ରୋମା ଅରୋଡ଼ା

ଉଇକିପିଡ଼ିଆ‌ରୁ
ରୋମା ଅରୋଡ଼ା
Roma Arora
୨୦୧୯ ମସିହାରେ ରୋମା ଅରୋଡ଼ା
ଜନ୍ମ (1997-09-15) ୧୫ ସେପ୍ଟେମ୍ବର ୧୯୯୭ (ବୟସ ୨୬)
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ

ରୋମା ଅରୋଡ଼ା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜଣାଶୁଣା ହିନ୍ଦୀ ଧାରାବାହିକ କୁଣ୍ଡଲୀ ଭାଗ୍ୟ ପାଇଁ ସେ ଜଣାଶୁଣା । ଏହା ବ୍ୟତୀତ ସେ ଲାଇଫ୍ ଓକେରେ ଡ୍ରିମ୍‌ଗାର୍ଲ୍ ଭଳି ଧାରାବାହିକରେ କାମ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ରୋମା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାତାପିତା ପେଶାରେ ଜଣେ ଡାକ୍ତର । ସେ ହୋମିଓପାଥିରେ ଡାକ୍ତରୀ ପଢ଼ିବା ସହିତ ଅଭିନୟ ଓ ମଡେଲିଂ କରୁଥିଲେ । ସେ ବିରାଟ କୋହଲିଙ୍କ ସହିତ ଓରାଲ ବି ଟୁଥପେଷ୍ଟ୍ ଓ ଭଲଭୋଲାଇନ୍ ମୋଟର ତୈଳ ଭଳି ଉତ୍ପାଦ ପାଇଁ ଦୂରଦର୍ଶନ ବିଜ୍ଞାପନରେ କାମ କରିଛନ୍ତି । ଓମେନ୍ସ ଏରା ଭଳି ପତ୍ରିକା ପାଇଁ ଫଟୋଶୁଟ୍ କରିଛନ୍ତି ।

ସେ ବିବେକ ଓବରାୟଙ୍କ ସହିତ ଆମାଜନ ପ୍ରାଇମ୍‌ର ପ୍ରଥମ ଭାରତୀୟ ସିରିଜ୍ ଇନସାଇଡ୍ ଏଡ୍‌ଜରେ ଅଭିନୟ କରିଥିଲେ, ଯେଉଁଥିରେ ସେ ରିତିକା ଜୈନ ନାମକ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଖୌଫ୍‌ରେ ସେ ଏକ ଖୁନି ଭୂତ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୀତ ଧାରାବାହିକ[ସମ୍ପାଦନା]

  • କୁଣ୍ଡଲୀ ଭାଗ୍ୟ[୨]
  • <i id="mwKg">ସିଆଇଡି</i>
  • ନିଶା ଔର୍ ଉସ୍କେ କଜନ୍‌ସ୍[୨]
  • କୌନ୍ ହୈ?
  • ଉଡ଼ାନ୍[୨]
  • ଏନ୍. ଆର୍. ଆଇ. ହାଦ୍‌ସା (୨୦୨୦)
  • କଥା ଅନେକ (୨୦୨୩)[୩]

ଆଧାର[ସମ୍ପାଦନା]

  1. "Roma Arora turns into a ghost for 'Khauff' | Free Press Journal". Free Press Journal. 6 June 2018. Retrieved 17 July 2018.
  2. ୨.୦ ୨.୧ ୨.୨ "Dheeraj Dhoopar helps Roma to perform better". Times of India. IANS. November 24, 2017. Archived from the original on November 24, 2017. Retrieved 25 February 2021.
  3. "Exclusive! Rita Prajapti and Roma Arora to be part of Sony TV's Katha Ankahee". Tellychakkar.com (in ଇଂରାଜୀ). Retrieved 2023-06-27.

ବାହାର ଲିଙ୍କ୍[ସମ୍ପାଦନା]