ଲିପିଡ ଇମଲସନ

ଉଇକିପିଡ଼ିଆ‌ରୁ
ଲିପିଡ ଇମଲସନ
A lipid emulsion (Intralipid) 20%
Clinical data
Trade namesIntralipid, Nutrilipid, others
SynonymsFat emulsion, lipid emulsion therapy, lipid resuscitation therapy
AHFS/Drugs.comFDA Professional Drug Information

ଲିପିଡ ଇମଲସନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଇଣ୍ଟ୍ରାଲିପିଡ୍, ଏକ ତୈକ ଭିତ୍ତିକ ଦ୍ରବଣ ଯାହା ଶିରାଭ୍ୟନ୍ତର ବ୍ୟବହାର ପାଇଁ ଦିଆଯାଏ । [୧] ସେଗୁଡିକ ପାରମ୍ପାରିକ ଭାବରେ ଶିରାଭ୍ୟନ୍ତର ତରଳ ପଦାର୍ଥର ଅଂଶ ଭାବରେ ବ୍ୟବହୃତ ହୁଏ । [୧] ସେଗୁଡିକ ସ୍ଥାନୀୟ ନିଶ୍ଚେତକ, ବିଟା-ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍, ଅର୍ଗାନୋଫସଫେଟ୍ ଏବଂ ଆଣ୍ଟିସାଇକୋଟିକ୍ ସହିତ ଅନେକ ବିଷାକ୍ତ ପଦାର୍ଥର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୁଏ । [୨] [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ବହୁତ ଅଳ୍ପ, ଯଦିଓ ଆଲର୍ଜି, ପାନକ୍ରିଆଟାଇଟିସ୍ ଏବଂ ବୟସ୍କଙ୍କ ଶ୍ୱାସକ୍ରିୟାରେ ଅସୁବିଧା ସିଣ୍ଡ୍ରୋମ ହୋଇପାରେ ।[୨] ଏହାର ବ୍ୟବହାର ଯୋଗୁ କବକ ସଂକ୍ରମଣ ହୋଇ ଜଟିଳ ହୋଇପାରେ ।[୧] ବିଷକ୍ରିୟାରେ ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। [୨]

୧୯୬୧ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଲିପିଡ ଏମଲସନ ଉପଲବ୍ଧ ହେଲା। [୩] [୧] ଏହା ବିଷକ୍ରିୟାରେ ଚିକିତ୍ସା ପାଇଁ ବ୍ୟବହାର ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ବିଭିନ୍ନ ଉତ୍ସରୁ ବିଭିନ୍ନ ସଂସ୍କରଣ ପ୍ରସ୍ତୁତ କରାଯାଏ । [୨] ସାଧାରଣ ଉତ୍ସରେ ସୋୟା ବିନ୍, ନଡିଆ, ଅଲିଭ୍, ଅଣ୍ଡା ଏବଂ ମାଛ ଅନ୍ତର୍ଭୁକ୍ତ ହୋଇଥାଏ ।[୨] [୪] ୨୦୨୧ ସୁଦ୍ଧା ୨୫୦ ମିଲିମିଟର ୨୦% ଇମଲସନ ପାଇଁ ପ୍ରାୟ ୪୭ ଡଲାର ଖର୍ଚ୍ଚ ହୋଇଥାଏ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Spray, JW (2016). "Review of Intravenous Lipid Emulsion Therapy". Journal of infusion nursing : the official publication of the Infusion Nurses Society. 39 (6): 377–380. doi:10.1097/NAN.0000000000000194. PMID 27828934.
  2. ୨.୦ ୨.୧ ୨.୨ ୨.୩ ୨.୪ Sepulveda, EA; Pak, A (January 2021). "Lipid Emulsion Therapy". PMID 31751087. {{cite journal}}: Cite journal requires |journal= (help)
  3. Fettiplace, MR; Weinberg, G (September 2015). "Past, Present, and Future of Lipid Resuscitation Therapy". JPEN. Journal of parenteral and enteral nutrition. 39 (1 Suppl): 72S–83S. doi:10.1177/0148607115595979. PMID 26187938.
  4. "Intralipid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 May 2021. Retrieved 14 April 2021.