ଲିପିକା ସିଂ ଦରାଇ

ଉଇକିପିଡ଼ିଆ‌ରୁ
ଲିପିକା ସିଂ ଦରାଇ
ଲିପିକା ସିଂ ଦରାଇ
Born୨୯ ନଭେମ୍ବର
ବାରିପଦା, ଓଡ଼ିଶା
Nationalityଭାରତୀୟ
Citizenship ଭାରତୀୟ
Educationସ୍ନାତକୋତ୍ତର, ଶବ୍ଦାଙ୍କନ
Alma materଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
Occupation(s)ଚଳଚ୍ଚିତ୍ର ନିର୍ଦ୍ଦେଶକ, ସାଉଣ୍ଡ ଇଂଜିନିୟର
Organization(s)କୁଇ ଫିଲ୍ମସ୍, ଭୁବନେଶ୍ୱର
Known forଚଳଚ୍ଚିତ୍ର ନିର୍ଦ୍ଦେଶନା
Spouseଇନ୍ଦ୍ରନୀଳ ଲାହିରି
Parent(s)ଲୋଚନ ମୁଣ୍ଡା,ସୁମନ ସିଂ
Awardsଜାତୀୟ ପୁରସ୍କାର (ଚଳଚ୍ଚିତ୍ର) ୨୦୧୦ ଓ ୨୦୧୨, ୨୦୧୩

ଲିପିକା ସିଂ ଦରାଇ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶିକା । ସେ ମୁଖ୍ୟତଃ ଅଣ ଫିଚର ଧର୍ମୀ ଚଳଚ୍ଚିତ୍ର ନିର୍ମାଣ କରନ୍ତି ଏବଂ ଏଥିପାଇଁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିସାରିଛନ୍ତି ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟବର୍ତ୍ତୀ ଭୁଗୁଡାକଟାରେ ଏକ 'ହୋ' ସମ୍ପ୍ରଦାୟର ଆଦିବାସୀ ପରିବାରରେ ତାଙ୍କର ଜନ୍ମ । ବାରିପଦାର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା । ଝାରସୁଗୁଡ଼ାର ଭି.ଏସ.ଏସ ହାଇସ୍କୁଲରୁ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଗ୍ରହଣ କରିଥିଲେ । ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ +୨ ବିଜ୍ଞାନ ପଢିସାରି, ସେ କ୍ରମେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଓ ପରେ ବିଶାଖାପାଟଣାରୁ +୩ ବାଣିଜ୍ୟ ପାଠ ପଢ଼ିଥିଲେ । ତାପରେ, ସେ ପୁଣେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ସାଉଣ୍ଡ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପାଠ ପଢ଼ା ସମୟରେ ଲିପିକା, ଉମେଶ କୂଲକର୍ଣ୍ଣିଙ୍କୁ ତାଙ୍କ ଚଳଚ୍ଚିତ୍ରରେ ସହଯୋଗ କରିଥିଲେ ଓ ସୋନି ଟେଲିଭିଜନ ଚ୍ୟାନେଲରେ ୟଶରାଜ ଫିଲ୍ମର ଏକ ଧାରବାହିକ 'ଖୋଟେ ସିକ୍କେ' ପାଇଁ ମଧ୍ୟ କାମ କରିଥିଲେ । ପରବର୍ତ୍ତୀ ସମୟରେ, ସେ ନିର୍ଦ୍ଦେଶକ ମନି କଲଙ୍କ ସହଯୋଗୀ ଭାବରେ ମଧ୍ୟ କାମ କରିଥିଲେ । ବର୍ତ୍ତମାନ, ସେ ଭୁବନେଶ୍ୱରରେ ରହି ଓଡ଼ିଶାର ବିଭିନ୍ନ କଥାବସ୍ତୁକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ଅଛନ୍ତି । [୧] ୨୦୧୩ ମସିହାରେ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ତାଙ୍କୁ ଇଣ୍ଡିଆନ ପାନରୋମାରେ ଜୁରି ଭାବରେ ମନୋନୀତ କରାଯାଇଛି ।[୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଭଏସ୍ ନ୍ୟାରେସନ, କଙ୍କି ଓ ସାପ ଚଳଚ୍ଚିତ୍ର ପାଇଁ) - ୨୦୧୩[୩]
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଏକ ଗଛ, ଏକ ମଣିଷ, ଏକ ସମୁଦ୍ର ଚଳଚ୍ଚିତ୍ର ପାଇଁ) - ୨୦୧୨[୪]
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ସାଉଣ୍ଡ ମିକ୍ସିଂ, ଗାରୁଦ ମରାଠି ଚଳଚ୍ଚିତ୍ର ପାଇଁ) - ୨୦୧୦[୫]

ଆଧାର[ସମ୍ପାଦନା]

  1. ସମାଜ ୨୮/୧୧/୨୦୧୩ରେ ପ୍ରକାଶିତ ସାକ୍ଷାତକାର
  2. http://www.planet-goa.com/event_details.php?id=2264[permanent dead link]
  3. ସମ୍ବାଦ ୦୬/୦୮/୨୦୧୪ ପୃଷ୍ଠା ୧୩
  4. "Lipika Singh Darai National Film Award Best Debut Film of a Director". incredibleorissa.com. 2013. Retrieved 20 March 2013. The 60th National Film Awards for the best debut film of a director has been conferred to Odisha-based film director Lipika Singh Darai for Odia film 'Eka Gachha Eka Manisa Eka Samudra'.
  5. http://newindianexpress.com/states/odisha/article1507974.ece[permanent dead link]

ଅଧିକ ତଥ୍ୟ[ସମ୍ପାଦନା]