ଶାହରୁଖ୍ ଖାନ୍

From Wikipedia

ସପରିବାରେ ଶାହରୁଖ୍ ଖାନ୍

ଶାହରୁଖ୍ ଖାନ୍ - ଭାରତର ମୁମ୍ବାଇ ଫିଲ୍ମ୍ ଜଗତର ଜଣେ ସର୍ବଶ୍ରେଷ୍ଠ କଳାକାର ତଥା ବିଶ୍ବର ଜଣେ ନାମକରା ଅଭିନେତା । ସାଧାରଣତଃ King Khan, King of Bollywood, SRK ତଥା "ବଲିଉଡ୍ ବାଦଶାହ୍" ଭାବରେ ଜଣାଶୁଣା ଏହି ମହାନ୍ ଅଭିନେତା ଜଣକ ଭାରତର ଚଳଚ୍ଚିତ୍ର ଜଗତକୁ ସମଗ୍ର ପୃଥିବୀରେ ପ୍ରସିଦ୍ଧ କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ୧୯୯୨ ମସିହାରେ "ଦିବାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଖାନ୍ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହରୁଖ୍ ୧୩ଟି ଫିଲ୍ମ୍-ଫେଯାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୭ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି । ଖାନ୍ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ ଡର୍, ବାଜିଗର୍, ଅନ୍ଜାମ୍, ରାଜୁ ବନ୍ ଗଯା ଜେନ୍ଟଲ୍-ମାନ୍, କରନ୍-ଅର୍ଜୁନ୍, କୋଇଲା, ପରଦେଶ୍, ଦିଲ୍ ତୋ ପାଗଲ୍ ହୈ, ବାଦଶାହ୍, ହେ ରାମ୍, ଦିଲ୍ବାଲେ ଦୁଲ୍ହନିଆ ଲେ ଜାଏନ୍ଗେ, କୁଛ୍ କୁଛ୍ ହୋତା ହେ, ଦେବଦାସ୍, ମହୋବ୍ବତେ, ଅଶୋକା, କଲ୍ ହୋ ନା ହୋ, ମୈ ହୁଁ ନା, ବୀର୍-ଜାରା, ସ୍ବଦେଶ୍, ପହେଲି, କଭି ଅଲ୍ଭିଦା ନା କହ୍ ନା, ଡନ୍, ଚକ୍ ଦେ ଇନ୍ଡିଆ, ଓଁ ଶାନ୍ତି ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଖାନ୍ ଭାରତର ଅପ୍ରତିଦ୍ବନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ବୀକାର କରିଛନ୍ତି । ସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କୁ ଫ୍ରନ୍ସ୍, ମାଲୟସିଆ, ଦକ୍ଷିଣ କୋରିଆ ତଥା ବିଶ୍ବର ବିଭିନ୍ନ ଦେଶ ସମ୍ମାନ ଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ବଳ କରିଛନ୍ତି । ଲନ୍ଡନର ପ୍ରସିଦ୍ଧ ମାଡାମ୍ ଟୁସାଡ୍ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି। ବିଶ୍ବ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବିଶ୍ବସନୀୟ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନ୍ବୁଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି। ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାନ୍। ତାଙ୍କର ଆର୍ଯନ୍ ଆଉ ଶୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି। ଶାହରୁଖ୍ ଖାନ୍ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ thrills ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ ଭାବରେ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି । ଭାରତ ତଥା ସମଗ୍ର ବିଶ୍ବର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ଶାହରୁଖ୍ ଖାନ୍ଙ୍କୁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ବରେ ସାମିଲ୍ ହୋଇଛନ୍ତି ।