ସତ୍ୟମେବ ଜୟତେ
ଉଇକିପିଡ଼ିଆ ରୁ
"ସତ୍ୟମେବ ଜୟତେ" (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: "ସତର ସଦା ଜୟ ହୁଏ") ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର ।[୧] ଭାରତର ସ୍ଵାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା ।[୨] ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଅଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ. ୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀ ଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ[୨] ଥିବା ମୂଳ ମନ୍ତ୍ରଟି ହେଲା:
ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥
ଅର୍ଥ:
ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଅଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।[୩]
[ଏହାକୁ ବଦଳାନ୍ତୁ] ଆଧାର
- ↑ http://timesofindia.indiatimes.com/entertainment/music/news-and-interviews/Hindus-laud-Mick-Jagger-for-singing-in-Sanskrit/articleshow/9580267.cms
- ↑ ୨.୦ ୨.୧ Department related parliamentary standing committee on home affairs (2005-08-25). One hundred and sixteenth report on the state emblem of India (Prohibition of improper use) Bill, 2004. New Delhi: Rajya Sabha Secretariat, New Delhi. p. 6.11.1. http://164.100.47.5/book2/reports/home_aff/116threport.htm. Retrieved 2008-09-26
- ↑ Swami Krishnananda. "The Mundaka Upanishad:Third Mundaka, First Khanda". http://www.swami-krishnananda.org/mundak/mun_3-1.html.