ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଶ୍ରୀ ଜଗନ୍ନାଥ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକକ୍ରାନ୍ତି କୁମାର
ଚିତ୍ରନାଟ୍ୟବିଜୟ ମିଶ୍ର
କଳାକାରଚକ୍ରପାଣୀ
ଝରଣା ଦାସ
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ପୀର ମିଶ୍ର
ମାମିନା
ମୁନିଶ୍ରୀ
ନିତ୍ୟାନନ୍ଦ ମିଶ୍ର
କେଦାର ଗୁରୁ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଟି.ଏଚ୍. ରାମାରାଓ
ମୁକ୍ତିଲାଭ ତାରିଖ
୧୪ ସେପ୍ଟେମ୍ବର ୧୯୭୯
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀ ଜଗନ୍ନାଥ, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରାନ୍ତି କୁମାର । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ଭାସ୍କର କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଚକ୍ରପାଣୀ, ଝରଣା ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ପୀର ମିଶ୍ର, ମାମିନା, ମୁନିଶ୍ରୀ, ନିତ୍ୟାନନ୍ଦ ମିଶ୍ର, କେଦାର ଗୁରୁ, ବିରେନ୍ଦ୍ର ମହାନ୍ତି, ଧୀରେନ ଦାସ, ସରୋଜ ଦାସ, ଲୁନା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଏହି କଥାଚିତ୍ରଟି ନୀଳକନ୍ଦରରେ ନୀଳମାଧବଙ୍କୁ ଠାବ କରିବା, ଲଳିତା ସ‌ହ ବିଦ୍ୟାପତିଙ୍କର ଭେଟ, ବିଶ୍ୱାବସୁଙ୍କଦ୍ୱାରା ବିଦ୍ୟାପତିଙ୍କର ନୀଳମାଧବ ଦର୍ଶନ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଆଦି ବିଷୟକୁ ନେଇ ନିର୍ମିତ ହୋଇଥିଲା ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତିବିନୋଦିନୀ ଦେବୀ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର[ସମ୍ପାଦନା]