ଶମୀ
ଉଇକିପିଡ଼ିଆ ରୁ
| ଶମୀ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Rosids |
| ଗଣ: | Fabales |
| କୁଳ: | Fabaceae |
| ପ୍ରଜାତି: | Prosopis |
| ଜାତି: | P. cineraria |
| ବାଇନୋମିଆଲ ନାଆଁ | |
| Prosopis cineraria (L.) Druce |
|
| Synonyms | |
|
Adenanthera aculeata Roxb.[୧] |
|
ଶମୀ ବା ଶର୍ମୀ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଛୋଟ ଓ ବଡ଼ ଭେଦରେ ଏହା ଦୁଇପ୍ରକାରର। ଉଭୟ ଜାତିର ଗୁଣ ସମାନ। ବାବୁଲା ଗଛ ପରି ଏହା କଣ୍ଟାଯୁକ୍ତ ଗଛ। ଏ ଗଛ ଭାରତର ଗଡ଼ଜାତ ଅଞ୍ଚଳରେ ଦେଖାଯାଏ। ଅନ୍ୟତ୍ର ଏହା କ୍ୱଚିତ୍ ଦେଖିବାକୁ ମିଳେ।
ବିଷୟସୂଚୀ |
ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଶମୀ, ଶର୍ମୀ |
| ସଂସ୍କୃତ | ଶମୀ, ଶକ୍ତୁଫଳା, ଲକ୍ଷ୍ମୀ, ମଙ୍ଗଲ୍ୟା, ତୁଙ୍ଗା, ଶିବାଫଳା, କେଶହନ୍ତ୍ରୀ ଓ ଶମୀର |
| ହିନ୍ଦୀ | ଶମୀ, ଶର୍ମୀ, ଚିକୁର, ଛେକର, ସଫେକିଫିକର, ଖେଜଡି खेजड़ी |
| ତେଲୁଗୁ | ଶମୀ శమీ |
| ବଙ୍ଗଳା | ଶାଇଁ শাইঁ |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
କଟୁ ମିଶ୍ରିତ କଷାୟ ରସ। ରୁକ୍ଷ, ଲଘୁପାକ, ଶୀତଳ, କଫ, କାଶ, ଶ୍ୱାସ, ଅର୍ଶ, ଅତିସାର, ରକ୍ତପିତ୍ତ ଓ କୁଷ୍ଠ ରୋଗର ନାଶକ। ମାତ୍ରା ଚାରିଅଣାରୁ ଆଠ ଅଣା।
ବ୍ୟବହାର [ସମ୍ପାଦନା]
ଔଷଧୀୟ [ସମ୍ପାଦନା]
ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
- ଚର୍ମରୋଗରେ ଏହାର ପତ୍ର ରସ ସହିତ ଗୁଗ୍ଗୁଳ ମିଶାଇ ସେବନ କରାଯାଏ।
- ପିତ୍ତଜ କଫ ଓ କାଶରେ ଏହା ପିପ୍ପଳୀଚୂର୍ଣ୍ଣ ସହିତ ପ୍ରୟୋଗ କରାଯାଏ।
- ପ୍ରମେହ ଆଦିରେ ଏହାର ଛେଲିର ରସକୁ ମିଶ୍ରି ସହିତ ସେବନ କଲେ ଲାଭ ମିଳେ।
- ପେଟ ଗୋଳମାଳ ଓ ଝାଡ଼ା ଆଦିରେ ଏହାର ରସକୁ ମହୁସହିତ ସେବନ କରାଯାଏ। ପେଟବ୍ୟଥାରେ ଏହାର ପତ୍ରରସରେ ମହୁ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।
- ଧାତୁ ବୃଦ୍ଧି ଓ ଶୁଦ୍ଧି ପାଇଁ ଏହା ଛେଲିକୁ ବାଟି ଗାଈଲହୁଣୀ ଓ ମିଶ୍ରି ସହିତ ସେବନ କରାଯାଏ।
- ଏହାର ଛେଲିକୁ ଜଳରେ ସିଝାଇ କ୍ଷତକୁ ଧୋଇଲେ ତାହା ଶୁଖିଯାଏ।
- ଚର୍ମରୋଗରେ ଏହାର ଛେଲିକୁ ଏହାର ପତ୍ରରସ ସହତି ବାଟି ସେବନ କରାଯାଏ।
- କାଶ, ଶ୍ୱାସ ଓ ପୁରାତନ ଜ୍ୱରରେ ଏହାର ଛେଲି ସିଝା ପାଣିକୁ ମହୁ ସହିତ ସେବନ କରାଯାଏ। ଏହାଦ୍ୱାରା ଦେହରୁ ଆଳସ୍ୟ ନିବାରିତ ହୁଏ।
ଅନ୍ୟାନ୍ୟ [ସମ୍ପାଦନା]
- ଅନାବଶ୍ୟକ କେଶ ଦୂର କରିବାପାଇଁ ଶମୀ ଗଛର କଞ୍ଚା ଫଳକୁ ବାଟି ପ୍ରୟୋଗ କରାଯାଏ।
ଆଧାର [ସମ୍ପାଦନା]
- ↑ ୧.୦ ୧.୧ "Prosopis cineraria (L.) Druce". Catalogue of Life. Integrated Taxonomic Information System and Species2000. 2012-03-15. http://www.catalogueoflife.org/details/species/id/583159. Retrieved 2012-03-21.
- ↑ "Prosopis cineraria (L.) Druce". Germplasm Resources Information Network. United States Department of Agriculture. 2006-01-27. http://www.ars-grin.gov/cgi-bin/npgs/html/taxon.pl?29749. Retrieved 2009-12-31.
ବାହାର ଆଧାର [ସମ୍ପାଦନା]
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।