ସମିତ ଭଞ୍ଜ

ଉଇକିପିଡ଼ିଆ‌ରୁ
ସମିତ ଭଞ୍ଜ‌
ଜନ୍ମ(1944-01-02)୨ ଜାନୁଆରୀ ୧୯୪୪


[୧]
ତମଲୁକ, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୨୪ ଜୁଲାଇ ୨୦୦୩(2003-07-24) (ବୟସ ୫୯)[୧]
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ନିର୍ଦ୍ଦେଶକ
ବୈବାହିକ-ସାଥୀରଞ୍ଜା ଭଞ୍ଜ

ସମିତ ଭଞ୍ଜ (ବଙ୍ଗଳା: শমিত ভঞ্জ; ୨ ଜାନୁଆରୀ ୧୯୪୪ - ୨୪ ଜୁଲାଇ ୨୦୦୩) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଥିଲେ, ଯିଏକି ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ଜନ୍ମ[ସମ୍ପାଦନା]

ସମିତ ୧୯୪୪ ମସିହାର ଜାନୁଆରୀ ୨ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ତମଲୁକଠାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ସେ ସାବିତବ୍ରତ ଦତ୍ତଙ୍କ ଥିଏଟର ଗ୍ରୁପ୍ ରୁପକାରରେ ଯୋଗ ଦେଇଥିଲେ ଏବଂ ୧୯୬୦ ଦଶକ ପୂର୍ବରୁ ଅନେକ ନାଟକରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ସେ ବାଲାଇ ସେନଙ୍କ ବଙ୍ଗଳା ଚଳଚ୍ଚିତ୍ର ସୁରେର ଅଗୁନ ଜରିଆରେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଜୟା ଭାଦୁରୀଙ୍କ ନାୟକ ନବୀନ ଭୂମିକାରେ ସେ ଗୁଡ୍ଡି ନାମକ ଏକ ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ସେ ମଞ୍ଚ ନାଟଖ ଓ ଯାତ୍ରା ଆଦିରେ ଅଭିନୟ କରୁଥିଲେ ।

ଉଲ୍ଲେଖନୀୟ କଥାଚିତ୍ର[ସମ୍ପାଦନା]

  • ହାଟେ ବାଜାରେ (୧୯୬୭)
  • ଆପନଜନ (୧୯୬୮)
  • ପରିଣୀତା (୧୯୬୯)
  • ନତୁନ ପାତା (୧୯୬୯)
  • ବନଜ୍ୟୋତ୍ସ୍ନା (୧୯୬୯)
  • ଅରଣ୍ୟେର ଦିନରାତ୍ରି (୧୯୭୦)
  • ଗୁଡ୍ଡି (୧୯୭୧)
  • ଯବନ (୧୯୭୨)
  • ଆଜକେର ନାୟକ (୧୯୭୨)
  • ଫୁଲେଶ୍ୱରୀ (୧୯୭୪)
  • ଅସତୀ (୧୯୭୪)
  • ମୃଗୟା (୧୯୭୬)
  • ଦତ୍ତା (୧୯୭୬)
  • କବିତା (୧୯୭୭)
  • ସ୍ଟ୍ରାଇକାର (୧୯୭୮)
  • ଗଣଦେବତା (୧୯୭୯)
  • ଦାଦାର କୀର୍ତି (୧୯୮୦)
  • ଶହର ଥେକେ ଦୂରେ (୧୯୮୧)
  • ଆବାର ଅରଣ୍ୟେ (୨୦୦୩)

ମୃତ୍ୟୁ[ସମ୍ପାଦନା]

୨୦୦୩ ମସିହାର ଜୁଲାଇ ୨୪ ତାରିଖରେ କଲିକତାରେ ସେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "বাংলা সিনেমার আপনজন শমিত ভঞ্জ". anandabazar.com (in Bengali). 2018-04-07. Retrieved 2021-01-03.
  2. "বাংলার সিনেমার অরিজিনাল 'আধুনিক নায়ক' শমিত ভঞ্জ". Drishtibhongi দৃষ্টিভঙ্গি (in ବ୍ରିଟିଶ୍‌ ଇଂରାଜୀ). 2020-07-23. Retrieved 2021-01-03.
  3. "অরণ্যের দিনরাত্রির হরি ছিলেন তমলুকের 'আপনজন'". anandabazar.com (in Bengali). Retrieved 2021-01-03.

ବାହାର ଆଧାର[ସମ୍ପାଦନା]