ଶୃତି ମହାପାତ୍ର

ଉଇକିପିଡ଼ିଆ‌ରୁ
(ଶ୍ରୁତି ମହାପାତ୍ରରୁ ଲେଉଟି ଆସିଛି)
2022

ଶ୍ରୁତି ମହାପାତ୍ର (ଜନ୍ମ: ୨୯ ସେପ୍ଟେମ୍ବର ୧୯୬୩) ଜଣେ ଭାରତୀୟ ସମାଜସେବୀ । ସେ ଶାରିରୀକ ବିକଳାଙ୍ଗ ଥିବା ବ୍ୟକ୍ତିଙ୍କ ଅଧିକାର ଓ ଅନ୍ତର୍ନିହିତ ଗୁଣର ବିକାଶ ଦିଗରେ କାର୍ଯ୍ୟକରନ୍ତି ଓ ଏହି କାର୍ଯ୍ୟ ପାଇଁ "ସ୍ୱାଭିମାନ" ନାମକ ଏକ ଅଣଲାଭକାରୀ ସଂଗଠନ ଆରମ୍ଭ କରିଥିଲେ ।[୧] ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୧ରେ ଭାରତ ସରକାରଙ୍କ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ତାଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ଶ୍ରୁତି ମହାପାତ୍ର ଓଡ଼ିଶାର କଟକଠାରେ ୧୯୬୩ ସେପ୍ଟେମ୍ବର ୨୯ରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା[ସମ୍ପାଦନା]

୧୯୭୮ରେ ସେ ସ୍ୱର୍ଣ୍ଣପଦକ ସହ ବିଜ୍ଞାନରେ ସ୍ନାତକୋତ୍ତର (ଏମଏସସି) ପାସ କରିଥିଲେ । ପରେ ସେ ଡେଭଲପମେଣ୍ଟାଲ‌ ବାୟୋଲୋଜିରେ ଡକ୍ଟରେଟ କରିଥିଲେ । ୧୯୮୪ ମସିହାରେ ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗଦାନ ଦେବାର ଅଳ୍ପ ଦିନ ପୂର୍ବରୁ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ ହୋଇଯାଇଥିଲା । ଏହା ଫଳରେ ତାଙ୍କୁ ଚାକିରୀରେ ଯୋଗଦେବା ପାଇଁ ସରକାର ମନା କରିଥିଲେ ।

ବୃତ୍ତି[ସମ୍ପାଦନା]

୧୯୮୭ରୁ ୧୯୯୬ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଫଳସ୍ୱରୂପ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହେବା ସହ ବିଭିନ୍ନ ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ।

"ସ୍ୱାଭିମାନ" ଅନୁଷ୍ଠାନର ସ୍ଥାପନା[ସମ୍ପାଦନା]

ସେ ୨୦୦୧ରେ ସ୍ୱାଭିମାନ ନାମକ ଏକ ଅଣଲାଭକାରୀ ଅନୁଷ୍ଠାନର ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ଓଡ଼ିଶା ତଥା ଭାରତରେ ଶାରିରୀକ ବିକଳାଙ୍ଗତା ଥିବା ବ୍ୟକ୍ତିମାନଙ୍କ ଅଧିକାର ଓ ବିଭିନ୍ନ ଗୁଣର ବିକାଶ ନିମନ୍ତେ କାର୍ଯ୍ୟ କରେ । ସେ ଏହା ମାଧ୍ୟମରେ ୧୫ ବର୍ଷ ଧରି ଛୋଟ ଛୋଟ ଶାରିରୀକ ବିକଳାଙ୍ଗତା ଥିବା ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ "ଅଞ୍ଜଳି" ନାମକ ଏକ କାଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀ ପୁରସ୍କାର ପାଇଥିଲେ । ୧୯୮୦, ୧୯୮୧ ଏବଂ ୧୯୮୨ ମସିହାରେ ତିନିଥର ସେ ରାଷ୍ଟ୍ରୀୟ ଡିବେଟ‌ ଚାମ୍ପିୟନ‌ ହୋଇଥିଲେ । ୧୯୮୪ ମସିହାରେ ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେ ୧୯୯୨ ମସିହାରେ ରାଷ୍ଟ୍ରୀୟ ଯୁବ ବୈଜ୍ଞାନିକ ପୁରସ୍କାର, ୧୯୯୫ରେ "ଓମେନ‌ ଅଫ ଦ ଇୟର‌ ଆଓ୍ବାର୍ଡ", ୨୦୦୧ରେ ରେଡ କ୍ରସ‌ ଆଓ୍ବାର୍ଡ, ୨୦୧୦ରେ ସିଏନଏନ‌ - ଆଇବିଏନ‌ ରିୟଲ‌ ହିରୋ ସମ୍ମାନ,[୪] ଏବଂ ୨୦୨୧ରେ ଭାରତ ସରକାରଙ୍କ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ ।[୨]

ଆଧାର[ସମ୍ପାଦନା]

  1. "Sruti Mohapatra Gives The Disabled Opportunities She Never Had". Outlook India (in English). 2022-02-05. Retrieved 2022-03-09.{{cite web}}: CS1 maint: unrecognized language (link)
  2. ୨.୦ ୨.୧ "ଶ୍ରୁତି ମହାପାତ୍ରଙ୍କୁ ୨୦୨୧ ନାରୀ ଶକ୍ତି ପୁରସ୍କାର". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 8 March 2022.
  3. https://www.telegraphindia.com/1161119/jsp/odisha/story_120036.jsp#.WM43BdKGNR0. {{cite web}}: External link in |last= (help); Missing or empty |title= (help); Missing or empty |url= (help)CS1 maint: numeric names: authors list (link)
  4. "ଆର୍କାଇଭ୍ କପି". Archived from the original on 2017-03-28. Retrieved 2017-03-19. {{cite web}}: Cite has empty unknown parameter: |1= (help)