ରେଶମା
ରେଶମା (ଉର୍ଦ୍ଦୁ: ریشماں; ଖ୍ରୀ.ଅ. ୧୯୪୭ - ୩ ନଭେମ୍ବର ୨୦୧୩) ଜଣେ ପାକିସ୍ତାନୀ ଲୋକଗୀତ ଗାୟିକା ଥିଲେ । ସଙ୍ଗୀତରେ ତାଙ୍କର ଅବଦାନ ନିମନ୍ତେ ବିଭିନ୍ନ ସମ୍ମାନ ମଧ୍ୟରେ ସେ ପାକିସ୍ତାନରେ ତୃତୀୟ ସର୍ବୋଚ୍ଚ ସମ୍ମାନ ଏବଂ ବେସାମରିକ ପୁରସ୍କାର ସୀତାରା-ଏ-ଇମତିଆଜରେ (ଷ୍ଟାର୍ ଅଫ୍ ଡିଷ୍ଟିଙ୍କସନ) ପୁରସ୍କୃତ ପାଇଥିଲେ । ସେ ତାଙ୍କର ଲୋକ ସଂଗୀତ ଏବଂ ତାଙ୍କର ଶକ୍ତିଶାଳୀ କଣ୍ଠସ୍ୱର ନିମନ୍ତେ ସ୍ମରଣୀୟ ।
ସେ ୧୯୪୭ରେ ଏକ ଯାଯାବର ବଞ୍ଜାରା ପରିବାରରେ ଭାରତର ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପରିବାର ଭାରତ ବିଭାଜନ ପରେ କରାଚିକୁ ଚାଲିଯାଇଥିଲେ । ବାର ବର୍ଷ ବୟସରେ ସିନ୍ଧ ପ୍ରଦେଶର ସେହୱାନସ୍ଥିତ ଲାଲ ଶାହବାଜ କଲନ୍ଦର ଆସ୍ଥାନରେ ଗୀତ ଗାଇବା ବେଳେ ଜଣେ ସ୍ଥାନୀୟ ସଙ୍ଗୀତ ନିର୍ମାତା ତାଙ୍କ ବାବଦରେ ଜାଣିବାକୁ ପାଇଥିଲେ । ରେଶମା ତାହା ପରଠାରୁ ପାକିସ୍ତାନ ରେଡ଼ିଓ ଭଳି ଲେବଲ ପାଇଁ ବିଭିନ୍ନ ଲୋକଗୀତ ରେକର୍ଡ କରିଥିଲେ ।[୧] ଏହି କମ୍ପାନୀର "ଲାଲ ମେରି" ତାଙ୍କର ପ୍ରଥମ ପ୍ରକଳ୍ପ ଓ ତାହା ସଙ୍ଗେସଙ୍ଗେ ହିଟ ହୋଇଥିଲା । ପରେ ୧୯୬୦ ଦଶକରେ ଅନେକ ଟେଲିଭିଜନରେ ସେ ସଙ୍ଗୀତ ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିଲେ ।[୨]
ରେଶମା ଉଭୟ ପାକିସ୍ତାନୀ ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଗୀତ ରେକର୍ଡ କରିଥିଲେ । ତାଙ୍କର କେତେକ ସ୍ମରଣୀୟ ଗୀତ ମଧ୍ୟରେ "ଲାଲ ମେରି", "ହେ ଓ ରବା ନେହିଁଓ ଲଗଦା ଦିଲ ମେରା", "ଆଖିଆଁ ନୁ ରେହେନ ଦେ" ଏବଂ "ଲମ୍ବି ଜୁଦାଇ" ଅନ୍ୟତମ ।[୩] ଅନେକ ବର୍ଷ ଧରି ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ପରେ ପାକିସ୍ତାନର ଲାହୋରରେ ୨୦୧୩ ନଭେମ୍ବର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Legendary folk singer Reshma dies", Dawn (newspaper), 3 November 2013. Retrieved 14 July 2019
- ↑ Menon, Meena (3 November 2013). "Legendary folk singer Reshma of Lambi Judai fame passes away". The Hindu (newspaper). Retrieved 14 July 2019.
- ↑ "Pakistani folk singer Reshma of 'Lambi Judai' fame dies". NDTV. 13 November 2013. Retrieved 14 July 2019.
- Articles with MusicBrainz identifiers
- Pages with authority control identifiers needing attention
- ୧୯୪୭ ଜନ୍ମ
- ୨୦୧୩ ମୃତ୍ୟୁ
- ଗଳା କର୍କଟରେ ମୃତ୍ୟୁ
- ଚୁରୁ ଜିଲ୍ଲାର ଲୋକ
- ପାକିସ୍ତାନୀ ଲୋକଗାୟକ
- ପଞ୍ଜାବୀ-ଭାଷୀ ଗାୟକ-ଗାୟିକା
- ପଞ୍ଜାବୀ ଗାୟକ
- ପାକିସ୍ତାନରେ କର୍କଟ ରୋଗରେ ମୃତ୍ୟୁ
- ସୁଫି ସଂଗୀତ ପରିବେଶକ-ପରିବେଶିକା
- ରାଜସ୍ଥାନୀ ବଂଶୋଦ୍ଭବ ପାକିସ୍ତାନୀ ଲୋକ
- ପ୍ରାଇଡ ଅଫ ପର୍ଫମାନ୍ସ ପ୍ରାପ୍ତକର୍ତ୍ତା
- ସୀତାରା-ଇ-ଇମତିଆଜ୍ ପ୍ରାପ୍ତକର୍ତ୍ତା
- ବିଂଶ ଶତାବ୍ଦୀର ପାକିସ୍ତାନୀ ଗାୟିକ