୍ / ସର୍ଡେକ୍ସମେଥାଇଲଫେନିଡେଟ୍ / ଡେକ୍ସମେଥାଇଲଫେନିଡେଟ୍ |
</img>
</img>
ର ମିଶ୍ରଣ |
ସର୍ଡେକ୍ସମେଥାଇଲଫେନିଡେଟ୍ | ଡେକ୍ସମେଥାଇଲଫେନିଡେଟର ପ୍ରଡ୍ରଗ୍ |
ଡେକ୍ସମେଥାଇଲଫେନିଡେଟ୍ | କ୍ୟାଟେକୋଲାମାଇନ୍ ରିଅପଟେକ୍ ଇନହିବିଟର |
କ୍ଲିନିକାଲ୍ ତଥ୍ୟ |
ବାଣିଜ୍ୟ ନାମ ଆଜଷ୍ଟାରିସ୍ |
ଅନ୍ୟ ନାମଗୁଡିକ | KP415
AHFS / Drugs.com ମନୋଗ୍ରାଫ୍
ଲାଇସେନ୍ସ ତଥ୍ୟ

ସର୍ଡେକ୍ସମିଥାଇଲଫେନିଡେଟ/ଡେକ୍ସମିଥାଇଲଫେନିଡେଟ (ଇଂରାଜୀ ଭାଷାରେ Serdexmethylphenidate/dexmethylphenidate), ଆଜଷ୍ଟାରିସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଧ୍ୟାନ ଅଭାବ ହାଇପରଆକ୍ଟିଭିଟି ବ୍ୟାଧିର (ADHD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଅତିକମରେ ଛଅ ବର୍ଷ ବୟସ୍କ ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଶୋଇବାରେ ଅସୁବିଧା, ଅଇ, ପେଟ ଯନ୍ତ୍ରଣା, ଉଦ୍‌ବେଗ, ବିରକ୍ତି ଭାବ, ଦ୍ରୁତ ହୃତ୍‌ସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ, ପ୍ରାୟାପିଜ୍ମ, ରେନଡ଼, ଏବଂ ହୃଦଘାତ ହୋଇପାରେ ।[୧] ଏହାର ଅପବ୍ୟବହାର ହେବାର ଆଶଙ୍କା ଅଧିକ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୧] ଏଥିରେ ସର୍ଡେକ୍ସମିଥାଇଲଫେନିଡେଟ ଏବଂ ଡେକ୍ସମିଥାଇଲଫେନିଡେଟ ଥାଏ, ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉତ୍ତେଜକ ଭାବରେ କାର୍ଯ୍ୟ କରିଥାଏ ।[୧]

ଏହି ମିଶ୍ରଣକୁ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇ ନାହିଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୩] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ନିୟନ୍ତ୍ରିତ ପଦାର୍ଥ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Azstarys- serdexmethylphenidate and dexmethylphenidate capsule". DailyMed. Archived from the original on 13 July 2021. Retrieved 13 July 2021.
  2. "Serdexmethylphenidate + dexmethylphenidate". SPS - Specialist Pharmacy Service. 30 November 2018. Retrieved 31 October 2022.{{cite web}}: CS1 maint: url-status (link)
  3. "Azstarys". Archived from the original on 31 October 2022. Retrieved 31 October 2022.